ମାଲକାନଗିରି ୨୧/୦୮/୨୫ ମାନସ୍ ନେତାମ୍
ମାଲକାନାଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଂଚାୟତ ବାୟାପଡା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅଳ୍ପେକେ ବର୍ତିଲେ ଉର୍ଦ୍ଧ୍ବ ଯାତ୍ରୀ ।ବାୟାପଡ଼ା ଘାଟିର ଆମଳିବେଡା ରୁ କୁଡୁମୁଲୁଗୁମ୍ମା ସାପ୍ତାହିକ ହାଟକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିଗଲା କମାଣ୍ଡର । ଘଟଣାସ୍ଥଳ ରେ କୁଡୁମୁଲୁଗୁମ୍ମା ଅଗ୍ନିଶମ ବାହିନୀ ପହଁଚି ଗାଡି ଭିତରୁ ଆହତ ଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି । ଦୁର୍ଘଟଣା ରେ ୧୫ ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଏବେ ବି କମାଣ୍ଡର ଭିତରେ କିଛି ଯାତ୍ରୀ ଫସି ରହିଥିବା ଜଣାପଡିଛି। ସ୍ଲୋଥାନୀୟ ଲୋକଙ୍କ କହିବା ଅନୁସାରେ। ଗାଡ଼ିଟି ରେ ଖମତା ଠାରୁ ଅଧିକ ଯାତ୍ରୀ ନେଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସମସ୍ତ ଗୁରୁତରଙ୍କୁ ଅଗ୍ନିଶମ କର୍ଗାମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କର ସହାୟତାରେ କୁଡ଼ୁମୁଲଗୁମ୍ମା ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ତେବେ ବର୍ତ୍ତମାନ ପ୍ରାଥମିକ ଚିକିତ୍ସା ଜାରି ରହିଛି।











