ମାଲକାନଗିରି ସାମ୍ୱାଦିକ ୨୩/୦୮/୨୫ ମାନସ୍ ନେତାମ୍
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ର ବିଜେପି ଦଳୀୟ କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡକାମି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଧାୟକ ପ୍ରତିନିଧି ନିହାର ରଞ୍ଜନ ରାୟ, ଜିଲ୍ଲା ସମ୍ପାଦକ ଭବାନୀ ଶଙ୍କର ମୂଖାର୍ଜୀ, କାଲିମେଳା ବ୍ଲକ ବିଧାୟକ ପ୍ରତିନିଧି ହରବିଳାସ ମଣ୍ଡଳ, ମାଲକାନଗିରି ବ୍ଲକ ଉପାଧକ୍ଷ ନିରଞ୍ଜନ ହାଲଦାର, କାଲିମେଳା ମଣ୍ଡଳ ସଭାପତି ରାମ ଚନ୍ଦ୍ର ବେଟି, ପୁର୍ବତନ ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦୃଢ଼ ନେତୃତ୍ୱ ଏବଂ ବିଜେପି ଦଳ ଉପରେ ବିଶ୍ଵାସ କରି ବଡିଗାଟା ଏବଂ ତେଲେରାଇ ପଞ୍ଚାୟତ ର ବିଜେଡି ଏବଂ କଂଗ୍ରେସ ଦଳର କର୍ମୀ ମାନେ ବିଧିବଦ୍ଧ ଭାବେ ବିଜେପି ରେ ସାମିଲ ହୋଇଥିଲେ l ବିଧାୟକ ମାଡକାମି ସମସ୍ତଙ୍କୁ ଦଳୀୟ ଉତ୍ତରୀ ଓ ଟୋପି ପିନ୍ଧାଇ ସ୍ଵାଗତ କରିଥିଲେ l ଦେଶରେ ମୋଦୀ ସରକାର ଓ ରାଜ୍ୟରେ ମୋହନ ସରକାର ଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ରେ ଅନୁପ୍ରାଣିତ ହୋଇ ଅନ୍ୟ ଦଳ ଛାଡ଼ି ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଥିବା ସେମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ବୈଠକରେ lମାଲକାନଗିରି ଓ କାଲିମେଳା ର ଅନେକ ବିଜେପି ନେତା କର୍ମୀ ମାନେ ଉପସ୍ଥିତ ରହି ଦଳୀୟ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ l











