ଦ୍ୱିତୀୟ ବନ୍ୟାର ମାତ୍ର ୧୦ ଦିନ ପରେ ପୁଣି ବୈତରଣୀ ନଦୀରେ ଆସିଛି ତୃତୀୟ ବନ୍ୟା । ଘାଇ ହୋଇଥିବା ସ୍ଥାନରେ ମରାମତି କରାଯାଇଥିବା ଉଚ୍ଚତା ଠାରୁ ପ୍ରାୟ ୪ ଫୁଟ ଉଚ୍ଚତାରେ ଗାଁ କୁ ବନ୍ୟା ଜଳ ପ୍ରବେଶ କରୁଛି ।
ବୈତରଣୀ ନଦୀରେ ତୃତୀୟ ବନ୍ୟା, ଘାଇ ମରାମତି ହୋଇଥିବା ସ୍ଥାନର ୪ ଫୁଟ ଉଚ୍ଚତାରେ ବନ୍ୟା ଜଳ। ପୁଣି ଗାଁ ରେ ପଶିଲା ବନ୍ୟା ଜଳ । ଅହିୟାସ ବଜାର ମୁଖ୍ୟ ରାସ୍ତାରେ ୨ ଫୁଟ ଉଚ୍ଚତାର ପାଣି । ଦ୍ୱିତୀୟ ବନ୍ୟାର ମାତ୍ର ୧୦ ଦିନ ପରେ ପୁଣି ବୈତରଣୀ ନଦୀରେ ଆସିଛି ତୃତୀୟ ବନ୍ୟା। ମାତ୍ର ଗତ ଜୁଲାଇ ୨୯ ତାରିଖରେ ବୈତରଣୀ ଶାଖା କାଣୀ ନଦୀ ତରପଦା ପଞ୍ଚାୟତ ଡୋଭାଵିଲ – ପାଟଣା ଠାରେ ୨ ଟି ଘାଇ ହୋଇଥିଲା। ଉକ୍ତ ସ୍ଥାନ ଜଳସମ୍ପଦ ବିଭାଗ ପକ୍ଷରୁ ମରାମତି କରାଯାଉଥିଲା । ୨ ଦିନ ହେବ ବୈତରଣୀ ନଦୀରେ ତୃତୀୟ ବନ୍ୟା ଆସିବା ପରେ ଘାଇ ହୋଇଥିବା ସ୍ଥାନରେ ମରାମତି କରାଯାଇଥିବା ଉଚ୍ଚତା ଠାରୁ ପ୍ରାୟ ୪ ଫୁଟ ଉଚ୍ଚତାରେ ଗାଁ କୁ ବନ୍ୟା ଜଳ ପ୍ରବେଶ କରୁଛି ।
ଫଳରେ ପୋତାଯାଇଥିବା ବଲ୍ଲା, ଟିଣ ଆଜବେଷ୍ଟ ଏବଂ ବାଲି ବସ୍ତା ପ୍ରାୟ ୬୦ ଫୁଟ ଭାଙ୍ଗି ସାରିଲାଣି । ନଦୀରେ ବନ୍ୟା ଜଳ ସ୍ତର ବଢ଼ୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବର୍ତମାନ ସୁଧା କସପା ତରପଦା, ମଲିକାପୁର, ଛଚିଣା ପଞ୍ଚାୟତର ୧୫ ଟି ଗାଁ ରେ ବନ୍ୟା ଜଳ ପ୍ରବେଶ କରିସାରିଲେଣି । ଏହାଛଡା କଟିଆ – ବୈଶପାନ ମୁଖ୍ୟ ରାସ୍ତା ଅହିୟାସ ବଜାରରେ ୨ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଦୋକାନ ଭିତରେ ବନ୍ୟା ଜଳ ପ୍ରବେଶ କରୁଛି। ଯାହାକି ବନ୍ୟା ବିପନ୍ନ ଏବଂ ବ୍ୟବସାୟୀଙ୍କ ଦୁଃଖ ବଢ଼ାଇଦେଇଛି ।
ଚର୍ଚ୍ଚା news












