ସୁବାଷ ମହାନ୍ତି /ବାଲେଶ୍ୱର
ବାଲେଶ୍ୱର ଜିଲ୍ଲା ସୋର ପୌର ପାଳିକା ଅନ୍ତର୍ଗତ ବାରହାପୁର ମଉଡମଣୀ ସରକାରୀ ହାଇସ୍କୁଲ ଠାରେ ସୋର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସୋର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରିଣୀ ସୋମାରାଣୀ ସେଠି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥିଭାବେ ସୋର ବିଧାୟକ ମାଧବ ଧଡ଼ା ଯୋଗଦେଇ ବିଜ୍ଞାନ ମେଳା କୁ ଉଦଘାଟନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ବ୍ଲକ ବିଜ୍ଞାନ ସଂଯୋଜକ ନିରଞ୍ଜନ ନାୟକ ପ୍ରାରମ୍ଭିକ ସୂଚନା ସହିତ ବିଜ୍ଞାନ ମେଳା ର ଉଦେଶ୍ୟ ଜ୍ଞାପନ କରିଥିଲେ। ବ୍ଲକ ସହ ଗୋଷ୍ଠୀ ଶିକ୍ଷାଧିକାରୀ ସୋମନାଥ ଦାସ, ପାରିଷଦ ନିଶାକର ମହାନ୍ତି ଓ ଗଣିତ ଅଧ୍ୟାପକ ମନୀନ୍ଦ୍ର ଦୀକ୍ଷିତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଉଦଯାପନୀ ସଭାରେ ସୋର ଅତିରିକ୍ତ ତହସିଲଦାର କୃଷ୍ଣ ମୋହନ ସିଂ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ପିଲା ମାନଙ୍କୁ ବିଜ୍ଞାନ ମନସ୍କ ହେବା ଲାଗି ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ସମାଜସେବୀ ଈଶ୍ୱରଚନ୍ଦ୍ର ବେହେରା ପିଲା ମାନଙ୍କୁ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ।ଉକ୍ତ ମେଳା ରେ ସୋର ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ମୋଟ ୧୨୩ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା।ଅଜୟ କୁମାର ପାଢୀ ମଞ୍ଚ କୁ ଅତିଥି ମାନଙ୍କୁ ନିମନ୍ତ୍ରଣ କରିଥିଲେ।ଉମାକାନ୍ତ ବେହେରା ଏବଂ ରବିନାରାୟଣ ଦାସ ମଞ୍ଚ ସଂଯୋଜନା କରିଥିଲେ। କମଳା କାନ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଦିବସ ବ୍ୟାପି କାର୍ଯ୍ୟ କ୍ରମ କୁ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରା, ଚତୁର୍ଭୁଜ କର, ପ୍ରଦୀପ ବିଶ୍ୱାଳ,ତୁଷାର ଧଡ଼ା,ରମାକାନ୍ତ ସାହୁ, ଅଜୟ ମଲ୍ଲିକ ପ୍ରଭୃତି ସହଯୋଗ କରିଥିଲେ।ଉକ୍ତ କାର୍ଯ୍ୟ କ୍ରମକୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଶିକ୍ଷା କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟର ପୁରାତନ ଛାତ୍ର ମାନେ ଉକ୍ତ କାର୍ଯ୍ୟ କ୍ରମକୁ ସଫଳତା ର ସହ ପରିଚାଳନା କରିଥିଲେ। ବ୍ଲକ ର ସମସ୍ତ ସାଧନ କର୍ମୀ ମାନେ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।
ବ୍ଲକ୍ ସ୍ତରିୟ ବିଜ୍ଞାନ ମେଳା
By Charcha News












