BY-SUBHASMITA-DT-21.4.2026
ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଟାଉନ୍ ହଲ୍ ପରିସରରେ ମଙ୍ଗଳବାର ଦିନ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ୨୨ ଯୋଡ଼ା ବରବଧୂଙ୍କ ସମୂହ ବିବାହ ସଫଳତାର ସହିତ ଅନୁଷ୍ଠିତ ହୋଇଛି।
ଏହି କାର୍ଯ୍ୟକ୍ରମ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ଫେଲୋସିପ୍ ସଂସ୍ଥାର ସହଯୋଗରେ ସମ୍ପନ୍ନ ହୋଇଛି।ମୁଖ୍ୟ ଅତିଥି ଭାବେ ସମବାୟ, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ପ୍ରତିନିଧି ପ୍ରଦୀପ ବଳସାମନ୍ତ ଯୋଗଦେଇ ଯୋଜନାକୁ ସରକାରଙ୍କ ଏକ ମାନବିକ ପଦକ୍ଷେପ ଭାବେ ଅଭିହିତ କରିଥିଲେ। ସେ କହିଥିଲେ ଯେ ଏହି ଯୋଜନା ଦ୍ୱାରା ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ବିବାହ ସମ୍ମାନଜନକ ଭାବେ ସମ୍ପନ୍ନ ହେଉଛି ଏବଂ ସମାଜରେ ସକାରାତ୍ମକ ସନ୍ଦେଶ ପ୍ରସାରିତ ହେଉଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ବିଧାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷାମାନେ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ନବବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ଯୋଜନା ଅଧୀନରେ ପ୍ରତ୍ୟେକ କନ୍ୟାଙ୍କୁ ମୋଟ ୬୦ ହଜାର ଟଙ୍କା ସହାୟତା ଦିଆଯାଇଛି, ଯାହାରୁ ୪୫ ହଜାର ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାକୁ ଏବଂ ୧୫ ହଜାର ଟଙ୍କା ବିବାହ ଆୟୋଜନ ପାଇଁ ବ୍ୟୟ କରାଯାଇଛି। ବିବାହ ପରେ ସମସ୍ତ ଦମ୍ପତି ଯୌତୁକ ପ୍ରଥା ବିରୋଧରେ ପ୍ରତିଜ୍ଞା ଗ୍ରହଣ କରି ସମାଜ ପାଇଁ ସଚେତନତାର ଉଦାହରଣ ସୃଷ୍ଟି କରିଛନ୍ତି |
ଚର୍ଚ୍ଚା news












