BY-ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ::ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶର ଏକ ପ୍ରତିନିଧି ଦଳ ରାୟଗଡା ଜିଲ୍ଲା ର ସିଜିମାଳୀ ଅଞ୍ଚଳରେ ସମ୍ପ୍ରତି ଘଟିଥିବା ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅପ୍ରିତିକାର ପରିସ୍ଥିତିର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଗସ୍ତ କରିଥିଲେ।
ଏହି ପ୍ରତିନିଧି ଦଳରେ ମାନ୍ୟବର ନବରଙ୍ଗପୁର ସାଂସଦ ବଲଭଦ୍ର ମାଝି, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଦେବେଗଡ଼ ବିଧାୟକ ସୁଧୀର ରଞ୍ଜନ ପାଠଯୋଶୀ ସହିତ ରାଷ୍ଟ୍ରୀୟ ଆଦିବାସୀ ମୋର୍ଚ୍ଚା ସମ୍ପାଦକ ତଥା କୋରାପୁଟ ଲୋକସଭା ପ୍ରାର୍ଥୀ କାଳିରାମ ମାଝୀ ଉପସ୍ଥିତ ଥିଲେ।
ଏହା ସହ ରାଜ୍ୟ ସଂଯୋଜିକା ପୁର୍ଣିମା ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁମନ୍ତ ପ୍ରଧାନ, ଶିବ ପଟ୍ଟନାୟକ, ତ୍ରିନାଥ ଗୋମାଙ୍ଗ, ଅଶ୍ୱିନୀ କଞ୍ଚାଡା, ୟାଲ୍ଲା କଣ୍ଡାବାବୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ମଞ୍ଜୁଳା ମିନିଆକା, ଜିଲ୍ଲା ସଭାପତି ଗୋପୀ ଆନନ୍ଦ ଓ ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା ମଧ୍ୟ ଏହି ଦଳରେ ସାମିଲ ହୋଇଥିଲେ।
ପ୍ରତିନିଧି ଦଳ ଘଟଣାସ୍ଥଳକୁ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ପ୍ରତିନିଧି ଦଳ ଘଟଣାସ୍ଥଳକୁ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ଘଟଣାର ସଠିକ୍ ତଥ୍ୟ ସଂଗ୍ରହ କରି ସରକାରଙ୍କୁ ଅବଗତ କରାଯିବ ବୋଲି କହିଥିଲେ।
ସେମାନେ ଏହା ମଧ୍ୟ କହିଥିଲେ ଯେ, ଆମ ସରକାର ସାଧାରଣ ଜନତାଙ୍କର ସରକାର। ସରକାରକୁ ଆସି ଦୁଇ ବର୍ଷ ହୋଇଥିବା ବେଳେ, ଜନସାଧାରଣଙ୍କ ସମସ୍ତ ସମସ୍ୟାର ସମାଧାନ ପାଇଁ ଆମେ ପ୍ରତିବଦ୍ଧ।ଅଞ୍ଚଳର ସମଗ୍ର ଉନ୍ନତି ସହିତ ଏକ ବିକଶିତ ରାୟଗଡା ଗଠନ କରିବା ଆମ ଲକ୍ଷ୍ୟ ଏବଂ ଏହି ଦିଗରେ ସରକାର ସଦା କାର୍ଯ୍ୟରତ ରହିଛି ।
ଚର୍ଚ୍ଚା news











