ରବୀନ୍ଦ୍ର ନାଥ ମହାପାତ୍ର
ଭିଜିଲାନ୍ସ ଜାଲରେ ଆଉ ଜଣେ ଅଫିସର। ରାୟଗଡ଼ା ବନଖଣ୍ଡ କାଶିପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁ ଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଛଡାଉ ।ରାଜ୍ୟ ର ୯ଟି ସ୍ଥାନରେ ରେଡ୍ ଚାଲିଛି।କାଶିପୁର କାର୍ଯ୍ୟାଳୟ ,ସରକାରୀ ଓ ବେସରକାରୀ ବାସ ଭବନ, ବାଲିଗୁଡା ,ନୟାଗଡ଼ ,ସାଇକେତା, ଭୁବନେଶ୍ୱର,ଭଞ୍ଜନଗର ଓ ବ୍ରହ୍ମପୁର ରେ ଏହି ରେଡ୍ ଜାରି ରହିଛି। ତାଙ୍କର ସମ୍ପର୍କୀୟ ଙ୍କ ଘରେ ବି ରେଡ୍ ଚାଲିଛି। ଏକକାଳୀନ ସମସ୍ତ ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି ।୯ଟି ସ୍ଵତନ୍ତ୍ର ଦଳ ଗଠନ କରାଯାଇ ଏହି ଚଢ଼ାଉ କରାଯାଇଛି।ଛଡାଉ ସରିବାପରେ କେତେ କଣ ସବୁ ଜଣା ପଡ଼ିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷ ରୁ କୁହାଯାଇଛି।
ଭିଜିଲାନ୍ସ ଜାଲରେ କାଶିପୁର ରେଞ୍ଜର,ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଛଡାଉ ଜାରି
By Charcha News











