Date aug 21
ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ-ଟିଟିମିରି ପଞ୍ଚାୟତ ମୁଣ୍ଡା ଗ୍ରାମ ନିକଟରେ ଥିବା ମହେନ୍ଦ୍ରତନୟା ନଦି ରେ ଗତକାଲି ଠାରୁ ଜଣେ ନାବାଳକ ଭାସିଯାଇଥିଲେ। ଗତକାଲି ଠାରୁ ନିଖୋଜ ରହିଥିବା ନାବାଳକ ଗ୍ରାମବାସି ଓ ଗୁଣୁପୁର ଅଗ୍ନିଶମ ବାହିନି ଖୋଜିବାପରେ ଆଜି ନାବାଳକର ଶବ ପାଣି ରୁ ଉଦ୍ଧାର କରିଥିଲେ। ମୃତ ନାବାଳକ ହେଲେ ଯଷ୍ଟିନି ଶବର ବୟସ ୬। ମୃତକ ର ବାପ ପିତ ଶବର ଓ ମା ଲଇନି ଶବର ଚାଷ କାମ ପାଇଁ ନଦୀ ଆରପଟେ ଯାଇଥିବା ବେଳେ ନାବାଳକ ତାଙ୍କ ପାଖକୁ ଯିବା ପାଇଁ ନଦୀ ଭିତରକୁ ଓହ୍ନାଇଥିବା ପରିବାର ପକ୍ଷରୁ ଜଣାପଡିଛି। ନାବାଳାକ ର ଶବକୁ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡସ୍ତରିୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଶବ ବ୍ୟବଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ କରୁଛି ପୁଟାସିଂ ପୋଲିସ୍।ଦିନ ୧୨ଟାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଙ୍କୁ ହସ୍ତାନ୍ତର କରିବା ପରେ ମୁଣ୍ଡା ଗ୍ରାମରେ ଏକ ପ୍ରକାର ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।











