୧୫/୦୮/୨୫ ସାମ୍ୱାଦିକ ମାନସ୍ ନେତାମ୍
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରମହକୁମା ଡିଏନକେ ଖେଳ ପଡିଆ ଠାରେ ଆଜି ୭୯ତମ ସ୍ବାଧିନତା ଦିବସ ଅତି ଆଡ଼ମ୍ବର ସହକାରେ ପାଳନ ହୋଇଯାଇଛି। ମୁଖ୍ୟ ଅତିଥି ଜିଲ୍ଲାପାଳ ଡ଼ଃ ସୋମେଶ କୁମାର ଉପାଧ୍ୟାୟଙ୍କ କରକମଳରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ସରକାରୀ ବେସରକାରୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ୟାରେଡ଼ ସମାରୋହରେ ଭାଗ ନେଇଥିଲେ। ନିଜ ଅଭିଭାଷଣରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସହୀଦ ହୋଇଥିବା ବହୁ ବୀର ଯବାନ, ସ୍ବାଧିନତା ସଂଗ୍ରାମୀ ଏବଂ ଦେଶ ତଥା ମାଟି ପାଇଁ ପ୍ରାଣ ବଳି ଦେଇଥିବା ସଂଗ୍ରାମୀ ମାନଙ୍କୁ ମନେ ପକାଇଥିଲେ। ଏହାସହ ସରକାରଙ୍କ ଦ୍ଵାରା ଜିଲ୍ଲାରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏବଂ ପ୍ୟାରେଡ଼ ପରେ ବିଭିନ୍ନ କୃତି ଛାତ୍ରଛାତ୍ରୀ ତଥା ଟ୍ରୁପ ମାନଙ୍କୁ ସମ୍ବର୍ଧିତ କରିଥିଲେ। ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏବଂ ଜିଲ୍ଲାର ସମସ୍ତ ଅଧିକାରୀ ସ୍ବାଧିନତା ଦିବସ ସମାରୋହ ରେ ଉପସ୍ଥିତ ରହିଥିଲେ












