BY_-ରାଜୀବ କୁମାର ବେହେରା
ଉଦଳା :ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ବେଆଇନ ପଥର ଚାଲାଣ ବିରୋଧରେ ଉଦଳା ବନବିଭାଗ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଞ୍ଚଳରେ ବଢି ଚାଲିଛି ବେଆଇନ ବ୍ଲାଷ୍ଟିଙ୍ଗ ଏବଂ ପଥର ଚାଲାଣ, ସାମ୍ନାକୁ ଆସିଲା ଚୋରା ପଥର ଚାଲାଣ ର ଚିତ୍ର,ବିଳମ୍ବିତ ରାତ୍ର ସମୟରେ ଅନ୍ଧାର ର ସୁଯୋଗ ନେଇ ଝରଣ ଘାଟି ଅଞ୍ଚଳରୁ ଉଦଳା ଅଭିମୁଖେ ବେଆଇନ ଭାବେ ପଥର ଚାଲାଣ ହେଉଥିବା ବେଳେ ଏକ ହାଇୱା (ଡମ୍ପର) କୁ ଅଟକାଇ ଜବଦ କରାଯାଇଛି।
ବିଶେଷ ସୂତ୍ରରୁ ସୂଚନା ପାଇ ଉଦଳା ବନବିଭାଗର ଅଧିକାରୀ Sushanta Kumar De ଙ୍କ ନେତୃତ୍ୱରେ ଏକ ଦଳ କପ୍ତିପଦା–ବିଶୋଳ ରାସ୍ତାରେ ରାତ୍ରି ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହଜନକ ଭାବେ ଯାଉଥିବା ଗାଡ଼ିକୁ ଅଟକାଇଥିଲେ। ତଦନ୍ତ କରାଯାଇଥିବା ସମୟରେ ଗାଡ଼ିଟିରେ ବେଆଇନ ଭାବେ ପଥର ବୋଝେଇ ହୋଇଥିବା ପ୍ରମାଣ ମିଳିଥିଲା।
ତଦନ୍ତ ସମୟରେ ଡ୍ରାଇଭର ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ, ବନବିଭାଗ ତାଙ୍କୁ ଧରି ଗିରଫ କରିଥିଲା। ଜବଦ ହୋଇଥିବା ହାଇୱାକୁ ବନବିଭାଗ କାର୍ଯ୍ୟାଳୟକୁ ଆଣାଯାଇଥିବା ବେଳେ ଘଟଣାରେ ତଦନ୍ତ ଜାରି ରହିଛି। ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।
ଏହି ଘଟଣା କପ୍ତିପଦା ତହସିଲ ଅଧୀନ ଝରଣ ଘାଟି ଅଞ୍ଚଳରୁ ଆରମ୍ଭ ହୋଇ ବିଶୋଳ ନିକଟରେ ଧରାପଡ଼ିଥିବା ବୋଲି ଜଣାପଡ଼ିଛି।
ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ପଥର ମାଫିଆଙ୍କ ଦୌରାତ୍ୟ ଦିନକୁ ଦିନ ବଢି ବାରେ ଲାଗିଛି ଏହା ପଛରେ କିଏ ରହିଛନ୍ତି।
ବନବିଭାଗର ଏହି କାର୍ଯ୍ୟାନୁଷ୍ଠାନ ସ୍ପଷ୍ଟ କରୁଛି ଯେ ବେଆଇନ ଖଣିଜ ଚାଲାଣ ବିରୋଧରେ ଏବେ କଡା ମନୋଭାବ ଗ୍ରହଣ କରାଯାଇଛି ଏବଂ ଆଗାମୀ ଦିନରେ ଏଭଳି ଅଭିଯାନ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି ।
ଚର୍ଚ୍ଚା news












