BY-ରାଜୀବ କୁମାର ବେହେରା
ଉଦଳା ରାଜୀବ କୁମାର ବେହେରା ରାଇଡ଼lହି ଛକ ନିକଟରେ ଭୟାବହ ଦୁର୍ଘଟଣା – ବାଇକ ଓ କାର ମୁହାଁମୁହିଁ ଧକ୍କା!
ବର୍ତ୍ତମାନର ସବୁଠାରୁ ବଡ଼ ଖବର ଆସୁଛି ମୟୁରଭଞ୍ଜ ଜିଲ୍ଲାରୁ। ଗୋପବନ୍ଧୁ ନଗର ଅଧୀନ ରାଇଡ଼lହି ଛକ ନିକଟରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା।
ସୂଚନା ଅନୁସାରେ, ଏକ ବାଇକ ଓ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ପରେ କାର ଚାଳକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟକୁ ଜୋରଦାର ଧକ୍କା ଦେଇଥିଲେ, ଫଳରେ କାରର ସମ୍ମୁଖ ଭାଗ ପୂରାପୂରି ଚୁନା ହୋଇଯାଇଛି।
ଅନ୍ୟପଟେ ବାଇକ ଧକ୍କା ହେବା ପରେ କିଛି ଦୂର ଯାଏ ଘୋଷାରି ଯାଇଥିବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି, ଏବଂ ବାଇକ ରେ ବସିଥିବା ଯାତ୍ରୀ ଯୁବକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। କାରରେ ଥିବା ଜଣେ ମହିଳା ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଗ୍ରାମବାସୀମାନେ ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରିଥିଲେ ଏବଂ ଗୁରୁତର ଆହତ ବାଇକ ଚାଳକଙ୍କୁ ପ୍ରଥମେ ଉଦଳା ଚିକିତ୍ସାଳୟକୁ ପଠାଯାଇଛି।ଏହି ଦୁର୍ଘଟଣା ସମୟରେ କାରରେ ତିନିଜଣ ମହିଳା ଥିଲେ, ସେମାନେ ପଦ୍ମପୋଖରୀ ଅଞ୍ଚଳରୁ ବଡ଼ସାହି ଉରା ଅଞ୍ଚଳ ଦିଗକୁ ଔଷଧ ଆଣିବାକୁ ଯାଉଥିଲେ। ଦୁର୍ଘଟଣା ପରେ ଉଦ୍ଧାର ହୋଇଥିବା ମହିଳାମାନେ ଭୟଭୀତ ଅବସ୍ଥାରେ ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ, କାରଣ ସେମାନେ ମୃତ୍ୟୁକୁ ନିକଟରୁ ଦେଖିଥିବା କହିଛନ୍ତି।
ଉଲ୍ଲେଖ୍ୟ, ବାଇକକୁ ବଞ୍ଚାଇବା ପାଇଁ କାର ଚାଳକଙ୍କ ଉପସ୍ଥିତ ବୁଦ୍ଧି ଦ୍ୱାରା ବଡ଼ ଅପମୃତ୍ୟୁ ଟଳିଥିବା କୁହାଯାଉଛି।
ଖବର ପାଇ କୁଶଳଦା ଫାଣ୍ଡି ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ିକୁ ଜବଦ କରିଛନ୍ତି ଏବଂ ଘଟଣାର ତଦନ୍ତ ଜାରି ରଖିଛନ୍ତି।ଏହି ଘଟଣା ପୁନର୍ବାର ସଡ଼କ ସୁରକ୍ଷା ଓ ଅତିଦୃତ ଗତି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ତେବେ ଏହି ଛକରେ ବାରମ୍ବାର ଦୁର୍ଘଟଣା ଘଟୁଛି, ଅଭିଯୋଗ ପରେ ମଧ୍ୟ କାର୍ଯ୍ୟ ରେ କିଛି ପରିବର୍ତ୍ତନ ହେଉନଥିବା କହିଛନ୍ତି ପ୍ରତକ୍ଷ୍ୟ ଦର୍ଶୀ , ତେବେ ଦାବି ହେଉଛି ଏହି ଛକକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଘୋଷଣା କରି ସୁରକ୍ଷା ପାଇଁ ସଚେତନ ବୋର୍ଡ ଏବଂ ହୋମ୍ପସ ପାଇଁ ସାଧାରଣରେ ଦାବି, ଆଗକୁ ଦେଖିବାକୁ ବାକି, କେବେ ପ୍ରଶାସନର ନିଦ ଭାଙ୍ଗୁଛି |
ଚର୍ଚ୍ଚା news












