କଟକ\ସାଲେପୁର : dt-30.3.2026 ସାଲେପୁର-ଟାଙ୍ଗୀ,କଂଗ୍ରେସ ସଂଗଠକ ତଥା ସମାଜସେବୀ ହରିବନ୍ଧୁ ଶତପଥୀ ଓଡିଶା ରାଜୀବ ଗାନ୍ଧୀ ପଂୟୟତ ରାଜ ସଂଗଠନର ଉପସଭାପତି ଭାବେ ନିଯୁକ୍ତି ପାଇଛନ୍ତି । ଶ୍ରୀଯୁକ୍ତ ଶତପଥୀଙ୍କୁ ରାଜ୍ୟ ସଭାପତି କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ଦାଇତ୍ଵ ଦେଇଛନ୍ତି । ଏହି ଗୁରୁ ଦାୟିତ୍ଵକୁ ସମସ୍ତ କଂଗ୍ରେସ କାର୍ଯ୍ୟକର୍ତ୍ତା ଓ କର୍ମୀ ମାନଙ୍କୁ ସାଥ୍ରେ ଧରି ସୁଚାରୁ ରୂପେ ଦାୟିତ୍ବର ସହ ନିବାହ କରିବେ ବୋଲି ଶ୍ରୀଯୁକ୍ତ ଶତପଥୀ ପ୍ରକାଶ କରିଛନ୍ତି । ନବ ନିଯୁକ୍ତ ଉପସଭାପତି ଶ୍ରୀଯୁକ୍ତ ଶତପଥୀଙ୍କୁ ବିଜ୍ଞାନ ଭୂୟାଁ, ସୁର ଦଳାଇ, ସୌମ୍ୟଶ୍ରୀ ମିଶ୍ର, ରବୀନ୍ଦ୍ର ଜେନା, ମନୋଜ ଖ୍ଲାର, ବୈକୁଣ୍ଠ ସ୍ଵାଇଁ, ସିଟୁ କର, କ୍ଷୀରୋଦ ବାରିକ, ନାରୀନେତ୍ରୀ ମିନତୀ ବିଶ୍ବାଳ, କଳ୍ପନା ରାଉତ ଓ ସ୍ନେହଲତା ଜେନାଙ୍କ ସମେତ ବହୁ ସମର୍ଥକ ମାନେ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀଯୁକ୍ତ ଶତପଥୀ ପ୍ରଦେଶ କଂଗ୍ରେସ କମିଟିର ନେତୃବୃନ୍ଦ ଓ ରାଜୀବ ଗାନ୍ଧୀ ପଂୟୟତ ରାଜ ସଂଗଠନର ଅଧକ୍ଷ ସୁଦର୍ଶନ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଚର୍ଚ୍ଚା news












