୧୭-୦୯-୧୦୨୫ ସାମ୍ବାଦିକ ଦେବେନ୍ଦ୍ର ପୋଡ଼
ବଲାଙ୍ଗିରୀ : ବଲାଙ୍ଗିରୀ ଜିଲ୍ଲାର ଆଗଲପୁର ବ୍ଲକ ର ରାମପୁର ଠାରେ 132/33 କେଭି ଡିଜିଟାଲ ଗ୍ରିଡ ସବ୍ ଷ୍ଟେସନ୍ ଉଦ୍ଘାଟିତ ହୋଇ ଯାଇଛି। ଏହା ରାଜ୍ୟର ପ୍ରଥମ ଡିଜିଟାଲ 132/33 କେଭି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଏହାକୁ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଓ ବଲାଙ୍ଗୀର ଲୋକ ସଭା ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ ଙ୍କ କର କମଳ ରେ ଶୁଭ ଉଦ୍ଘାଟିତ ହୋଇ ଯାଇଛି। ତାଙ୍କ ସହିତ ବଲାଙ୍ଗୀର ଜିଲ୍ଲାର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲ୍ଵ ୱାର , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜୀ, ଓ ପି ଟି ସି ଏଲ୍ ର ସି ଏମ ଦି ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଓ ଓ ପି ଟି ସି ଏଲ୍ ର ଡାଇରେକ୍ଟର ଶ୍ରୀ ପ୍ରଦୀପ କୁ ଦାସ ଉପସ୍ଥିତ ଥିଲେ। ଏହି ଡିଜିଟାଲ ଗ୍ରିଡ୍ ସବ୍ ଷ୍ଟେସନ୍ ଦ୍ଵାରା 18 ଟି ପଞ୍ଚାୟତ ର 107 ଟି ଗ୍ରାମ ଉପକୃତ ହେବେ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ହେଉଛି ରାଜ୍ୟର ପ୍ରଥମ ଡିଜିଟାଲ ଗ୍ରିଦ ସବ୍ ଷ୍ଟେସନ୍। ଏହା ରାଜ୍ୟର ବିଦ୍ୟୁତ୍ ଟ୍ରାନ୍ସ୍ ମିଶନ୍ ନେଟୱର୍କ ର ଡିଜିଟାଲ ପରିବର୍ତ୍ତନ ପାଇଁ ଏକ ମାଇଲ ଷ୍ଟୋନ୍ ରୂପେ ପରିଗଣିତ ହେବ ବୋଲି ଅତିଥି ମାନେ ସୂଚନା ଦେଇଛନ୍ତି। ଏହି ଡିଜିଟାଲ ଗ୍ରୀଡ ସବ୍ ଷ୍ଟେସନ୍ ପାଇଁ ସର୍ବ ମୋଟ 35,06 କୋଟି ଅନୁମୋଦିତ ହୋଇଥିଲା। ଏହାକୁ M/S ଏମ ପାୱାର ଟ୍ରାନସ୍ pvt limited ନିର୍ମାଣ କରିଥିବା ବିଭାଗୀୟ M D. ସୂଚନା ଦେଇଛନ୍ତି। ଏହି ଗ୍ରିଡ଼ ସବ୍ ଷ୍ଟେସନ୍ କାମ ତାରିଖ 3-6-23 ରୁ ଆରମ୍ଭ ହୋଇ ତାରିଖ 22-8-25 ରେ ସମ୍ପୂର୍ଣ ହୋଇଥିବା ବିଭାଗୀୟ ମୁଖ୍ୟ ସୂଚନା ଦେଇଛନ୍ତି
ରାଜ୍ୟର ପ୍ରଥମ ଡିଜିଟାଲ ଗ୍ରିଡ ସବ୍ ଷ୍ଟେସନ୍ ଆଗଲପୁର ଠାରେ ଉଘାଟିତ
By Charcha News











