ରାଜ୍ୟ ସ୍କୁଲ ସ୍ତରୀୟ ଅଣ୍ଡର 17 ବାଳିକା ଏବଂ ବାଳକ କ୍ରିକେଟ ପ୍ରତିଯୋଗିତା ପାଇଁ ଦଳ ଚୟନ ପ୍ରକ୍ରିୟା ଆଜି ସମାପ୍ତ ହୋଇଛି। ଚୟନିତ ବାଳକ ଓ ବାଳିକା ଦଳ S.K. Academy, ଜଗତସିଂହପୁରକୁ ଯୋଗଦେବେ, ଯେଉଁଠି 06 ଡିସେମ୍ବରରୁ 11 ଡିସେମ୍ବର 2025 ପର୍ଯ୍ୟନ୍ତ ମ୍ୟାଚଗୁଡିକ ଆୟୋଜିତ ହେବ।
ଏହି ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ନବରଙ୍ଗପୁର, ଝରୀଗାଁ, ତେନ୍ତୁଳୀଖୁଣ୍ଟି, ଉମେରକୋଟ, ରାଇଘର, ପାପଡାହାଣ୍ଡି, ଡାବୁଗାଁ ଓ ନନ୍ଦାହାଣ୍ଡି ବ୍ଲକର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଚିଠି ଜାରି କରାଯାଇଛି।
ବାଳକ ଦଳର ମେନେଜର ଭାବେ ମନୋଜ କୁମାର ବାଘ, କୋଚ ଭାବେ ସୁବ୍ରତ ଗଣ୍ଡ ଦାୟିତ୍ୱ ନେବେ। ଏହିପରି ବାଳିକା ଦଳର ମେନେଜର ଭାବେ ଜୟନ୍ତୀ କରକୋରା ଓ କୋଚ ଭାବେ ଅଭିପ୍ସା ସିଂ ଦାୟିତ୍ୱ ନିର୍ବାହ କରିବେ।
ରାଜ୍ୟ ସ୍କୁଲ ସ୍ତରୀୟ U-17 କ୍ରିକେଟ ପ୍ରତିଯୋଗିତା ପାଇଁ ଦଳ ଚୟନ ସମାପ୍ତ
By Charcha NewsUpdated:











