BY -Rabindra nath mohapatro-Date- 29.03.26
ରାୟଗଡା :: Date- 29.03.26 :: ରାୟଗଡ଼ା ବାର ଆସୋସିଏସନ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଆଜି ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ତଥା ବିଜେଡ଼ି ନେତା ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ସମର୍ଥିତ ବିରଜା ପ୍ରସାଦ ପାତ୍ର ୮୫ଖଣ୍ଡ ଭୋଟ ପାଇଛନ୍ତି । ବ୍ରଜ ନାୟକ ୧୯ଖଣ୍ଡ ଭୋଟ ଅଧିକା ପାଇ ସଭାପତି ଭାବେ ନିର୍ବାଚିତ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ଉମାକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇ ଅପରାହ୍ନରେ ଭୋଟିଂ ଶେଷ ହୋଇଥିଲା । ଏହାପରେ ଭୋଟ ଗଣତି ହୋଇଥିଲା । ସର୍ବମୋଟ ୨୦୧ଜଣ ଆଇନଜୀବୀଙ୍କ ମଧ୍ୟରୁ ୬ଜଣ ଅନୁପସ୍ଥିତ ଥିଲେ । ଗଣତି ବେଳେ ୪ଟି ଭୋଟ ଅବୈଧ ହୋଇଥିବା ନିର୍ବାଚନ ଅଧିକାରୀ ଉମାକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଚଳିତ ଥର ବାର ଆସୋସିଏସନ କମିଟି ପାଇଁ କେବଳ ସଭାପତି ପଦ ପାଇଁ ଦୁଇ ଜଣ ପ୍ରାର୍ଥି ନାମାଙ୍କନ କରିଥିବା ବେଳେ ସମ୍ପାଦକ ପଦ ପାଇଁ ରମେଶ ପାଢ଼ୀ(ବୁନୁ) ସୁଶାନ୍ତ କୁମାର ଖୋସଲା ଉପସଭାପତି, ଶୁଭ୍ରକାନ୍ତି ବେହେରା ଯୁଗ୍ମ ସମ୍ପାଦକ ଏବଂ ବିସ୍ମୟ ପଟନାୟକ କୋଷାଧ୍ୟକ୍ଷ ଭାବେ ଜଣେ ଲେଖାଏଁ ନାମାଙ୍କନ କରି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।
ଚର୍ଚ୍ଚା news











