ରାୟଗଡ଼ା/ ରବିନ୍ଦ୍ର ନାଥ ମହାପାତ୍ର:-ରାୟଗଡା ବ୍ଲକର କୁମୁତାଲପେଟା ଗ୍ରାମରେ ଥିବା ମାର୍କେଟ କମ୍ପ୍ଲେକ୍ସର ଭାୟାବହ ଅଗ୍ନିକାଣ୍ଡ ଘଟି ଦୋକାନରେ ଥିବା ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇ ଯାଇଛି।ଶୁକ୍ରବାର ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଇଲେକ୍ଟ୍ରିକ ଶର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ଏହି ଦୁର୍ଘଟଣାରେ ପ୍ରାୟ ୧୨ ଲକ୍ଷ ଟଙ୍କାର ଉର୍ଦ୍ଧ୍ବ ସମ୍ପତି ନଷ୍ଟ ହୋଇ ଥିବା କୁହାଯାଇଛି। ଖବର ପାଇ ଦୋକାନ ମାଲିକ ମାନସ ଦଳପତି ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି କୋଲନାରା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।
ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ସେଠାକୁ ପହଞ୍ଚି ନିଆଁକୁ ଆୟତ କରିଥିଲେ, ତଥାପି ସମସ୍ତ ସାମଗ୍ରୀ ପୋଡିଯାଇଥିଲା।
ଏହି ବଡ଼ କ୍ଷତି ଯୋଗୁଁ ଦୋକାନ ମାଲିକ ମାନସ ଦଳପତି ଗଭୀର ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଏବଂ ପ୍ରଶାସନ ପାଖରେ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି।
ଶର୍ଟ ସର୍କିଟ ଯୋଗୁଁ କୁମୁତାଲପେଟାରେ ଭୟIବହ ଅଗ୍ନିକାଣ୍ଡ, ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପୋଡ଼ି ପାଉଁଶ
By Charcha News











