ରାୟଗଡା/ରବିନ୍ଦ୍ରନାଥ ମହାପାତ୍ର:- ରାୟଗଡା ଜିଲ୍ଲା ଗୁଣପୁର ଠାରେ ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତି ଉପଲକ୍ଷେ ଗୁଣପୁର ଠାରେ ଏକତା ପଦଯାତ୍ରା ଅନୁଷ୍ଟିତ ହୋଇଯାଇଛି।ଏହି ପଦଯାତ୍ରା କୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପତାକା ଦେଖାଇ ଶୁଭ ଆରମ୍ଭ କରିଥିଲେ।ଗୁଣପୁର ମହାବିଦ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନୁଆବସ ଷ୍ଟାଣ୍ଡ ହୋଇ ପୁରୁଣା ବସଷ୍ଟାଣ୍ଡ ଗାନ୍ଧିମୁର୍ତ୍ତ ନିକଟକୁ ଯାଇ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଜଗନ୍ନାଥ ମନ୍ଦିର ପରିସରରେ ଯାତ୍ରା ସମାପ୍ତ ହୋଇଥିଲା।
ଏହି ଅବସରରେ ବିଭିନ୍ନ ଛକରେ ସଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟ ଅନୁଷ୍ଠିତ ହୋଇଥିଲା।ପରେ ଜଗନ୍ନାଥ ମନ୍ଦିର ପରିସରରେ ଏକ ସାଧାରଣସଭାରେ ଯୋଗ ଦେଇଥିଲେ।ପରେ ବିକ୍ରମ ପୁର ଠାରେ ମାଁ ମାନଂକ ବଂଶଧାରା ସୁଭଦ୍ରା ଶକ୍ତି କେଫ ର ଶୁଭ ଉଦ୍ଘାଟନ କରିଥିଲେ।ତେବେ ପଦଯାତ୍ରା ସମୟରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି,ଗୁଣପୁର ଉପଜିଲ୍ଲାପାଳ ଦୁଧାଳ ଅଭିଷେକ ଦିଲ୍ଲିପ,ପୌର ପରିଷଦ ଅଧକ୍ଷା ମମତା ଗୈଡ,ଉପାଧକ୍ଷ ଶିବ ପ୍ରସାଦ ଗୌଡ ମଞ୍ଚାସିନ ଥିଲେ।ବହୁ ସଂଖ୍ୟାରେ ଲୋକେ ଏଠାରେ ଯୋଗ ଦେଇଥିବାରୁ ମନ୍ତ୍ରୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସାଧାରଣ ସଭାରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ।ତେବେ ମନ୍ତ୍ରୀ ଙ୍କ ଗ୍ରସ୍ତ କୁ ଦେଖି ଗୁଣପୁର ସହର ରେ ପୋଲିସ ପକ୍ଷ ରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା
ସର୍ଦ୍ଧାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ତମ ଜୟନ୍ତି ଉପଲକ୍ଷେ ବିରାଟ ଏକତା ପଦଯାତ୍ରା
By Charcha News











