ଉଦଳା,- (ରାଜୀବ କୁମାର ବେହେରା):
ଦେଶର ସ୍ୱାଧୀନତା ପାଇଁ ଯେଉଁ ସହିଦ୍ମାନେ ନିଜ ଜୀବନକୁ ବଳିଦାନ ଦେଇଥିଲେ, ସେମାନଙ୍କ ତ୍ୟାଗ ଓ ଆଦର୍ଶକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆଜି ଉଦଳା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କପ୍ତିପଦା ଉପଖଣ୍ଡ ସ୍ତରୀୟ ସହିଦ୍ ଦିବସ ଅନୁଷ୍ଠିତ ହୋଇଯାଇଛି। ସମଗ୍ର କାର୍ଯ୍ୟକ୍ରମ ଗମ୍ଭୀର ଓ ଶ୍ରଦ୍ଧାମୟ ପରିବେଶରେ ଆୟୋଜିତ ହୋଇଥିଲା।
ଓଡ଼ିଶା ସରକାର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଆରମ୍ଭରେ ସହିଦ୍ମାନଙ୍କ ଅମର ଆତ୍ମା ପ୍ରତି ସମ୍ମାନ ଜଣାଇ ଦୁଇ ମିନିଟ୍ର ନୀରବତା ପାଳନ କରାଯାଇଥିଲା।
ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା ଏହି ସଭାରେ ଅଧ୍ୟକ୍ଷତା କରି କହିଥିଲେ ଯେ, ସହିଦ୍ମାନଙ୍କ ତ୍ୟାଗ କେବଳ ସ୍ମୃତିରେ ନୁହେଁ, ବରଂ କାର୍ଯ୍ୟ ଓ ଆଚରଣରେ ପ୍ରତିଫଳିତ ହେବା ଆବଶ୍ୟକ। ଗାନ୍ଧିଜୀଙ୍କ ଅହିଂସା, ସତ୍ୟ ଓ ନୀତିର ମାର୍ଗକୁ ଅନୁସରଣ କରି ସରକାରୀ ସେବାକୁ ଜନମୁଖୀ କରିବା ପାଇଁ ସେ ଆହ୍ୱାନ ଜଣାଇଥିଲେ।
କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଅଙ୍କିତା ହାଁସଦଃ, ସହକାରୀ ଜିଲ୍ଲାପାଳ ପ୍ରବୀଣ ମାଝୀ, ତପନ ବାରିକ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଲିପିପୁଷ୍ପା ଦାସ, ସହକାରୀ ଯୋଗଣ ଅଧିକାରୀ ଶରତ ବେହେରା ସହ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସହିଦ୍ମାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଆପଣ ଚାହିଁଲେ
ସହିଦ୍ମାନଙ୍କ ସ୍ମୃତିରେ ମଣିଷ ମନ ନୀରବ, ଉଦଳାରେ ଗମ୍ଭୀରତାର ସହ ସହିଦ୍ ଦିବସ
By Charcha News












