ରାୟଗଡ଼ା/ ରବୀନ୍ଦ୍ର ନାଥ ମହାପାତ୍ର :-
ରାୟଗଡ଼ା ର ଅଧିଷ୍ଠାତ୍ରୀ ଦେଵୀ ମାଁ ମଝିଘରିଆଣୀ।ମାଁ ଙ୍କ ପ୍ରତି ଭକ୍ତଙ୍କ ରହିଛି ଅଗଡା ବିଶ୍ୱାସ ଓ ଭକ୍ତି।ଏଥିପାଇଁ ତ ରାଜ୍ୟ ତଥା ରାଜ୍ୟ ବାହାର ର ଅନେକ ଭକ୍ତ ଙ୍କ ସୁଅ ଛୁଟିଛି।ବିଶେଷ କରି ମାଁ ଙ୍କ ଚୈତ୍ର ପର୍ବ ଓ ଦଶହରା ନବରାତ୍ର ଦୁଇ ପୂଜା ମୁଖ୍ୟ ପର୍ବ ।ଏହି ମୁଖ୍ୟ ପର୍ବ ରେ ଭକ୍ତ ମାନେ ମା ଙ୍କ ନିକଟରେ ମାନସିକ ରଖି ପୂଜା ଅର୍ଚ୍ଚନା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।ଏହି ଦଶହରା ନବରାତ୍ର ରେ ମାଁ ସୁନାବେଶ ରେ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି। Vo ଏ ହେଉଛି ରାୟଗଡ଼ା ଜିଲ୍ଲା ର ଅଧିଷ୍ଠାତ୍ରୀ ଦେଵୀ ମାଁ ମଝିଘରିଆଣୀ ଙ୍କ ମନ୍ଦିର ।କେଉଁ ଅନାଦି କାଳରୁ ନାଗାବଳୀ ଓ ଝଞ୍ଜାବତି ନଦୀ କୂଳେ ସହର ର ମଧ୍ୟ ଭାଗରେ ରେ ରହିଥିବାରୁ ମାଁ ଙ୍କ ନାମ ମଝିଘରିଆଣୀ ନାମ ରେ ନାମିତ।ବିଶେଷ କରି ମାଁ ଙ୍କ ଦୁଇ ପର୍ବ ଚୈତ୍ର ପର୍ବ ଦଶହରା ନବରାତ୍ର ପୂଜା ଏବଂ ପ୍ରତି ମାସର ମଙ୍ଗଳବାର ରବିବାର ସହ ସମସ୍ତ ସଂକ୍ରାନ୍ତିରେ ନୂଆଁ ବର୍ଷ ରେ ମାଁ ଙ୍କ ଦର୍ଶନ କରିବା ସହ ରାଜ୍ୟ ତଥା ରାଜ୍ୟ ବାହାର ରୁ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥାଏ।ଦଶହରା ରେ ମାଁ ଙ୍କ ପୀଠ ରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ସହ ଖଣ୍ଡା ପୂଜା ହୋଇଥାଏ । ମନ୍ଦିର ଭିତରେ ଥିବା ୫ଟି ଅଦୃଶ୍ୟ ଖଣ୍ଡା ଭିତରୁ ଗୋଟିଏ ଖଣ୍ଡା ସ୍ଥାନୀୟ ତହସିଲ ଅଫିସ କାର୍ଯ୍ୟଳୟ ରେ ପୂଜା କରାଯାଏ। ମାଁ ଙ୍କ ଚଳନ୍ତି ପ୍ରତିମା ଏହି ଖଣ୍ଡା ପୂଜା ପାଉଥିବାରୁ।ସହର ରେ ଦୈବ ଦୁର୍ବିପାକ,ମହାମାରୀ ର ପ୍ରାଦୁର୍ଭାବ ପଡିନଥିବା ବିଶ୍ୱାସ ଅଛି।ମହାଷ୍ଟମୀ ପୂଜାରେ ମାଁ ଚାମୁଣ୍ଡା ରୂପେ ପୂଜା ପାଇଥାନ୍ତି।ମାଁ ଙ୍କ ପୀଠ ରେ ବଳିପ୍ରଥା ପ୍ରଚଳିତ।ମହାଷ୍ଟମୀ ରାତି ରେ ଜେନାବଳୀ ମନ୍ଦିର ନିକଟରେ ଗୋଟିଏ ଛେଳି କୁ ପୂଜା କରି ଛାଡ଼ି ଦିଆଯାଇଥାଏ ।ଏହି ଛେଳି ସିଧା ସଳଖ ମାଁ ଙ୍କ ପାଖକୁ ଯାଇଥାଏ ବୋଲି ମୁଖ୍ୟ ପୂଜକ ସୂଚନା ଦେଇଛନ୍ତି।ପ୍ରବଳ ଭକ୍ତ ଙ୍କ ଭିଡ କୁ ଦୃଷ୍ଟି ରେ ରଖି ଶୃଙ୍ଖଳା ରେ ଦର୍ଶନ କରିବା ସକାଶେ ସମସ୍ତ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।ପ୍ରତି ରବିବାର ରେ ଏଠାରେ ହଜାର ହଜାର ଭକ୍ତ ଙ୍କ ପାଇଁ ଅନ୍ନ ପ୍ରାସାଦ ର ବ୍ୟବସ୍ଥା ମଧ୍ୟ ହୋଇଥାଏ।
ଦଶହରା ଓ ଚୈତ୍ର ପର୍ବ ବେଳେ ମାଁ ଭକ୍ତ ଙ୍କୁ ସୁନାବେଶ ରେ ଦର୍ଶନ ଦେଇଥାନ୍ତି।ବର୍ଷ କୁ ଦୁଇ ସମୟ ରେ ଏହି ଦୁର୍ଲଭ ବେଶ ଦର୍ଶନ କରିବା ସକାଶେ ରାଜ୍ୟ ବାହାର ରୁ ଆନ୍ଦ୍ରପ୍ରଦେଶ ,ଛତିଶଗଡ,ତେଲେଙ୍ଗାନା,ତାମିଲନାଡୁ ରାଜ୍ୟ ର ଭକ୍ତ ଙ୍କ
ସମାଗମ ହୁଏ। ଚୈତ୍ର ରେ ଶୁକ୍ଲ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ସ୍ଵତନ୍ତ୍ର ପୂଜା ଉପାସନା ହୋଇଥାଏ।ସେହିପରି ଅଶ୍ୱନି ଶୁକ୍ଲ ପ୍ରତିପଦା ଠାରୁ ଦଶମୀ ପର୍ଯ୍ୟନ୍ତ ସୁନାବେଶ ରେ ଦର୍ଶନ ଦିଅନ୍ତି ମାଁ।ମାଁ ଙ୍କ ନିକଟରେ ନବରାତ୍ର ପାଳନ ପାଇଁ ମାନସିକ ଧାରୀ ମାନେ ଅଖଣ୍ଡ ଦୀପ ପ୍ରଜ୍ବଳନ କରିଥାନ୍ତି।ଦଶହର ପୂଜା ପାଇଁ ପ୍ରତିଦିନ ସୂର୍ଯ୍ୟପୂଜା,ନବଗ୍ରହ ପୂଜା,ଶୋଡ଼ଶ ଉପଚାର ପୂଜା,ହୋମ ଯଜ୍ଞ ଚଣ୍ଡୀପାଠ ଚଣ୍ଡୀ ପୂଜା ଶେଷ ରେ ଅଗ୍ନିପୁଜା ସହ ପୂର୍ଣ୍ଣାହୁତି ହୋଇଥାଏ।ବିଶେଷ କରି ମାଁ ଙ୍କ ସୁନା ବେଶ ଦେଖିବା ସକାଶେ ବିଜୟା ଦଶମୀ ପର୍ଯ୍ୟନ୍ତ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହୋଇଥାଏ।ମାଁ ମଧ୍ୟ ଏହି ଦିନରେ ସୁନା ମକୁଟ,ହାର, କାନଫୁଲ,ନାକ ଫୁଲ,ଚକ୍ଷୁ , ନୋଥ ,ଭ୍ରୁଲତା,ତୃତୀୟ ନୟନ,ଭୂଲତା,କର୍ଣ୍ଣ ନାସା,କର୍ଣ୍ଣ କୁଣ୍ଡଳ,ଜିଭା ଆଚ୍ଛାଦିତ ହୋଇଥାନ୍ତି।ପରବର୍ତ୍ତୀ ସମୟରେ ଆଭୂଷଣ ହୋଇ ନିଜ ଭଉଣୀ ମାନଂକ ଘର କୁ ମଧ୍ୟ ଯାଇଥାନ୍ତି।ବୋଲି ଭକ୍ତ ଙ୍କ ବିଶ୍ୱାସ ରହିଛି।ଏଥିପାଇଁ ଲମ୍ବା ଧାଡ଼ି ରେ ଆସି ମାଁ ଙ୍କୁ ଦର୍ଶନ କରିଥାନ୍ତି ବୋଲି ଭକ୍ତ ମାନେ କହିଛନ୍ତି।
ବର୍ଷ କୁ ଦୁଇଟି ବିଶେଷ ଉତ୍ସବ ହୋଇଥିବାରୁ ମାଁ ଭକ୍ତ ଙ୍କ ପାଇଁ ଏ ଭଳି ଅପରୁପ ବେଶ ଧାରଣ କରନ୍ତି।ଏହି ପ୍ରଥା ମୁତାବକ ଚାଲି ଆସୁଛି ବୋଲି ପୂଜକ ସୂଚନା ଦେଇଥିବା ବେଳେ ସୁନାବେଶ ପାଇଁ ମନ୍ଦିର ରେ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ।
ସୁନାରେ ଝଟିକିଲେ ମାଁ ମଝିଘରିଆଣୀ : ସୁନାବେଶ ଦେଖିବାପାଇଁ ହଜାର ହଜାର ଭକ୍ତ ଙ୍କ ସମାଗମ
By Charcha NewsUpdated:











