ୟୁନେସ୍କୋ ସାଂସ୍କୃତିକ ଐତିହ୍ୟ ତାଲିକାରେ ପୁରୀ ରଥଯାତ୍ରାକୁ ସ୍ଥାନିତ କରିବାକୁ ଦାବି । କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ୟୁନେସ୍କୋ ସାଂସ୍କୃତିକ ଐତିହ୍ୟ ତାଲିକାରେ ପୁରୀ ରଥଯାତ୍ରାକୁ ସ୍ଥାନିତ କରିବାକୁ ଦାବି । କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୀ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ କରିବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଚିଠି ଲେଖି ଜରୁରୀ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ମାନ୍ୟତା ଦେବା ପାଇଁ ଆବଶ୍ୟକୀୟ ସମସ୍ତ ନଥିପତ୍ର ଓ ଆବେଦନ ପତ୍ର ପଠାଯାଇଛି ।
ମୁଖ୍ୟମନ୍ତ୍ରୀ ଚିଠିରେ କହିଛନ୍ତି, ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଏହା ଭାରତର ସାଂସ୍କୃତିକ ବିବିଧତା, ଆଧ୍ୟାତ୍ମିକତା, ଶିଳ୍ପକଳା, ସଙ୍ଗୀତ, ନୃତ୍ୟ ଏବଂ ସାମୁହିକ ସହଭାଗିତାର ଏକ ଅତୁଳନୀୟ ପ୍ରତୀକ । ୟୁନେସ୍କୋ ତାଲିକାରେ ରଥଯାତ୍ରା ସାମିଲ ହେଲେ ବିଶ୍ୱ ଦରବାରରେ ଭାରତୀୟ ସଂସ୍କୃତିର ମାନ୍ୟତା ଆହୁରି ବୃଦ୍ଧି ପାଇବ ଏବଂ ଆଗାମୀ ପିଢ଼ି ପାଇଁ ଏହାର ସଂରକ୍ଷଣରେ ସହାୟକ ହେବ । ଏହି ପ୍ରସ୍ତାବକୁ ୟୁନେସ୍କୋ ନିକଟରେ ଶୀଘ୍ର ଉପସ୍ଥାପନ କରିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ବ୍ୟକ୍ତିଗତ ହସ୍ତକ୍ଷେପ ଓ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ।
ଚର୍ଚ୍ଚା news











