ମାଲକାନାଗିରି: ମାନସ୍ ନେତମ୍
ପୁଣି ଥରେ ୮ ଦଫା ଦାବି ନେଇ, ଅଲ୍ ଇଣ୍ଡିଆ ଲେଡିସ୍ ୱର୍କୋର୍ ଆସୋସିଏସନ୍ ଅଙ୍ଗନୱାଡ଼ି କର୍ମୀ ଓ ସହାୟୀକ। ଭାରତୀୟ ମଜୁଦୁର ସଂଘ ତଥା ଅଙ୍ଗନୱାଡ଼ି କର୍ମୀଙ୍କ ପକ୍ଷରୁ ପୁଣି ଥରେ ଜିଲ୍ଲାପାଳ ମାଲକାନଗିରି ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମେତ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାର ହଜାର ରୁ ଉର୍ଦ୍ଧ୍ବ ଅଙ୍ଗନୱାଡ଼ି କର୍ମୀ ଓ ସହାୟୀକା ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ଏହି ଦାବି ଜଣାଇଛନ୍ତି। ଅଙ୍ଗନୱାଡ଼ି କର୍ମୀଙ୍କୁ ଦରମାକୁ ବୃଦ୍ଧି କରିବାକୁ ପ୍ରତିଶୃତି ଦେଇ ୨୦୨୪ ମସିହାରେ ସରକାରରେ ଆସିବା ପରେ ବିଜେପି ସରକାର ପ୍ରତିଶୃତି କଥା ଭୁଲି ଯାଇଛନ୍ତି। କିଛି ଏଭଳି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅଙ୍ଗନୱାଡ଼ି କର୍ମୀ। ସମାନ କାର୍ଯ୍ୟକୁ ସମାନ ଦରମା ନଦେଇ ଓଲଟା ଅଧିକ କାର୍ଯ୍ୟ ତାଙ୍କର ଉପରେ ସରକାର ଲଦି ଦେଉଥିବା ଅଭିଯୋଗ କରିଛନ୍ତି । ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ପକ୍ଷରୁ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ , ବର୍ତ୍ତମାନ ସମସ୍ତ ଅଙ୍ଗନୱାଡ଼ି କର୍ମୀ ପୋଷୋନ୍ ଟ୍ରାକର ଆପ୍ ବ୍ୟାବହାର କରୁଛନ୍ତି। ଯେଉଁଥିରେ ଅଙ୍ଗନୱାଡ଼ି କେନ୍ଦ୍ରର ପ୍ରତ୍ୟେକ ଦିନର ପିଲାଙ୍କ ଉପସ୍ଥାନ, ଗର୍ଭବତୀ ଓ ପ୍ରସୂତି ମାଁ ମାନଙ୍କ ସମସ୍ତ ପ୍ରକାରର ଟିକା କରଣର ବିବରଣୀ ସହିତ ପିଲାମାନଙ୍କ ଓଜନ ଓ ସ୍ଥିତି କିଭଳି ରହିଛି। ପ୍ରତ୍ୟେକ ଦିନ କେତେ ଉପସ୍ଥାନ ରହିଛନ୍ତି। ଏସବୁର ବିବରଣୀ ସରକାରଙ୍କ ପାଖକୁ ପହଞ୍ଚିବା ପରେ ମଧ୍ୟ, ବର୍ତ୍ତମାନ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଷଣ ଟ୍ରାକରରେ FRS ଅର୍ଥାତ ପ୍ରତ୍ୟେକ ମାସରେ ମାଁ ଏବଂ ପିଲାଙ୍କ ସହିତ କିଶୋରୀ ବାଳିକାଙ୍କ ଫେସ୍ ଭେରିଫିକେସନ୍ ପାଇଁ ନିର୍ଦେଶ ଦେଇଛନ୍ତି। ଯାହାକି ଅତ୍ୟାନ୍ତ କଷ୍ଟକର। କାରଣ ବିଭିନ୍ନ ସମୟରେ ନେଟୱର୍କ ର ସମସ୍ୟା, ଅଧିକ ହିତାଧିକାରୀଙ୍କର ଆଧାର କାର୍ଡ ସହିତ ମୋବାଇଲ ନମ୍ବର ର ଲିଙ୍କ୍ ନରହିବା, ହିତାଧିକାରୀଙ୍କ ଫୋଟୋ mismatch ଇତ୍ୟାଦି ସମସ୍ୟା ଦେଖାଦେଉଛି। ଯାହାଫଳରେ ଅନେକ ପିଲା, ମାଁ ଓ କିଶୋରୀ ବାଳିକା ମାନେ ସରକାରଙ୍କ ଦ୍ଵାରା ଦିଆଯାଉଥିବା ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ହେଉଛନ୍ତି। ଏଣୁ ଏହାର ସଠିକ ରୁପାୟନ ପାଇଁ ସରକାରଙ୍କୁ ଉନ୍ନତ ମାନର ମୋବାଇଲ ସହିତ ୩ମାସର ରିଚାର୍ଜ ଦେବାକୁ ଦାବି କରିଛନ୍ତି। ମୋବାଇଲ ଦ୍ବାରା ଅନଲାଇନ କରାଯାଉଥିବା ସମସ୍ତ କାର୍ଯ୍ୟକୁ ପୁଣି ଥରେ ଅଫଲାଇନରେ ଭିନ୍ନ ଭିନ୍ନ ରେକର୍ଡ ରେଜିଷ୍ଟର ପୂରଣ କରିବାକୁ ଉପରସ୍ତ ଅଧିକାରୀଙ୍କ ପକ୍ଷରୁ ଚାପ ପ୍ରୟୋଗ କରାଯାଉଛି। ଯେଉଁଥିପାଇଁ କର୍ମୀମାନଙ୍କୁ ଅଯଥା ଦ୍ଵିଗୁଣିତ କାର୍ଯ୍ୟର ଚାପଗ୍ରସ୍ଥ ହେବାକୁ ପଡୁଛି। ଏଣୁ ଅନଲାଇନରେ ହେଉଥିବା କାର୍ଯ୍ୟକୁ ପୁନର୍ବାର ଅଫଲାଇନରେ କରିବା ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି । ଏହାସହିତ ଅଙ୍ଗନୱାଡ଼ି କର୍ମୀ କିମ୍ବା ସହାୟିକା ଯଦି କାର୍ଯ୍ୟରତ ସମୟରେ ମୃତ୍ୟୁ ବରଣ କରୁଥିବ ତୁରନ୍ତ ସହାୟତା ରାଶି ପ୍ରଦାନ କରିବା ସହିତ ପରିବାରର ଜଣଙ୍କୁ ଯୋଗ୍ୟତା ଭିତ୍ତିରେ ସେହି ସ୍ଥାନରେ ନିଯୁକ୍ତି ସୁଯୋଗ ଦିଆଯିବାକୁ ଦାବି କରିଛନ୍ତି ଅଙ୍ଗନୱାଡ଼ି ଲେଡିସ୍ ୱର୍କାର ଆସୋସିଏସନ୍। ସରକାର ଯଦି ତାଙ୍କର ଦାବି ପୂରଣ ନ କରନ୍ତି ଆଗାମୀ ଦିନରେ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଆସୋସିଏସନ୍ ପକ୍ଷରୁ ଚେତାବନୀ ଦେଇଛନ୍ତି।











