ଚର୍ଚ୍ଚାରେ ଟ୍ରମ୍ପଙ୍କ ବାଣିଜ୍ୟ ତଦନ୍ତ: ଇୟୁ-ଆମେରିକା ବିବାଦ ଆହୁରି ତୀବ୍ର :
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ ସଂଘର ନୀତି ବିରୋଧରେ ଏକ ଆନୁଷ୍ଠାନିକ ବାଣିଜ୍ୟ ତଦନ୍ତ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ୟୁରୋପୀୟ ସଂଘ ଦ୍ୱାରା ଆମେରିକୀୟ ଟେକ୍ କମ୍ପାନିଗୁଡ଼ିକ ଉପରେ ଲାଗୁ କରାଯାଇଥିବା ଭାରୀ ଜରିମାନାର ପ୍ରତିକ୍ରିୟା ପରେ ଆସିଛି ।
BY-Subhasmita-dt-25.7.2026
ୟୁରୋପୀୟ ସଂଘ (EU) ଦ୍ୱାରା ଆମେରିକାର ବଡ଼ ଟେକ୍ କମ୍ପାନିମାନଙ୍କ ଉପରେ ଭାରୀ ଜରିମାନା ଲାଗୁ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ପଦକ୍ଷେପ ନେଇଛନ୍ତି। ସେ ୟୁରୋପୀୟ ସଂଘ ବିରୋଧରେ ଆନୁଷ୍ଠାନିକ ବାଣିଜ୍ୟ ତଦନ୍ତ ଆରମ୍ଭ କରିବା ସହ ଭବିଷ୍ୟତରେ ୟୁରୋପୀୟ ପଣ୍ୟ ଉପରେ ଅଧିକ ଆମଦାନି ଶୁଳ୍କ ଲାଗୁ କରିବାର ସଙ୍କେତ ଦେଇଛନ୍ତି। ଟ୍ରମ୍ପଙ୍କ ଅଭିଯୋଗ ହେଉଛି, EU କେବଳ ଆମେରିକୀୟ କମ୍ପାନିମାନଙ୍କୁ ଟାର୍ଗେଟ କରି ପକ୍ଷପାତମୂଳକ ନୀତି ଅନୁସରଣ କରୁଛି।
ଏହି ପଦକ୍ଷେପ ପରେ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ନୂଆ ତିକ୍ତତା ସୃଷ୍ଟି ହୋଇଛି। ବିଶେଷଜ୍ଞମାନଙ୍କ ମତରେ, ଯଦି ଉଭୟ ପକ୍ଷ ପ୍ରତିଶୋଧମୂଳକ ଶୁଳ୍କ ଓ କଟକଣା ବଢ଼ାନ୍ତି, ତେବେ ବିଶ୍ୱ ବାଣିଜ୍ୟ, ପ୍ରଯୁକ୍ତି କ୍ଷେତ୍ର ଓ ନିବେଶ ବଜାର ଉପରେ ଏହାର ବ୍ୟାପକ ପ୍ରଭାବ ପଡ଼ିପାରେ। ବର୍ତ୍ତମାନ ଆମେରିକା ଓ EU ମଧ୍ୟରେ ଏହି ବାଣିଜ୍ୟ ବିବାଦ କେଉଁ ଦିଗକୁ ଯାଉଛି, ସେଥିପ୍ରତି ସାରା ବିଶ୍ୱର ନଜର ରହିଛି ।
ଚର୍ଚ୍ଚା news












