ଉଦଳା( ରାଜୀବ କୁମାର ବେହେରା ) ପୁଣି ଉଦଳା ଡାକ୍ତରଖାନା ଚର୍ଚ୍ଚାରେ , ପ୍ରଥମେ ସିସିଟିଭି , ପଡିଆରେ ଔଷଧ , ପରିସରରେ ଅନ୍ଧାର, ଭିତରେ ଅଳିଆ, ଯଥେଷ୍ଟ ଶଜ୍ୟାର ଅଭାବ,ତଳେ ଗଡୁଛନ୍ତି ରୋଗୀ, ଡାକ୍ତରଖାନା ରେ କିଛି ଡାକ୍ତର ପ୍ରାଇଭେଟ କ୍ଲିନିକ ରେ ବେସ୍ତ, ଡାକ୍ତର ଖାନାରେ ରୋଗୀ ମୁଲଚାଲ କ୍ଲିନିକ ରେ ଡିଲ, ମୋଟା ଅଙ୍କର ସରକାରୀ ଦରମା , ହେଲେ ଡାକ୍ତରଖାନା ରେ ରୋଗୀଙ୍କୁ କରୁଛନ୍ତି ଅବହେଲା, ଅଭିଯୋଗ କଲେ ସିଧା ରେଫର ଜୋନ ପlଲୋଟି ଯାଇଛି l ସୁଧୁରୁ ନାହିଁ ଉଦଳା ଡାକ୍ତରଖାନା l
ଉଦଳା ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ନାହିଁ ନାହିଁ ରେ ଚାଲିଛି ସେବା l ମୁରବି ଶୂନ୍ୟ ହୋଇଛି ମୟୁରଭଞ୍ଜ ଜିଲ୍ଲାରେ ଥିବା ଉଦଳା ଡାକ୍ତରଖାନା l ସ୍ୱାସ୍ଥ୍ୟ ସେବା ନାମରେ ଚରମ ଅବହେଳାର ଚିତ୍ର ସାମ୍ନାକୁ ଆସିଛି। ଆବଶ୍ୟକ ନ ଥାଇ ଜ୍ୱର ରେ ପୀଡ଼ିତ ରୋଗୀଙ୍କୁ ଅନ୍ୟ ଜଣେ ରୋଗୀଙ୍କ ରକ୍ତ ଦେବାରୁ ସେ ଗୁରୁତର ହୋଇପଡ଼ିଥିବା ନେଇ ଅଭିଯୋଗ ହୋଇଛି। ତେଵେ ଡାକ୍ତରଖାନା ରେ କାର୍ଯ୍ୟ ରତ ନର୍ସ, ଡାକ୍ତର ଏବଂ ଦାଇତ୍ୱରେ ଥିବା ଅଧିକାରୀଙ୍କ ଅବହେଳା କୁ ନେଇ ଏବେ ? କର୍ତ୍ତୃପକ୍ଷ ଏନେଇ ପଚାରିବାରୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।
ସୂଚନା ଅନୁସାରେ, ଘଟଣା ଘଟିଛି ଉଦଳା ଉପଖଣ୍ଡ ଚିକିତ୍ସlଲୟରେ , ଉଦଳା ଥାନା ଅଧୀନ ଡିମଗଡ଼ିଆ ଗ୍ରାମର ପାର୍ବତୀ ବିନ୍ଧାଣି ରବିବାର ସନ୍ଧ୍ୟା ରେ ଜ୍ଵର ହେବା କାରଣରୁ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି
ହୋଇଥିଲେ। ସେ ମେଡ଼ିସିନ ୱାର୍ଡ ର ୨୧ ନମ୍ବର ବେଡ୍ରେ ରହି ଚିକିତ୍ସିତ ହେଉଥିଲେ। ସୋମବାର ମଧ୍ୟାହ୍ନରେ ଅଚାନକ ତାଙ୍କ ନାମ ଡାକିଥିଲେ ନର୍ସ ଏବଂ ରକ୍ତ ନେବା ପାଇଁ କହିଥିଲେ। ହେଲେ
ରକ୍ତ ଆବଶ୍ୟକ ନାହିଁ ବୋଲି ପାର୍ବତୀଙ୍କ ପରିବାର ସଦସ୍ୟ ପ୍ରତିବାଦ କରି ଥିଲେ ସତ୍ୱେ ନର୍ସ ଜଣକ ତାହା ଶୁଣି ନ ଥିଲେ I ପାର୍ବତୀଙ୍କଠାରେ ରକ୍ତ ଲଗାଇ ଚାଲିଯାଇଥିଲେ। ଉତ୍ତର କିଛି ଦେଇ ନଥିଲେ l କିଛି ପରେ ପାର୍ବତୀଙ୍କ ଦେହ ଅସୁସ୍ଥ ହେବାରୁ ଏହାକୁ ଦେଖି ପରିବାର ଲୋକେ ଏହାକୁ ଘୋର ବିରୋଧ କରିବା ପରେ ନର୍ସ ଜଣକ ସଙ୍ଗେ ସଙ୍ଗେ ଲାଗିଥିବା ରକ୍ତ କାଢି ଦେଇ ଥିବା ବେଳେ, ଏହି ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖା ଦେଇ ଥିଲା । ଆଶ୍ଚର୍ଯ୍ୟର କଥା ପାର୍ବତୀ ବିନ୍ଧାଣି ନୁହେଁ ବରଂ ପାର୍ବତୀ କୁଅଁରଙ୍କୁ ରକ୍ତ ଦିଆଯାଇ ଥିଲା। ସେ ଡାକ୍ତରଖାନା ର କ୍ୟାବିନରେ ଚିକିତ୍ସାଧୀନ ଥିଲେ । ଠିକ୍ ଭାବେ ଯାଞ୍ଚ ନ କରି ନର୍ସ ଜଣକ ବେପରୁଆ ଭାବେ ମନ ଇଚ୍ଛା ରକ୍ତ ଦେଇଥିବାରୁ ଅସୁସ୍ଥ ହୋଇଥିବା କହି କହିଛନ୍ତି ପାର୍ବତୀଙ୍କ ପରିବାର l ଏ ସମ୍ପର୍କରେ ଡାକ୍ତରଖାନା ର ଦାୟିତ୍ୱରେ ଥିବା ଡାକ୍ତର ଯେଉଁ ନର୍ସ ଏଭଳି କରିଛନ୍ତି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି କ କହିଛନ୍ତି। ତେଵେ ଉଦଳା ଡାକ୍ତରଖାନା ଖାନାରେ ସ୍ୱାସ୍ଥ୍ୟବସ୍ଥା ପିପର୍ଯ୍ୟସ୍ତ ଆଉ ଅବହେଳିତ ହୋଇଛି l ତେଵେ ଆଗକୁ ଦେଖିବାକୁ ବାକି ଅଛି ଘଟଣାକୁ ନେଇ ଉପଖଣ୍ଡ ଚିକିତ୍ସା ଅଧିକାରୀ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି











