Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Wednesday, April 22
    Facebook X (Twitter) YouTube Instagram
    Trending
    • ଜଗତସିଂହପୁରରେ ଚଞ୍ଚଳକର ଘଟଣା: ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ ::
    • ପାଣି ପାଇଁ ରାସ୍ତା ରୋକ୍ :
    • କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବଶୀଘ୍ର କଢ଼ାଯିବ ବାଲି,ଆଇଆଇଟି ମାଡ୍ରାସ ଲ୍ୟାବର ରିପୋର୍ଟ ପରେ ଏଏସ୍‌ଆଇ ଆରମ୍ଭ କଲା ବାଲିକଢ଼ା ପ୍ରକ୍ରିୟା
    • ଜନଗଣନା କର୍ମଚାରୀଙ୍କ ସୁରକ୍ଷା ନେଇ ସରକାର ଚିନ୍ତିତ, ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ :
    • ପୁରୀ ସିଂହଦ୍ୱାର ଗୁମୁଟରୁ ଅପସାରଣ ହୋଇଥିବା ଦଶାବତାର ମୂର୍ତ୍ତି ପୁନଃ ସ୍ଥାପନ ପ୍ରସଙ୍ଗରେ ଏବେ ନୂଆ ଗତି ଆସିଛି। ଏହାକୁ ପୁନଃ ସ୍ଥାପନ କରାଯିବା ପ୍ରସ୍ତାବ ଉପରେ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସ୍ଥାୟୀ :
    • ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରୁ ଅପସାରଣ କରାଯାଇଥିବା ଦଶାବତାର ମୂର୍ତ୍ତି ପୁନଃ ଅବସ୍ଥାପନ କରାଯିବା ପ୍ରସ୍ତାବ ଉପରେ ମୁକ୍ତି ମଣ୍ଡପ ସ୍ଥାୟୀ ସଭାପତି ଶ୍ରୀମଦ୍ ଜଗଦଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି ମୁଖ୍ୟ ପ୍ରଶାସକ।
    • ପହଲଗାମ ଆକ୍ରମଣ ଘଟଣାକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ :
    • ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ପାଳିତ :
    • ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ୨୨ଯୋଡ଼ାଙ୍କ ବିବାହ ସମ୍ପନ୍ନ :
    • ଜୟ ଜଗନ୍ନାଥ ଧ୍ୱନିରେ ଗୁଞ୍ଜିଲା ଡିହିରାକୁଳ, ସମ୍ପନ୍ନ ହେଲା ରଥ ଅନୁକୂଳ
    • ଆଜିର ରାଶିଫଳ
    • ଉଦଳା ବନାଞ୍ଚଳରେ ଦନ୍ତା ହାତୀ ର ଭୟ :
    • ରାଉରକେଲାରେ ରାଷ୍ଟ୍ରପତି: ୧୫୮ କୋଟିର ୪ଟି ବଡ଼ ପ୍ରକଳ୍ପ ଲୋକାର୍ପଣ :
    • ଭୋଟର ତାଲିକାରୁ ୯.୮ ଲକ୍ଷ ନାମ ବାଦ ପ୍ରସଙ୍ଗ: ସିଇସିଙ୍କୁ ବିଜେଡିର ପୁନର୍ବିଚାର ଦାବି :
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଖେଳ»ସେମିରେ ଗ୍ରିନ୍ସ-ରେଡ୍‌ ଷ୍ଟାର୍‌, ପାରାମାଉଣ୍ଟ୍‌-ଆଇଆଇସି ::

    ସେମିରେ ଗ୍ରିନ୍ସ-ରେଡ୍‌ ଷ୍ଟାର୍‌, ପାରାମାଉଣ୍ଟ୍‌-ଆଇଆଇସି ::

    By Charcha NewsApril 6, 2026
    Share
    Facebook Twitter Email WhatsApp

    ବିଶ୍ବରେ ସବୁଠାରୁ ଲୋକପ୍ରିୟ ଖେଳ ହେଉଛି ଫୁଟ୍‌ବଲ୍‌। ଭାରତର କିଛି ସୀମିତ ପ୍ରାନ୍ତରେ ଏହାର ଭଲ ଉପସ୍ଥିତି ବି ରହିଛି। ଆଉ ଓଡ଼ିଶା କଥା ନ କହିଲେ ଭଲ। ରାଜ୍ୟ ପୁରୁଷ ଫୁଟ୍‌ବଲ୍‌ ଦଳ ବର୍ଷବର୍ଷ ଧରି ସଂଘର୍ଷ କରି ଆସୁଛି ।

    BY-SUBHASMITA_DT-6.4.2026

    ଭୁବନେଶ୍ବର:DT-6.4.2026 :: ବିଶ୍ବରେ ସବୁଠାରୁ ଲୋକପ୍ରିୟ ଖେଳ ହେଉଛି ଫୁଟ୍‌ବଲ୍‌। ଭାରତର କିଛି ସୀମିତ ପ୍ରାନ୍ତରେ ଏହାର ଭଲ ଉପସ୍ଥିତି ବି ରହିଛି। ଆଉ ଓଡ଼ିଶା କଥା ନ କହିଲେ ଭଲ। ରାଜ୍ୟ ପୁରୁଷ ଫୁଟ୍‌ବଲ୍‌ ଦଳ ବର୍ଷବର୍ଷ ଧରି ସଂଘର୍ଷ କରି ଆସୁଛି। ଓଡ଼ିଶା ମହିଳା ଦଳର ସଫଳତା ଓ ଖ୍ୟାତି ଜାତୀୟ ସ୍ତରରେ ଭଲ ଥିଲେ ମଧ୍ୟ ଏବେ ଭୂଲୁଣ୍ଠିତ ହେବାକୁ ଯାଉଛି। କିଛି ସାମ୍ପ୍ରତିକ ଫୁଟ୍‌ବଲ୍‌ ଖବର ହିଁ ଓଡ଼ିଶାର ଫୁଟ୍‌ବଲ୍‌ ପ୍ରଶଂସକ ଓ ପ୍ରଶାସକଙ୍କ ନିଦ ହଜାଇ ଦେଇଛି। ଯେଉଁଥି ପାଇଁ ଓଡ଼ିଶା ଫୁଟ୍‌ବଲ୍‌ର କିଛିଟା ପରିଚୟ, ପ୍ରତିଷ୍ଠା ଓ ପତିଆରା ଆସିଥିଲା ଏବେ ସେତକ ହାତଛଡ଼ା ହୋଇଯାଇଛି କୁପରିଚାଳନା, ବେପରୁଆ ମନୋଭାବ, ଏକପାଖିଆ ନିଷ୍ପତ୍ତି ଓ ସରକାରୀ ଅବହେଳା ଆଦି କାରଣରୁ। ଦିନେ ଯେଉଁ ଓଡ଼ିଶା ଏଫ୍‌ସି ମହିଳା ଦଳ ଆଇଡବ୍‌ଲ୍ୟୁଏଲ୍‌ରେ ବିଜେତା ହୋଇଥିଲା ଏବେ ନିମ୍ନଗ୍ରୁପ୍‌ ଆଇଡବ୍‌ଲ୍ୟୁଏଲ୍‌-୨ରେ ସଂଘର୍ଷ କରି ବିଦାୟ ନେବା ସହ ଅଯୋଗ୍ୟ ହୋଇଯାଇଛି। ପ୍ରାୟ ଗୋଟିଏ ଦଶନ୍ଧି ଧରି ହୋଇଥିବା ପ୍ରୟାସ ରାତାରାତି ପାଣିରେ ପଡ଼ିଯାଇଛି। ଫିଫା, ୟୁନେସ୍କୋ, ସରକାରଙ୍କ ‘ଫୁଟ୍‌ବଲ୍‌ ଫର୍ ଅଲ୍‌’ ଯୋଜନା ବାଟ ହୁଡ଼ିବା ସହ ରାଜ୍ୟ ସରକାର ଯେଉଁ କୋଟି କୋଟି ଟଙ୍କାର ପୁଞ୍ଜି ନିବେଶ କରିଥିଲେ ତାହା ବରବାଦ ହୋଇଯାଇଛି। ଭବିଷ୍ୟତ ବି ଅନ୍ଧକାରମୟ ଅନୁଭବ ଆଣିଛି। ସମ୍ପ୍ରତି ବେଙ୍ଗାଲୁରୁ ଓ ତ୍ରିଶୂରଠାରେ ଆଡବ୍‌ଲ୍ୟୁଏଲ୍‌-୨ ସିଜନ୍‌ ଶେଷ ହୋଇଯାଇଛି। ଦେଶରେ ମହିଳା ଫୁଟ୍‌ବଲ୍‌ର ଏହା ଦ୍ବିତୀୟ ଶ୍ରେଣୀଭୁକ୍ତ ପ୍ରତିଯୋଗିତା। ଓଡ଼ିଆ ଖେଳାଳିଙ୍କ ବିନା ଖେଳିଥିବା ଓଡ଼ିଶା ଏଫ୍‌ସି ବିଜୟଶୂନ୍ୟ (୩ ପରାଜୟ, ୧ ଡ୍ର’) ଭାବେ ଅଭିଯାନ ଶେଷ କରି ନିଜ ଗ୍ରୁପ୍‌ରେ ଶେଷ ସ୍ଥାନରେ ରହି ଲଜ୍ଜିତ କରିଛି । 

    ଦୁଇ ବର୍ଷ ତଳେ ମୁଖ୍ୟ ପ୍ରତିଯୋଗିତା ଆଇଡବ୍‌ଲ୍ୟୁଏଲ୍‌ର ବିଜେତା ଟ୍ରଫି ଜିତି ଇତିହାସ ରଚିଥିବା ଓଡ଼ିଶା ଏଫ୍‌ସିରେ ଏହା ଭିତରେ ଏତେ ଅଧୋପତନ କିଭଳି ହେଲା ବୋଲି ପ୍ରଶ୍ନ ଉଠିବା ସ୍ବଭାବିକ। ପ୍ରଥମତଃ ସରକାରଙ୍କ ସମର୍ଥନ ନମିଳିବାରୁ ବିଜେତା ହେବାର ପରବର୍ତୀ ଋତୁରେ ଓଡ଼ିଶା ଏଫ୍‌ସି ଦଳ ଖେଳିନଥିଲା। ଏବେ ନିମ୍ନ ଗ୍ରୁପ୍‌ରେ ଖେଳି ଅଯୋଗ୍ୟ ହୋଇଥିବାରୁ ଆର ବର୍ଷକୁ ଆଇଡବଲ୍ୟୁଏଲ୍‌-୨ରେ ଖେଳିବାକୁ ହେଲେ ରାଜ୍ୟ ବିଜେତା ବି ହେବାକୁ ପଡ଼ିବ। ଗୋଟିଏ ଚାମ୍ପିଅନ୍ ଦଳ ଗୋଟିଏ ବର୍ଷର ବ୍ୟବଧାନ ଭିତରେ ଚକମହୀନ ହୋଇଯିବାକୁ କେହି ବି ସହଜରେ ଗ୍ରହଣ କରିପାରୁୁନାହାନ୍ତି। ଏଥିପାଇଁ କିନ୍ତୁ ଓଡ଼ିଶା ଏଫ୍‌ସିର ପ୍ରଶାସନିକ ଅପାରଗତା ଓ ସରକାରୀ ଅବହେଳାକୁ ଦାୟୀ କରାଯାଇପାରିବ। ଫୁଟ୍‌ବଲ୍‌ ପରିଚାଳନା ଓ ପ୍ରଶାସନ ସହିତ ଜଡ଼ିତ ଥିବା ରାଜ୍ୟର ପ୍ରତିଟି ସମ୍ପୃକ୍ତି ସଂସ୍ଥା ଓ ବ୍ୟକ୍ତି ବି ଦୋଷାବହ ହେବାକୁ ବାଧ୍ୟ। ୨୦୧୭ ମସିହାରେ ‘ସମ୍ବାଦ’ ଏକ ସ୍ବତନ୍ତ୍ର ରିପୋର୍ଟରେ ‘୩୩ ବର୍ଷରେ ଫୁଟ୍‌ବଲ୍‌ ତଳି ତଳାନ୍ତ’ ଶୀର୍ଷକ ଖବର ପ୍ରକାଶ ପରେ ସରକାର ସକ୍ରିୟ ଭୂମିକା ନେଇ କେତେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ। ରାଜ୍ୟ ମହିଳା ଫୁଟ୍‌ବଲ୍ ଏହାଦ୍ବାରା ବିଶେଷ ଫାଇଦା ପାଇଥିଲା। ଦଶନ୍ଧି ପରେ ଜାତୀୟ କ୍ରୀଡ଼ା ଓ ଜାତୀୟ ପ୍ରତିଯୋଗିତାରେ ସଫଳତା ଧାରାକୁ ଫେରିଥିଲା। ଏବେ ସେହି ସଫଳତା ପାଇଁ ସଂଘର୍ଷ କରୁଛି ଓଡ଼ିଶା। ଓଡ଼ିଶା ଏଫସି ଦଳରେ ଓଡ଼ିଆ ନଖେଳିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକଦା ପ୍ରଶ୍ନ କରିଥିଲେ। କିନ୍ତୁ ଓଡ଼ିଶା ଏଫ୍‌ସିର ଭାରତୀୟ ବଂଶୋଦ୍ଭବ ବ୍ରିଟିସ୍‌ ମାଲିକ ଏଥିପ୍ରତି‌ କୌଣସି ଭ୍ରୁକ୍ଷେପ କରିନଥିଲେ। ଏପରିକି ସରକାରଙ୍କ ଅସହଯୋଗକୁ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିବାକୁ କୁଣ୍ଠିତ ହୋଇନଥିଲେ। ଏବେ କୌଣସି ପରିସ୍ଥିତିରେ ସୁଧାର ହେବା ପରିବର୍ତ୍ତେ ଅଧିକ ବିଗିଡ଼ିଯାଇଛି। ଓଡ଼ିଶାର ଭିତ୍ତିଭୂମି ଓ ପୁଞ୍ଜିରେ ସବୁକିଛି ହେଉଥିଲେ ମଧ୍ୟ ରାଜ୍ୟକୁ କାଣିଚାଏ ଫାଇଦା ମିଳୁନାହିଁ। ଭାରତୀୟ ଫୁଟ୍‌ବଲ୍‌, ଓଡ଼ିଶା ଫୁଟ୍‌ବଲ୍‌ କି ଖେଳାଳି କାହାରିକୁ ଫାଇଦା ମିଳିପାରୁନାହିଁ। 

    ସମସ୍ୟାଟି ଏତିକିରେ ସୀମିତ ରାହିନାହିଁ। ପ୍ରତିବର୍ଷ ଓଡ଼ିଶା ସରକାର ୭/୮ କୋଟି ଖର୍ଚ୍ଚ କରୁଥିଲେ ମଧ୍ୟ ଏଆଇଏଫ୍‌ଏଫ୍‌ ଯୁବ ଲିଗ୍‌ରୁ ଫିଫା ଏକାଡେମୀ ଦଳକୁ ନିଜେ ଏଆଇଏଫ୍‌ଏଫ୍‌ ବୟସ ବିବାଦ ପାଇଁ ବସନ୍ଦ କରିବା ଭଳି ନିିନ୍ଦନୀୟ ଖବର ମିଳିଛି ଏହି ବର୍ଷ। ଫିଫା ଏକାଡେମୀ ପ୍ରତିଷ୍ଠାର ୩ ବ‌ର୍ଷ ପରେ ବି ଜଣେ ହେଲେ ଓଡ଼ିଶା ଖେଳାଳିଙ୍କୁ ଜାତୀୟ ଶିବିର ଡାକରା ମିଳିପାରିନାହିଁ। ସ୍ପୋର୍ଟସ୍‌ ଓଡ଼ିଶା ଦଳ ମଧ୍ୟ ଖରାପ ଖେଳିବାରୁ ଓଡ଼ିଆ ଖେଳାଳି ଜାତୀୟ ଦଳକୁ ଯିବାର ବାଟ ବନ୍ଦ ହୋଇଯାଇଛି। ସିଏମ୍‌ ଟ୍ରଫି ନାମରେ ରାଜ୍ୟ ସରକାର ପ୍ରଥମ ସଂସ୍କରଣରେ ୪ କୋଟି ଖର୍ଚ୍ଚ କରିଥିଲେ ମଧ୍ୟ ସେଥିରୁ କେଉଁଠି ଏକ ଫାଓ ଅଧିକାରୀ ଅଢ଼େଇ କୋଟି ଟଙ୍କା କିଟ୍‌ କିଣାରେ ବ୍ୟୟ କରିଥିବାର ଅଭିଯୋଗ ଆସିଛି। ଓଡ଼ିଶା ମହିଳା ଲିଗ୍‌ ପାଇଁ ୫୦ ଲକ୍ଷ ଟଙ୍କା ଦିଆଯାଇଥିଲା, କିନ୍ତୁ ୫ ଲକ୍ଷ ଟଙ୍କାର ଆଇଡବ୍‌ଲ୍ୟୁଏଲ୍‌ ଅଂଶଗ୍ରହଣକୁ ରୋକିଦିଆଯିବା ଭଳି ନିଷ୍ପତ୍ତି କିଏ ନେଇଥିଲା ଏବେ ପ୍ରଶ୍ନ ଉଠିଛି।  ଓଡ଼ିଶା ଏଫ୍‌ସି, ଫାଓ, ଏଆଇଏଫ୍‌ଏଫ୍‌ ଓ ରାଜ୍ୟ କ୍ରୀଡ଼ା ବିଭାଗ ମଧ୍ୟରେ ଅସାଧୁ ମେଣ୍ଟ କାରଣରୁ ରାଜ୍ୟର ସମ୍ମାନ ଓ ଫୁଟ୍‌ବଲ୍‌ ଗୌରବ ହାତଛଡ଼ା ହୋଇଛି।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ଫିଡେ ବିଶ୍ୱ ଚେସ୍ ପ୍ରତିଯୋଗିତା ଆୟୋଜନକୁ ଭାରତର ଉଦ୍ୟମ, ଫାଇନାଲ୍‌ରେ ଦୁଇ ଭାରତୀୟ ଖେଳାଳି ::

    April 19, 2026 ଆଜିର ଖବର

    ଓ୍ବାଙ୍ଖଡ଼େରେ କ୍ରିକେଟ୍ ଫୁଟବଲ୍‌ର ସୁନ୍ଦର ସମ୍ମିଳନ :

    April 15, 2026 ଆଜିର ଖବର

    ପୁଣି ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ୍‌: ଡିସେମ୍ବରରେ ଭାରତ-ଶ୍ରୀଲଙ୍କା ଟ୍ବେଣ୍ଟି-୨୦ ମ୍ୟାଚ୍‌ ::

    March 27, 2026 ଖେଳ

    କଟକର ବିଭିନ୍ନ ମାଇଦାନରେ ଆୟୋଜିତ ହୋଇଛି ପ୍ରିଲିମିନାରୀ ଲିଗ୍ କ୍ରିକେଟ୍ ମ୍ୟାଚ

    March 18, 2026 ଆଜିର ଖବର

    ସିଲଭର କପ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

    January 29, 2026 ଖେଳ

    ମନ୍ତ୍ରୀଙ୍କ ଗ୍ରସ୍ତ ପରେ କେବେ ବଦଳିବ ଗୁଣପୁର ମିନିଷ୍ଟାଡିୟମର ଭାଗ୍ୟ?

    November 17, 2025 ଖେଳ

    କୁଶଙ୍ଗ ଠାରେ ଚାଲିଥିବା ଫୁଟବଲ ମ୍ୟାଚ୍ ରେ କୁଶଙ୍ଗ ଚମ୍ପିଆନ

    August 16, 2025 ଖେଳ
    Watch YouTube

    You May Like

    ଜଗତସିଂହପୁରରେ ଚଞ୍ଚଳକର ଘଟଣା: ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ ::

    April 22, 2026

    ପାଣି ପାଇଁ ରାସ୍ତା ରୋକ୍ :

    April 22, 2026

    କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବଶୀଘ୍ର କଢ଼ାଯିବ ବାଲି,ଆଇଆଇଟି ମାଡ୍ରାସ ଲ୍ୟାବର ରିପୋର୍ଟ ପରେ ଏଏସ୍‌ଆଇ ଆରମ୍ଭ କଲା ବାଲିକଢ଼ା ପ୍ରକ୍ରିୟା

    April 22, 2026

    ଜନଗଣନା କର୍ମଚାରୀଙ୍କ ସୁରକ୍ଷା ନେଇ ସରକାର ଚିନ୍ତିତ, ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ :

    April 22, 2026

    ପୁରୀ ସିଂହଦ୍ୱାର ଗୁମୁଟରୁ ଅପସାରଣ ହୋଇଥିବା ଦଶାବତାର ମୂର୍ତ୍ତି ପୁନଃ ସ୍ଥାପନ ପ୍ରସଙ୍ଗରେ ଏବେ ନୂଆ ଗତି ଆସିଛି। ଏହାକୁ ପୁନଃ ସ୍ଥାପନ କରାଯିବା ପ୍ରସ୍ତାବ ଉପରେ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସ୍ଥାୟୀ :

    April 22, 2026

    ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରୁ ଅପସାରଣ କରାଯାଇଥିବା ଦଶାବତାର ମୂର୍ତ୍ତି ପୁନଃ ଅବସ୍ଥାପନ କରାଯିବା ପ୍ରସ୍ତାବ ଉପରେ ମୁକ୍ତି ମଣ୍ଡପ ସ୍ଥାୟୀ ସଭାପତି ଶ୍ରୀମଦ୍ ଜଗଦଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି ମୁଖ୍ୟ ପ୍ରଶାସକ।

    April 22, 2026

    ପହଲଗାମ ଆକ୍ରମଣ ଘଟଣାକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ :

    April 22, 2026

    ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ପାଳିତ :

    April 22, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.