BY-SUBHASMITA-DT-15.4.2026
ମୁମ୍ବାଇ, ବୁଧବାର: Mumbaiର Wankhede Stadium ବୁଧବାର ଏକ ବିଶେଷ ମୁହୂର୍ତ୍ତର ସାକ୍ଷୀ ହେଲା। କ୍ରିକେଟ୍ ଓ ଫୁଟବଲ୍ ଦୁଇ ଭିନ୍ନ ଖେଳର ତାରକାମାନେ ଏକ ସ୍ଥାନରେ ମିଶି ଦର୍ଶକଙ୍କୁ ଆକର୍ଷିତ କରିଥିଲେ।
Mumbai Indians ଦଳର ଅଭ୍ୟାସ ଚାଲିଥିବା ସମୟରେ ଭାରତୀୟ ଫୁଟବଲ୍ର ପ୍ରସିଦ୍ଧ ଖେଳାଳି Sunil Chhetri ଶିବିରକୁ ପହଞ୍ଚି ଖେଳାଳିମାନଙ୍କ ସହ ସମୟ କାଟିଥିଲେ। ତାଙ୍କ ଆଗମନ ଦଳରେ ଉତ୍ସାହ ବଢ଼ାଇଦେଇଥିଲା।
ଏହି ଅବସରରେ ଦଳର ଅଧିନାୟକ Hardik Pandya ସୁନୀଲ ଛେତ୍ରୀଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଜର୍ସି ଉପହାର ଦେଇ ସମ୍ମାନ ଜଣାଇଥିଲେ। ଏହି ଘଟଣାକୁ Mumbai Indians ପକ୍ଷରୁ ସୋସିଆଲ୍ ମିଡିଆରେ ସେୟାର କରାଯାଇଥିବା ବେଳେ ‘ଓ୍ବାଙ୍ଖଡ଼େରେ ଫୁଟବଲ୍ର ରାଜା’ ବୋଲି ଶୀର୍ଷକ ଦିଆଯାଇଛି। ଏହି ଦୃଶ୍ୟ ଏବେ ଖେଳପ୍ରେମୀଙ୍କ ମନକୁ ଛୁଇଁଉଛି ।
ଚର୍ଚ୍ଚା NEWS












