ରାୟଗଡ଼ା :4 ସିପିଆଇ (ଏମଏଲ) ଲିବରେସନ ପକ୍ଷରୁ ବଂଶଧର ନଦୀ ଗୁଡାରୀ ପାଣି ଡଙ୍ଗର ଠାରେ ପ୍ରକଳ୍ପ ନିର୍ମାଣ କରିବା ଦାବି ନେଇ ଆଜି ଗୁଣପୁର ବାଳିକା ବିଦ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଉପ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ବଂଶଧାରା ନଦୀ ର ଉପର ମୁଣ୍ଡରେ ପାଣି ଡଗଂର ଜଳ ପ୍ରକଳ୍ପ କରିବା ପାଇଁ ଦୀର୍ଘ ୧୫ ବର୍ଷ ହେଲା ଜଣାଇ ଆସୁଛୁ । ତଥାପି କେହି କର୍ଣ୍ଣପାତ କରି ନାହାଁନ୍ତି। ଅନ୍ୟ ପକ୍ଷରେ ବଂଶଧାରା ପାଣିକୁ ନେଇ ବହୁ ଦିନର ବିବାଦ ଅନ୍ତ ଘଟିଛି। ଶେଷରେ ଆନ୍ଧ୍ରର କାଟ୍ରାଗାଡା ଠାରେ ୨ ପର୍ଯ୍ୟାୟ ପ୍ରକଳ୍ପକୁ ମାନ୍ୟବର ସୁପ୍ରିମକୋର୍ଟ ଟ୍ରିବୁନାଲ ଟିମ୍ ସବୁଜ ସଂକେତ ଦେଇଛନ୍ତି। ବିବାଦ ଭିତରେ ଆନ୍ଧ୍ର ସରକାର ବଂଶଧାରା ନଦୀର ପାଣିକୁ ସଦ୍ ବିନିଯୋଗ କରିବା ପାଇଁ ତାର ସମସ୍ତ କାର୍ଯ୍ୟ ଶେଷ କରିଛି । ଆମେ ଆନ୍ଧ୍ରର ପ୍ରକଳ୍ପକୁ ବିରୋଧ କରୁ ନାହୁଁ । ଗୁଡ଼ାରୀ ପାଣି ଡ଼ଙ୍ଗର ବଂଶଧାରା ନଦୀର ଉପର ମୁଣ୍ଡରେ ପ୍ରକଳ୍ପ କରାଗଲେ ଗୁଡାରୀ, ଗୁଣପୁର, ପଦ୍ମପୁର ଓ ରାମନାଗୁଡା ଅଞ୍ଚଳର ସବୁ ଚାଷୀ ଉପକୃତ ହେବା ସାଙ୍ଗକୁ ବିଦ୍ୟୁତ ମଧ୍ଯ ଉତ୍ପନ୍ନ ହୋଇ ପାରିବ। ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଋଷିକୁଲ୍ୟା – ହରଭଙ୍ଗି – ବାଂଶଧାରା ନଦୀ ସଂଯୋଗୀ କରଣ ପାଇଁ ଘୋଷଣା କରିବା ପରେ ରାଜ୍ୟ ସରକାର ମଧ୍ଯ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଗୁଡାରୀ ଠାରେ କାର୍ଯ୍ୟାଳୟ ଉଦଘାଟନ କରି ତିନି ତିନି ଥର ସର୍ଭେ କରି ସରକାର ତହବିଲ୍ ରୁ ପ୍ରାୟ ୪ ରୁ ୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ୨୦୦୭ ମସିହାରୁ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଉଛି। କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ମନମୁଖୀ କାମ ଓ ନିର୍ବାଚିତ ପ୍ରତିନିଧି ମାନଙ୍କ ଅଣଦେଖା ସହିତ ବିଭାଗୀୟ ଅଧିକାରୀଙ୍କ ଗାଲୁଆମି ଯୋଗୁଁ ପ୍ରକଳ୍ପ ଆଉ ଆଗେଇ ପାରିଲା ନାହିଁ । କେନ୍ଦ୍ର ଓ ରାଜ୍ଯ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କାରିବା ପାଇଁ ଅତିଶୀଘ୍ର ଘୋଷଣା କରନ୍ତୁ ନଚେତ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବା ସହ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ରାୟଗଡା ଜିଲ୍ଲା ରେ ଚକ ଅଖ ଜାମ କରିବାକୁ ବାଧ୍ୟ ହେବୁ ବୋଲି ସିପିଆଇ (ଏମ୍ ଏଲ) ଲିବରେସନ ର ଜିଲ୍ଲା ସମ୍ପାଦକ ପ୍ରତିବାଦ ସଭା ବକ୍ତବ୍ୟ ପ୍ରଦାନ କରିଛନ୍ତି।
ଉପସ୍ଥିତ ଥିଲେ। ବୃନ୍ଦାବନ ବିଡିକା, ରାଜେନ୍ଦ୍ର ମାଝୀ, କୈଳାସ ଶବର, କର୍ଣ୍ଣଏଲ ଗମାଙ୍ଗ, ରମେଶ ପାତିକା, ତ୍ରିପତି ମୁଟୁକା, ନିରଞ୍ଜନ ନିମାଲା, ମୁନି ଶବର, ସିମାଦ୍ରି ପାତିକା, ମୁରୋଲି ପାତିକା, କରୁଣାକର ଲିମା, ପ୍ରକାଶ ମାଝୀ, ଲାକିଆ ଶବର, ସଞ୍ଜୟ ଶବର, ମାଥ୍ୟ ରଇତ ଉପସ୍ଥିତି ରହିଥିଲେ |
ଚର୍ଚ୍ଚା news












