ପ୍ରଶାନ୍ତ ରାଉଳକୋଲକତା ରାଜ୍ୟ ପଶ୍ଚିମ ବଙ୍ଗର ଜଲପାଇଗୁଡ଼ି ଜିଲ୍ଲା ସ୍ଥିତ ସିଲିଗୁଡ଼ି ସହର ର ବାସିନ୍ଦା ରିଚା ଘୋଷ ମହିଳା ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ଭାବରେ ସମଗ୍ର ଦେଶକୁ ଗର୍ବିତ କରିଛନ୍ତି। ଆଜି ସକାଳେ ବାଗଡୋଗ୍ରା ବିମାନବନ୍ଦରରେ ଅବତରଣ କରିବା ପରେ, ସାରା ସହରରେ ଉତ୍ସାହ ଆରମ୍ଭ ହୋଇଯାଇଛି। ଅପରାହ୍ନରେ, ବାଗାଜତିନ୍ ପାର୍କରେ ତାଙ୍କ ସମ୍ମାନାର୍ଥେ ଏକ ନାଗରିକ ସ୍ୱାଗତ ଆୟୋଜନ କରାଯାଉଛି। ସୁଭାଷପାଲିଙ୍କ ଘର ଏକ ଉତ୍ସବ ଆଖଡ଼ା ପରି। ଫେଷ୍ଟୁନ୍, ବ୍ୟାନର, ରାସ୍ତା କୋଣରେ ଲାଇଟ୍ – ସବୁକିଛି କହୁଥିବା ପରି ଲାଗୁଛି, “ଆମର ଝିଅ ଫେରି ଆସୁଛି ରିଚା ଘୋଷ ଆମର ଗର୍ବ।” ପଡ଼ୋଶୀଙ୍କ ଓଠରେ କେବଳ ଗୋଟିଏ କଥା ଅଛି – “ରିଚା ଆମର ଗର୍ବ, ଆମର ପ୍ରେରଣା।” ତଥାପି, ଘର ଭିତରେ ଏକ ଭିନ୍ନ ପ୍ରକାରର ବ୍ୟସ୍ତତା ଚାଲିଛି। ରିଚାରଙ୍କ ମାଆ ନିଜ ହାତରେ ବିଭିନ୍ନ ପ୍ରକାରର ଖାଦ୍ୟ ବ୍ୟଞ୍ଜନ ତିଆରି କରି…
Author: Charcha News
ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର 24 ପର ଗଣା ଜିଲ୍ଲା ସ୍ଥିତ ଦମ୍ ଦମ୍ ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ବିମାନବନ୍ଦରର ଗେଟ୍ ନମ୍ବର ଏକରେ ଥିବା ହୋଟେଲ କ୍ରସିଂରେ ଘଟିଛି। ସରକାରୀ ଯାତ୍ରୀ ବାହି ବସ୍ ଅଗ୍ନିକାଣ୍ଡର କାରଣ କ’ଣ ତାହା ସ୍ପଷ୍ଟ ଭାବରେ ଜଣାପଡ଼ିନାହିଁ, କିନ୍ତୁ ପ୍ରାରମ୍ଭିକ ଅନୁମାନ ହେଉଛି ଯେ ଏହା ସର୍ଟସର୍କିଟ୍ ଯୋଗୁଁ ହୋଇଥିଲା। ବସ୍ଟି କୋଲକାତା ଅଭିମୁଖେ ଯାଉଥିବା ସମୟରେ ରେ ନିଆଁ ଲାଗିଯାଇଥିଲା। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡ ଯୋଗୁଁ ସମସ୍ତ ଯାତ୍ରୀ ଭୟଭୀତ ହୋଇ ବସ୍ରୁ ଓହ୍ଲାଇ ପଡ଼ିଥିଲେ। ଘଟଣାସ୍ଥଳରେ ବିମାନବନ୍ଦର ପୋଲିସ ଷ୍ଟେସନ ବିମାନବନ୍ଦର ଟ୍ରାଫିକ୍ ଗାର୍ଡ ପହଞ୍ଚି ଛନ୍ତି
ରବୀନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡରେ ବେଆଇନ ଭାବେ ଚାଲିଥିବା କ୍ଲିନିକ୍ ଗୁଡିକକୁ ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସିଲ୍ କରିଛି। ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ ଗତକାଲି ଅଚାନକ ଚଢାଉ କରି ବିଭିନ୍ନ କ୍ଲିନିକ୍ ଗୁଡିକୁ ଯାଞ୍ଚ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କୁ ସୂଚନା ଦେଇଥିଲେ । ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରି ଭି ସରୋଜିନୀ ଦେବୀଙ୍କ ନେତୃତ୍ବରେ ଏକ ଟିମ୍ ବେଆଇନ କ୍ଲିନିକ୍ ଗୁଡିକୁ ପହଞ୍ଚି କାଗଜପତ୍ର ଯାଞ୍ଚ କରିବା ସହ ୦୬ଟି କ୍ଲିନିକ୍ କୁ ସିଲ୍ କରିଛନ୍ତି । ମାଜିଷ୍ଟ୍ରେଟ ଭାବେ ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ ।ଏମ ଏମ ମେଡିକସ, ଆମ୍ମା କ୍ଲିନିକ, ଅମୂଲ୍ୟ ଭାରତ, ରାଧିକା, ଜଶେଫ ଶବର, ଅନନ୍ତ ଦାସ ପ୍ରମୁଖ କ୍ଲିନିକ ଓ ପାଥୋଲ୍ୟାବର…
ପ୍ରଶାନ୍ତ ରାଉଳକୋଲକାତାସକାଳେ ଘଟିଗଲା ଏକ ମର୍ମନ୍ତୁଦ ଦୁର୍ଘଟଣା। ରେଲିଂ ଭାଙ୍ଗି ବସ୍ଟି କେନାଲ ଭିତରକୁ ଖସିପଡ଼ିଲା। ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର 24 ପର ଗଣା ଜିଲ୍ଲା ସ୍ଥିତ ରାଜାରହାଟର ଖାଡୋଆ କେନାଲ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀ ଏବଂ ବସ୍ ଯାତ୍ରୀମାନେ ଅଭିଯୋଗ କରିଛନ୍ତି8 ଯେ ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ। ହଠାତ୍ ସେ ନିୟନ୍ତ୍ରଣ ହରାଇଥିଲେ। ତୁରନ୍ତ ଯାତ୍ରୀ ଭର୍ତ୍ତି ବସ୍ଟି ଖଡିବାଡି ହାଡୋଆର କେନାଲ ଭିତରକୁ ଖସିପଡ଼ିଲା। ଅନେକ କହୁଛନ୍ତି ଯେ ବସ୍ଟି ଓଭରଟେକ କରୁଥିବା ସମୟରେ0 ଏହି ଦୁର୍ଘଟଣା ଘଟିଗଲା। ଦୁର୍ଘଟଣାଗ୍ରସ୍ତ ବସ୍ର ଯାତ୍ରୀମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜାରହାଟ ଥାନାର ପୋଲିସ ଘଟଣାସ୍ଥଳାରେ ପହଞ୍ଚିଥିଲା। ଦୁର୍ଘଟଣାରେ ୪6 ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ୯ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା…
ଉଦଳା – ( ରାଜୀବ କୁମାର ବେହେରା ) – ୩୧ ଅକ୍ଟୋବର ୨୦୨୫ ବିଶ୍ୱ ଏକତା ଦିବସ , ଏହି ପବିତ୍ର ଦିବସ ଅବସରରେ ସମଗ୍ର ଦେଶ ଯେପରି ରାଷ୍ଟ୍ରୀୟ ଏକତା ଦିବସ ପାଳନ କରୁଛି l ସେହିପରି ଭାବରେ ଉଦଳା ପୋଲିସ ପକ୍ଷରୁ ମଧ୍ୟ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମଜୟନ୍ତୀ ଉପଲକ୍ଷେ ବିଶେଷ ଆୟୋଜନ କରାଯାଇଛି। ଉଦଳା ଥାନା SDPO ହୂରସିକେଶ ନାୟକ ଙ୍କ ନିର୍ଦେଶ କ୍ରମେ ଥାନାର ଭlରା ପ୍ରାପ୍ତ IIC ବନମାଳୀ ବାରିକ ଙ୍କ ତତ୍ୱାବଧାନରେ , ଏବଂ ଉଦଳା କଲେଜ ର ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଥାନା ର କାର୍ଯ୍ୟରତ ଷ୍ଟାଫ, ଉଦଳା କଲେଜ ଷ୍ଟାଫ ଙ୍କ ମିଳିତରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ମିଳିତ ଭାବରେ ଉଦଳା କଲେଜ ନିକଟରୁ ଉଦଳା ମାର୍କେଟ ପରିକ୍ରମା କରି ଉଦଳା ଥାନା ପରିସର ପର୍ଯ୍ୟନ୍ତ ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇ ଯାଇଛି…
ଉଦଳା (ରାଜୀବ କୁମାର ବେହେରା): ବାତ୍ୟା ‘ମନ୍ଥା’ର ତାଣ୍ଡବ,ବାତ୍ୟା ‘ମନ୍ଥା’ ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ସାଙ୍ଗକୁ ପବନ ର ବେଗ ଥିଲା। ଏହାର ପ୍ରଭାବରେ ଗତକାଲି ରାତିରେ ଘଟିଗଲା ଏକ ବଡ ଅଘଟଣ। କପ୍ତିପଦା ବ୍ଲକ ଅନ୍ତର୍ଗତ ମଝିଗଡ଼ିଆ ଗ୍ରାମ ପଞ୍ଚାୟତର ମଝିଗଡ଼ିଆ ଗ୍ରାମରେ ଘଟିଲା ଦୁର୍ଘଟଣା , ଘର ର କାନ୍ଥ ଭୁଶୁଡି ପଡିବାରୁ ବୃଦ୍ଧା ବାସନ୍ତି କିସ୍କୁ (୬୦) ଚାପି ହୋଇ ଗୁରୁତର ଅବସ୍ଥାରେ ଆହତ ହୋଇଥିଲେ।ଘଟଣା ସମୟରେ ଘରେ କେହି ନଥିବାରୁ ବୃଦ୍ଧା ବାସନ୍ତି ଏକାକୀ ଥିଲେ। ବାତ୍ୟା ଓ ବର୍ଷା ରେ ଘରର ଆଜବେଷ୍ଟ ଓ କାନ୍ଥ ଭୁଶୁଡି ପଡି ତାଙ୍କୁ ଚାପି ଦେଇଥିଲା। ଫଳରେ ସେ ଚାପି ହୋଇ ରହିଥଲେ,ପରେ ଗ୍ରାମବାସୀ ଓ ଘରଲୋକେ ମିଶି ଉଦ୍ଧାର କରି ଗୁରୁତର ଅବସ୍ଥାରେ ତାଙ୍କୁ ଉଦଳା ଡାକ୍ତରଖାନାକୁ ଆଣିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।ସ୍ଥାନୀୟ ସୂତ୍ର ଅନୁସାରେ, ବାସନ୍ତି କିଛି…
ପ୍ରଶାନ୍ତ ରାଉଳକୋଲକାତାକୋଲକାତାର ଓଡିଆ ବହୁଳ ଅଂଚଳ ବୌବଜାର ୬ ନମ୍ବର ଗୋବିନ୍ଦ ସରକାର ଲେନ୍ସ୍ଥିତ ଶ୍ରୀ ଶ୍ରୀ ଭାଗବତ ସପ୍ତାହ ଅନୁଷ୍ଠାନ ପକ୍ଷରୁ ୬୫ତମ ଶ୍ରୀମଦ୍ ଭାଗବତ ପାଠ, ଗୀତାଯଞ୍ଜ ଅନୁଷ୍ଠାନ ଗୁରୁବାର ଠାରୁ ଆରମ୍ଭ ହୋଇଛି ପଣ୍ଡିତ ଦୀପକ ଦାଶ, ପୂଜକ ଶୁସାନ୍ତ ଦାଶ, କର୍ତ୍ତା ପ୍ରକାଶ ସାମଲ, ଶ୍ରୋତା ନରେନ୍ଦ୍ର ନାୟକ ପୂଜାକାର୍ଯ୍ୟ କରୁଛନ୍ତି ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଓଡିଆ ବହୁଳ ଅଂଚଳରେ ଜଗନ୍ନାଥ ସଂସ୍କୃତି ଓ ମହିମା ପ୍ରଚାର ପ୍ରସାର ଦିଗରେ କମିଟି ଅର୍ଦ୍ଧଶତାଦ୍ଦୀରୁ ଅଧିକ କାଳ ଧରି ପ୍ରୟାସରତ ଆଗାମୀ ୫ ତାରିଖ ବୁଧବାର ପୂର୍ଣ୍ଣାହୁତି ସହ ଶେଷହେବ ଉତ୍ସବ ସଂପାଦକ ଶମ୍ବୁନାଥ ଦାସ ପ୍ରାରମ୍ଭିକ ସୂଚନା ଦେଇ କହିଲେ ଓଡିଶାର ସାହିତ୍ୟ, ସଂସ୍କୃତି, ପରମ୍ପରାକୁ ଆମେ ଓଡିଆ ହୋଇ କେବେ ଭୁଲିବୁ ନାହିଁ ଏହା ଭାଇଚାରାର ନିଦର୍ଶନ ଓ ଆମ ଜଗନ୍ନାଥ ସାଂସ୍କୃତିକୁ ସମୃଦ୍ଧ କରିଥାଏ ଉପ-ସଭାପତି ଅଜିତ କୁମାର…
ପ୍ରଶାନ୍ତ ରାଉଳକୋଲକତା ରାଜ୍ୟ ପଶ୍ଚିମ ବଙ୍ଗର ଜଲପାଇଗୁଡ଼ି ଜିଲ୍ଲା ସ୍ଥିତ ଦାର୍ଜିଲିଂ: ପାହାଡ଼ରେ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗତ କାଲି ବିଳମ୍ବିତ ରାତିରେ, ଦାର୍ଜିଲିଂ ପାହାଡ ରୁ ସିଲିଗୁଡ଼ି ଫେରିବା ବାଟରେ ସୋନାଦା ଆଟ୍ ମାଇଲ୍ ନିକଟରେ ଏକ ଯାତ୍ରୀବାହୀ ଜିପ୍ ଗଭୀର ପାହାଡ ରୁ ତଳକୁ ଖସିପଡ଼ିଲା। ଘଟଣାସ୍ଥଳରେ 3 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା, ଯେତେବେଳେ ଗୁରୁତର ଆହତ ହୋଇଥିବା ଅନେକଙ୍କୁ ଦାର୍ଜିଲିଂ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାରମ୍ଭିକ ଆକଳନ ଅନୁଯାୟୀ ବିଳମ୍ବିତ ରାତିରେ ଗାଡ଼ିଟି ଦାର୍ଜିଲିଂରୁ ପାହାଡ ରୁ ସହର ସିଲିଗୁଡ଼ି ଅଭିମୁଖେ ଆସୁଥିଲା। ସେତେବେଳେ ବର୍ଷା ଏବଂ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ହ୍ରାସ ପାଇବାରୁ ଗାଡ଼ି ଚାଳକ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳସ୍ୱରୂପ ଗାଡ଼ିଟି ରାସ୍ତା ଛାଡ଼ି ପାହାଡ ଋ ଗଭୀର ଖସିପଡ଼ିଥିଲା। ଦୁର୍ଘଟଣାର ଖବର ପାଇ ସୋନାଦା ଥାନାର ପୋଲିସ…
ରାୟଗଡ଼ା/ ରବୀନ୍ଦ୍ର ନାଥ ମହାପାତ୍ର : ରାୟଗଡ଼ା ଜିଲ୍ଲା ପୋଲିସ ପାଳନ କରୁଛି ରାଷ୍ଟ୍ରୀୟ ଏକତା ଦିବସ।ଜିଲ୍ଲା ର ପ୍ରତି ଥାନାରେ ଏହି ଦିବସ ପାଳନ କରାଯାଉଛି।ଏହି ଅବସରରେ ପଦ୍ମପୁର ଥାନା ତରଫରୁ ମହା ମାନବ ଲୋହ ମାନବ ସର୍ଦ୍ଧାର ଭାଲବ ଭାଇ ଙ୍କ ୧୫୦ତମ ଜନ୍ମ ଦିବସ ପାଳନ ଅବସରରେ ଏକ ଗଣ ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସ୍ଥାନୀୟ ଜଗମଣ୍ଡା ଛକ ଠାରୁ ଇନ୍ଦୁପୁର ପର୍ଯ୍ୟନ୍ତ ଏକ ଗଣ ଦୌଡ ରେ କଲେଜ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।ବିଡ଼ିଓ କୁରେଶ ଜାନି ତହସିଲଦାର ଶଙ୍କର ବାଗ ଥାନା ଅଧିକାରୀ ଧରଣିଧର ପ୍ରଧାନ ପତାକା ଦେଖାଇବା ପରେ ଗଣ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।ପରେ କଲେଜ ପରିସରରେ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।କୃତି ପ୍ରତିଯୋଗିତା ଙ୍କୁ ପୋଲିସ ପକ୍ଷ ରୁ ପୁରସ୍କୃତ କରାଯାଇଥିଲା।ତେବେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କ ଅଖଣ୍ଡ ଭାରତର ପରିକଳ୍ପନା କୁ ସମ୍ମାନ ଜଣାଇ ଦେଶ…








