Author: Charcha News

ପ୍ରଶାନ୍ତ ରାଉଳ / କୋଲକତା NRC ଭୟରେ ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର 24 ପର ଗଣା ଜିଲ୍ଲା ସ୍ଥିତ ଆଗରପଡ଼ାର ମହାଜାତି ନଗରର ଜଣେ 57 ବର୍ଷୀୟ ପ୍ରଦୀପ କର ତାଙ୍କ ବାସଗୃହରେ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଯାଇ ପ୍ରଦୀପ କରଙ୍କୁ ବେକରେ ରଶି ଲଗାଇ ଝୁଲୁଥିବାର ଦେଖିଥିଲେ। ମୃତଦେହ ପାଖରେ ଏକ ଡାଏରୀ ଅଛି। ସେହି ଡାଏରୀରେ NRC ସମ୍ବନ୍ଧୀୟ ବିଷୟ ଲେଖା ହୋଇଛି। ଡାଏରୀର ତଳ ଭାଗରେ ଲେଖା ଅଛି ମୋ ମୃତ୍ୟୁ ପାଇଁ NRC ଦାୟୀ। ଖବର ପାଇ ଖରଦା ଥାନା ପୋଲିସ ଘଟଣାସ୍ଥଳକୁ ଆସି ମୃତଦେହ ଉଦ୍ଧାର କରିଛି। ପ୍ରଦୀପ ବାବୁଙ୍କ ମୃତ୍ୟୁ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଖରଦା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Read More

ବଲାଙ୍ଗିର /ଦେବେନ୍ଦ୍ର ପୋଡ଼ :-ବଲାଙ୍ଗିର ଜିଲ୍ଲାର ଜୀବନ ରେଖା କୁହାଯାଇଥିବା ଲୋୟର ସୁକତେଲ ପ୍ରକଳ୍ପ ଏବେ ପାଣିରେ ଭର୍ତ୍ତି ହୋଇଯାଇଛି ।ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିବାରେ ଲାଗିଛି । କିନ୍ତୁ ଯେଉଁମାନେ ଜମି ଓ ନିଜର ଭିଟାମାଟ ହରାଇଛନ୍ତି । ସେମାନଙ୍କ ଦୁଃଖ ଶୁଣି ନାହାଁନ୍ତି ସରକାର ଏବେ ଏମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ସରକାରଙ୍କୁ ଅନେକ ଥର ନିଜର ହକ ପାଇଁ ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହିଁ | ଶେଷରେ ଆଜି ସକାଳ । ୧୦ଟା ରୁ ପାଟଣାଗଡ଼ ବଲାଙ୍ଗିର ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଛନ୍ତି ।

Read More

ରାୟଗଡା ରବୀନ୍ଦ୍ର ନାଥ ମହାପାତ୍ରରାୟଗଡା ଜିଲ୍ଲାରେ ବାତ୍ଯା ମୋନ୍ଥାର ସାମାନ୍ଯ ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାର କିଛି କିଛି ସ୍ଥାନରେ ସାମାନ୍ଯ ଝିପି ଝିପି ବର୍ଷା ହୋଇଥିବା ବେଳେ। ଅନ୍ଯପଟେ ବାତ୍ଯା କୁ ନେଇ ଜିଲ୍ଲା ପ୍ରଶାସନ ବେଶ୍ ସଜାଗ ଥିବା କୁହାଯାଇଛି। ଜିଲ୍ଲାର ସମସ୍ତ ବ୍ଲକର ବିଡିଓ ଏବଂ ତହସିଲଦାର ଙ୍କ ସମେତ ଅନ୍ଯ ଅଧିକାରୀଙ୍କୁ ସଜାଗ ରହିବା ପାଇଁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ନିର୍ଦେଶ ଦେଇଛନ୍ତି। ଭୂସ୍କଳନ ସମ୍ଭାବ୍ଯ ସ୍ଥାନକୁ ଚିହ୍ନଟ କରାଯାଇଥିବା ବେଳେ ଅଗ୍ନିଶମ ଓ ଓଡ୍ରାଫ ଟିମ୍ କୁ ସତର୍କ କରାଯାଇଛି। ସେହିପରି ଆଜି କଟକରୁ ଏକ ଏନଡିଆରଏଫ୍ ଟମ୍ ସଂନ୍ଧ୍ଯା ସୁଦ୍ଧା ରାୟଗଡା ରେ ଆସି ପହଞ୍ଚିବ ବୋଲି କୁହାଯାଇଛି। ଯେଉଁ ଟିମ୍ ରେ ତିନି ଜଣ ଅଧିକାରୀଙ୍କ ସମେତ 33ଜଣ ଯବାନ ରହିଛନ୍ତି। ଅନ୍ଯପଟେ ଗର୍ଭବତୀ ମାନଙ୍କୁ ମଧ୍ଯ ମାଁ ଗୃହ ଓ ପାଖ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ବିଶେଷ କରି…

Read More

ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତା ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା – ଏବଂ ସେହି ବିଶ୍ୱାସ ଭଙ୍ଗ ଜଣେ ଯୁବତୀଙ୍କ ଜୀବନ ନେଇଗଲା। ଏହି ଦୁଃଖଦ ଘଟଣା ରାଜ୍ୟ ପଶ୍ଚିମବଙ୍ଗର ମୁର୍ଶିଦାବାଦର ଭରତପୁର ଥାନା ଅନ୍ତର୍ଗତ ଭରତପୁର ଅଞ୍ଚଳରେ ଘଟିଛି। ମୃତ ଯୁବତୀଙ୍କ ନାମ ଶମିଳା ଖାତୁନ ୨୬ ବର୍ଷ ବୟସ। ବର୍ଦ୍ଧମାନ ମେଡିକାଲ କଲେଜ ହସ୍ପିଟାଲରେ ମୃତ ଯୁବତୀଙ୍କ ମୃତଦେହର ପୋଷ୍ଟମର୍ଟମ କରାଯାଇଛି। ପରିବାର ସୂତ୍ରରୁ ଜଣାପଡିଛି ଯେ, ଶମୀଳା ବହୁ ବର୍ଷ ଧରି ସେହି ଅଞ୍ଚଳର ଜଣେ ଯୁବକଙ୍କ ସହିତ ସମ୍ପର୍କରେ ଥିଲେ। ପ୍ରେମିକ ଦେଇଥିବା ବିବାହ ପ୍ରତିଶ୍ରୁତିରେ ବିଶ୍ୱାସ କରି ସେ ସମ୍ପର୍କରେ ତାଙ୍କର ସମସ୍ତ ବିଶ୍ୱାସ ଏବଂ ପ୍ରେମ ଢାଳି ଦେଇଥିଲେ। କିନ୍ତୁ ଶେଷରେ, ଯୁବକ ଜଣକ ସେହି ପ୍ରତିଶ୍ରୁତି ଭାଙ୍ଗି ଦେଇଥିଲେ।ଅପମାନ ସହ୍ୟ କରି ନ ପାରି, ଗତ ଶୁକ୍ରବାର ଦିନ ଶମିଳା ତାଙ୍କ ପ୍ରେମିକଙ୍କ ଘରେ ବିଷ ପିଇ ଦେଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ…

Read More

ଉଦଳା, (ରାଜୀବ କୁମାର ବେହେରା)ପଞ୍ଚାୟତ ସମିତି କାର୍ଯ୍ୟରେ ଅନିୟମିତତା l ଗ୍ରାମ କୁଆସିଥିବା କଂକ୍ରିଟ ରାସ୍ତା ନିର୍ମାଣ କାମରେ ଦୁର୍ନୀତି, ଅଭିଯୋଗ ଆଣିଲେ ଦୁବରାଜ ପୁର ଗ୍ରାମବାସୀ lମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ବ୍ଲକ ଅଧୀନ କରକଚିଆ ଗ୍ରାମ ପଞ୍ଚାୟତର ଦୁବରାଜପୁର ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଦୁର୍ଦ୍ଦଶା ଆଜି ମଧ୍ୟ ଅବିଚଳ ଅବସ୍ଥାରେ ରହିଛି। ଜରୁରୀ ସେବା — ଆମ୍ବୁଲାନ୍ସ ଓ ଅଗ୍ନିଶମ ଯାନ — ଗାଁ ଭିତରକୁ ପଶି ପାରୁନାହିଁ।ଗ୍ରାମବାସୀମାନେ ଜଣାଇଛନ୍ତି ଯେ ରୋଗୀମାନଙ୍କୁ ଏବେପର୍ଯ୍ୟନ୍ତ ଖଟିଆରେ ବୁହି ହସ୍ପିଟାଲ୍ ପହଁଚାଇବାକୁ ପଡ଼ୁଛି। ରାସ୍ତାରେ ତୋଡ଼ ଓ କାଦର ଦୃଶ୍ୟ ଦିନକୁ ଦିନ ଭୟାବହ ହେଉଛି।ସରକାରୀ ଯୋଜନା ରହିଥିଲେ ମଧ୍ୟ କାଗଜ ମାତ୍ରେ ରୁହିଗଲା, କାମ ହେଉନି। ବର୍ଷ ୨୦୨୨ ଓ ୨୦୨୩ ରେ କଂକ୍ରିଟ ରାସ୍ତା ପାଇଁ ୱାର୍କ ଅର୍ଡର ହୋଇଥିବା ଯେଉଁ ରାସ୍ତାକାମ ଆସିଥିଲା, ସେହି କାମକୁ ବେଆଇନ ଭାବରେ କାମ କୁ ଅନ୍ୟ ସ୍ଥାନକୁ…

Read More

ପ୍ରଶାନ୍ତ ରାଉଳକୋଲକାତାନିରାପତ୍ତାରକ୍ଷୀଙ୍କୁ ରାସ୍ତାରେ ପକାଇ ମାରଧର, ପ୍ରିନ୍ସ ଅନୱର ଶାହ ରୋଡରେ ବ୍ୟାପକ ଉତ୍ତେଜନା। କାଫେର ଆଢୁଆଳରେ ବେଆଇନ ହୁକ୍କା ପାର୍ଲର! ଘର ମାଲିକ ପ୍ରତିବାଦ କରିବାରୁ ଆକ୍ରମଣ, ମାଲିକଙ୍କୁ ନପାଇ ସୁରକ୍ଷାକର୍ମୀଙ୍କୁ ମାରଧର! କାଫେ ମାଲିକ ଘରମାଲିକଙ୍କ ବିରୋଧରେ। ଚୁକ୍ତିନାମା ବାହାରେ ଟଙ୍କା ଦାବି କରିବାର ଅଭିଯୋଗ। ନଦେଲେ ମାମଲା ରୁଜୁ କରିବାର ମିଥ୍ୟା ଚେତାବନୀ ଦେବାର ଅଭିଯୋଗ! ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ପ୍ରିନ୍ସ ଅନୱର ଶାହ ରୋଡରେ ଥିବା କାଫେ ଆଢୁଆଳରେ ବେଆଇନ ବ୍ୟବସାୟ କରୁଥିବା ଘରମାଲିକ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଯୁବକମାନେ ୧୮୮/୧୪ ପ୍ରିନ୍ସ ଅନୱର ଶାହ ରୋଡରେ ଥିବା କାଫେ ସଂଲଗ୍ନ ଏକ ଘରେ ପ୍ରବେଶ କରି ଘରର ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ଉଭୟ ପକ୍ଷ ଲେକ୍ ଥାନାରେ ଅଭିଯୋଗ କରିଥିଲେ। କାଫେ ମାଲିକ ପାଲଟା ଅଭିଯୋଗ କରିଛନ୍ତି ଯେ ଘରମାଲିକ ଚୁକ୍ତିନାମା ବାହାରେ ଟଙ୍କା ମାଗୁଛନ୍ତି,…

Read More

ପ୍ରଶାନ୍ତ ରାଉଳକୋଲକାତାକୋଲକତା ସରକାରୀ ଆରଜି କର ହସ୍ପିଟାଲରେ ଜଣେ ଡାକ୍ତରଙ୍କ ରହସ୍ୟମୟ ମୃତ୍ୟୁ। ତୀବ୍ର ଉତ୍ତେଜନା। ବ୍ୟାପକ ଚାଞ୍ଚଲ୍ୟ। ମୃତ ଡାକ୍ତରଙ୍କ ନାମ ଶୁଭଜିତ ଆଚାର୍ଯ୍ୟ। ସେ ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଶିଶୁରୋଗ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଥିଲେ। ଜାଣିବାକୁ ମିଳିଛି ଯେ ମୃତ ଡାକ୍ତର ଉତ୍ତର ୨୪ ପ୍ରଗଣାର ମଧ୍ୟମଗ୍ରାମର ଶିଶୁର କୁଞ୍ଜର ବାସିନ୍ଦା ଥିଲେ। ତାଙ୍କୁ ରବିବାର ରାତିରେ ବାରାସାତର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ସୂତ୍ର ଅନୁସାରେ, ସେ ହୃଦସ୍ପନ୍ଦନ କମାଇବା ପାଇଁ ଅନେକ ଔଷଧ ଖାଉଥିଲେ। ରବିବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବାରାସାତର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାରମ୍ଭିକ ଭାବରେ, ଔଷଧର ଅତ୍ୟଧିକ ମାତ୍ରା ଯୋଗୁଁ ଶରୀରରେ ବିଷକ୍ରିୟା ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ଏବଂ ଏହା ଯୋଗୁଁ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ସ୍ୱାଭାବିକ ଭାବରେ ଚାଞ୍ଚଲ୍ୟ ବ୍ୟାପିଛି।…

Read More

ପ୍ରଶାନ୍ତ ରାଉଳକୋଲକାତାଭାରତ ସେବାଶ୍ରମ ସଂଘର ପ୍ରତିଷ୍ଠାତା ଶ୍ରୀମତ୍ ସ୍ୱାମୀ ପ୍ରଣବାନନ୍ଦଜୀ ମହାରାଜଙ୍କ ଦିବ୍ୟ ଜୀବନ ଏବଂ ପ୍ରେରଣାକୁ ସାମାଜିକ ଜୀବନରେ ପ୍ରତିଷ୍ଠିତ କରିବା ଲକ୍ଷ୍ୟରେ, ଭାରତ ସେବାଶ୍ରମ ସଂଘର ଗ୍ରାମୀଣ ସେବା କେନ୍ଦ୍ର ମନ୍ମଥପୁର ପ୍ରଣବ ମନ୍ଦିର ଏକ ଅଭିନବ ସାଂସ୍କୃତିକ ପଦକ୍ଷେପ ଗ୍ରହଣ କରିଛି। ଏହି ପଦକ୍ଷେପର ଅଂଶ ସ୍ୱରୂପ, ଦୁଇଟି ସାଂସ୍କୃତିକ ମଞ୍ଚ, “ପ୍ରଣବାଞ୍ଜଳି” ଆପ୍ ଏବଂ “ଯୁଗର ପ୍ରଣବବାଣୀ” ୟୁଟ୍ୟୁବ୍ ଚ୍ୟାନେଲ୍ ଉଦ୍‌ଘାଟିତ ହୋଇଛି।ଭାରତ ସେବାଶ୍ରମ ସଂଘର ସାଧାରଣ ସମ୍ପାଦକ ସ୍ୱାମୀ ବିଶ୍ୱାତ୍ମାନନ୍ଦଜୀ ମହାରାଜ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ। ସେ ଏହି ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି, “ସ୍ୱାମୀ ପ୍ରଣବାନନ୍ଦଜୀ ମହାରାଜ ସମାଜର ସମସ୍ତ ବର୍ଗ ଦ୍ୱାରା ସମାନ ଭାବରେ ପ୍ରଶଂସା ପାଆନ୍ତି। ତାଙ୍କର କାର୍ଯ୍ୟ ଏବଂ ଚିନ୍ତାଧାରା ମାନବ କଲ୍ୟାଣର ପଥ ଦେଖାଏ। ଏହି ସଂଗୀତ ସଂଗ୍ରହ ଭକ୍ତ ଏବଂ ସାଧାରଣ ଲୋକଙ୍କ ମନରେ ଆଧ୍ୟାତ୍ମିକ ଚେତନା ଏବଂ ପ୍ରେରଣାର…

Read More

ରାୟଗଡ:-ରବିନ୍ଦ୍ର ନାଥ ମହାପାତ୍ର _ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସଦଭାବନା ସଭାଗୃହ ରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମ୍ୟୁଲ କୁମାର ଧର, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଅତିରିକ୍ତ ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ପ୍ରଦୀପ୍ତ କୁମାର ସୁବୁଦ୍ଧି, ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ମୋଟ ୭୭ ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ଟି ୬୧ ବ୍ୟକ୍ତିଗତ,୧୭ ଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ତିନି ଜଣଙ୍କୁ ସ୍ୱାସ୍ଥ୍ୟ ଚିକିତ୍ସା ନିମନ୍ତେ ଜିଲ୍ଲାପାଳ ଚାଳିଶି ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ…

Read More