Author: Charcha News

ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ରରାୟଗଡ଼ା : ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଯାତିଲି ଗ୍ରାମର ମହିଳା ମାନେ ମଦ ବନ୍ଦ କରିବା ସକାଶେ ଅଣ୍ଟା ଭିଡିଛନ୍ତି।ଦିନ୧୧ଟା୩୦ରୁ ଗୋଟେ ପର୍ଯ୍ୟନ୍ତ ମହିଳା ମାନେ ଆସି ମଦ ବିକ୍ରି ବନ୍ଦ କରାଯାଉ ବୋଲି କହିବା ସହ ଏହି ରାସ୍ତା ଉପରୁ ଏହି ଦେକାନ କୁ ହଟା ଯାଉ ବୋଲି କହିଥିଲେ।ଅଭିଯୋଗ ଅନୁଯାୟୀ ମହିଳା ଏବଂ ଛାତ୍ରୀମାନେ ଏହି ରାସ୍ତା ରେ ଯିବା ଆସିବା ସମୟରେ ଅସୁରକ୍ଷିତ ମନେ କରୁଛନ୍ତି। ମଦ୍ୟପ ମାନେ ସେମାନଙ୍କୁ ଅଶ୍ଳୀଳ ଭାଷାରେ କମେଣ୍ଟ ମାରିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଛାତ୍ରୀମାନେ ସ୍କୁଲ ଯାଇ ଫେରିବା ପର୍ଯ୍ୟନ୍ତ ଅଭିଭାବକ ମାନେ ଚିନ୍ତାରେ ରହୁଥିବା କଥା ମହିଳାମାନେ ପ୍ରକାଶ କରିଛନ୍ତି । ଏହି ସମସ୍ୟାକୁ ନେଇ ଆଜି ଜାତିଲି ସରପଞ୍ଚଙ୍କ ନେତୃତ୍ୱରେ ମହିଳାମାନେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମଦ ଦୋକାନରେ ତାଲା ପକାଇ ଦେଇଥିଲେ। ​ଖବର…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା : ଦକ୍ଷିଣ କୋଲକତା ସ୍ଥିତ ବ୍ୟସ୍ତ ବହୁଳ ଅଞ୍ଚଳ ତଥା କୋଲକତା କର୍ପୋରେସନ ମେୟର ଓ ମନ୍ତ୍ରୀ ଫିରାଦ ହାକିମ ଙ୍କ ଅଞ୍ଚଳ ଚେତଲାରେ ଅଶୋକ ପାସୱାନ ନାମକ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ପରିବାର ଲୋକ ହତ୍ୟା ଅଭିଯୋଗ କରୁଛନ୍ତି। ଶରୀରରେ ଅନେକ ଆଘାତ ଚିହ୍ନ ମିଳିଛି। ପୋଲିସ ସନ୍ଦେହ କରୁଛି ଯେ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି। ଜଣାପଡୁଛି ଯେ ଯୁବକ ଜଣକ ଗତକାଲି ରାତିରେ ଚେତଲାରେ ତାଙ୍କ ବନ୍ଧୁମାନଙ୍କ ସହିତ ଏକ ମଦ ପାର୍ଟି ଆୟୋଜନ କରିଥିଲେ। ଏହିଠାରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ପୋଲିସ ଦ୍ୱାରା ଗିରଫ ହୋଇସାରିଛି। ପୋଲିସ ଅଧିକାରୀମାନେ ଅନ୍ୟମାନଙ୍କୁ ଖୋଜୁଛନ୍ତି। ଅଭିଯୋଗ ହେଉଛି ଯେ ମଦ ପାର୍ଟିରେ ଝଗଡା ଯୋଗୁଁ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି, ମୃତକଙ୍କ ନାମ…

Read More

ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକତା : ରାଜ୍ୟ ପଶ୍ଚିମ ବଙ୍ଗର ଦକ୍ଷିଣ ଦିନାଜପୁର ଜିଲ୍ଲା ସ୍ଥିତ କୁଷ୍ମଣ୍ଡି ବ୍ଲକର ମହିଷବାଥାନ ଅଞ୍ଚଳର ମୁଖ କଳାଶିଳ୍ପ ଏବେ ସାରା ପଶ୍ଚିମ ବଙ୍ଗ ରାଜ୍ୟ ଏବଂ ଭାରତ ବର୍ଷ ସହ ବିଦେଶ ରେ ଲୋକପ୍ରିୟ ଉଠିଛି ଲୋକପ୍ରିୟ ମୁଖ କଳାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ଜିଲ୍ଲାର କୁଷ୍ମଣ୍ଡି ବ୍ଲକର ଦେଉଳ ଗ୍ରାମ ପଞ୍ଚାୟତରେ ଅବସ୍ଥିତ ମହିଷବାଥାନ ଅଞ୍ଚଳରେ। ଗତ କିଛି ବର୍ଷ ମଧ୍ୟରେ, ଅନେକ ଲୋକ ଏହି ମୁଖ କଳା ଉପରେ ଆଧାରିତ ନିଜର ଜୀବିକା ନିର୍ବାହ କରିଛନ୍ତି। ଜଣାଶୁଣା ଯେ ପୂର୍ବରୁ, ରାଜବଂଶୀ ସମ୍ପ୍ରଦାୟର ଲୋକମାନେ ବର୍ଷର ବିଶେଷ ସମୟରେ ଧାନ ଅମଳ ପାଇଁ ବିଶେଷ ପୂଜା ଆୟୋଜନ କରୁଥିଲେ। ସେତେବେଳେ ଲୋକମାନେ ବିଭିନ୍ନ ହିନ୍ଦୁ ଦେବଦେବୀଙ୍କ ମୁଖ ପିନ୍ଧି ଗମ୍ଭୀର ନୃତ୍ୟ କରୁଥିଲେ। ଏହି ପ୍ରାଚୀନ ପରମ୍ପରାକୁ ମନେ ରଖି, ମହିଷବାଥାନ ଅଞ୍ଚଳର ଲୋକମାନେ ବହୁ ପିଢ଼ି ଧରି ମୁଖ…

Read More

ସାମ୍ବାଦିକ : ଦେବେନ୍ଦ୍ର ପୋଡ଼ ବଲାଙ୍ଗୀର : ବଲାଙ୍ଗୀର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଡାଇମଣ୍ଡ ଜୁବୁଲି ପାଳନ କରିବାକୁ ଯାଉଛି। ଶରତ ପାଣିଗ୍ରାହୀ ଫାଉଣ୍ଡେସନ ଓ ଟାଉନ ବାଳିକା ଉଚ୍ଚବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବ ଅବସରରେ ଆଜି ସକାଳ ୧ଠଟା ସମୟରେ ସ୍କୁଲ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡାଇବେଡିସ, ବଡ୍ଲପ୍ରେସର ଆଖି, କାନ ଜନିତ ବିଭିନ୍ନ ରୋଗର ପରୀକ୍ଷା କରାଯାଇ ରୋଗୀ ମାନଙ୍କୁ ଔଷଧ ପ୍ରଦାନ କରାଯାଇଥିଲା । ଏଥିରେ ପ୍ରାୟ ୨ଠଠଜଣ ପୁରୁଷ ଓ ମହିଳା ଯୋଗ ଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଶିବିରକୁ ସଫଳ କରିବାରେ ସ୍କୁଲର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ. ଚିତ୍ତରଂଜନ ମିଶ୍ର,…

Read More

ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତା : ନୀଳଚକ୍ର ପଶ୍ଚିମବଙ୍ଗ ଶାଖାର ଏକ ପ୍ରତିନିଧି ଦଳ ଆୟକର ବିଭାଗର ଡେପୁଟି କମିଶନର ତଥା ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ଆଶୁତୋଷ କୁମାର ସାହୁଙ୍କ ନେତୃତ୍ୱରେ ସମ୍ପାଦକ ଶେଷଦେବ ସାମଲ ଓ କାର୍ଯ୍ୟକାରୀ ସଭାପତି ମନମୋହନ ନାୟକ ଶନିବାର ଓଡ଼ିଶାର ରାଜ୍ୟପାଳ ଡ଼ଃ. ହରି ବାବୁ କାମ୍ବମପତିଙ୍କୁ ରାଜଭବନରେ ସାକ୍ଷାତ କରିଥିଲେ। ରାଜ୍ୟପାଳଙ୍କୁ ଅନୁଷ୍ଠାନର ବାର୍ଷିକ କାର୍ଯ୍ୟକ୍ରମ ବୋଇତ ବନ୍ଦାଣ ଉତ୍ସବ ସମାରୋହ ପାଳନରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ପ୍ରତିବେଶୀ ରାଜ୍ୟ ପଶ୍ଚିମବଙ୍ଗରେ ଓଡ଼ିଆ ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ଓଡ଼ିଆମାନେ ସମ୍ମୁଖୀନ ହେଉଥିବା ଶିକ୍ଷା, କର୍ମସଂସ୍ଥାନ ଆଦି ସମସ୍ୟା ବିଷୟରେ ଅନୁଷ୍ଠାନର ପ୍ରତିନିଧିମାନେ ମାନ୍ୟବର ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ରାଜ୍ୟପାଳ ନିଜର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ହେତୁ ଏହି ମହୋତ୍ସବରେ ଯୋଗଦେବା ସମ୍ଭବ ହେଉନଥିଲେ ମଧ୍ୟ ଉତ୍ସବର ସଫଳତା କାମନା କରିବା…

Read More

ତାରିଖ : ୨୫/୧୦/୨୫ ସାମ୍ବାଦିକ : ରାଜୀବ କୁମାର ବେହେରା ମୟୁରଭଞ୍ଜ : ଗ୍ରାମ ଜଙ୍ଗଲ ଭିତରେ ଏମିତି ବେ ଆଇନ ମଦ କାରବାର ଚାଲିଥିଲା ମାଡି ବସିଛି ଅବକlରି ବିଭାଗ l ମୟୁରଭଞ୍ଜ ଜିଲ୍ଲାର ଉଦଳା, କପ୍ତିପଦା, ଖୁଣ୍ଟା ର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ବେଆଇନ ମହୁଲି ମଦ କାରବାର। ଗାଁ ଗହଳି ଓ ହାଟ ବଜାରରେ ଦେଶୀ ମଦର ଆସର ବଢିଥିବାରୁ ଗାଁ ଅଞ୍ଚଳର ଶାନ୍ତି ପରିବେଶ ଅଶାନ୍ତ ହୋଇପଡ଼ିଛି। ଏହି ବେଆଇନ ମଦ ମାଫିଆମାନେ ଘଞ୍ଚ ଜଙ୍ଗଲ ଭିତରେ ଭାଟି ଚଳାଇ ନିଜ ଚୋରା ସାମ୍ରାଜ୍ୟ ଗଢ଼ି, ପଡୋଶୀ ରାଜ୍ୟ ଓ ଅଞ୍ଚଳରେ ବେଧଡ଼କ ଭାବେ ଦେଶୀ ମଦ ବିକ୍ରି କରୁଛନ୍ତି।ସୂଚନା ଅନୁସାରେ ଅବକାରୀ ବିଭାଗ ଆକ୍ସନ ମୋଡ୍‌ରେ ଦେଖି ଚୋରା ବେପାରୀ ଏବେ ଛାନିଆ l ଜଙ୍ଗଲ ଭିତରକୁ ପଶି ଅତର୍କିତ ଚଢ଼ାଉବେଳେ ବିପୁଳ ପରିମାଣର ମଦ ଜବତ ହେବା ସହିତ ମଦ…

Read More

ପ୍ରଶାନ୍ତ ରାଉଳକୋଲକତା ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର 24 ପର ଗଣା ଜିଲ୍ଲା ସ୍ଥିତ ହିଙ୍ଗଲଗଞ୍ଜର ସାଣ୍ଡେଲା ବିଲ୍ ଗ୍ରାମ ପଞ୍ଚାୟତର ବକ୍ରା ବାଲିଆପାରା ଅଞ୍ଚଳରେ ଘଟଣା। ଉଜ୍ଜ୍ୱଳ ବାଉଲିଆ ପିତା ସୁଭାଷ ବାଉଲିଆ କିଛି ଦିନ ପାଇଁ ଭ୍ରମଣରେ ଯାଇଥିଲେ। ସେଥିପାଇଁ ସେମାନଙ୍କ ଘର ଖାଲି ଥିଲା। ସେମାନେ ଘରକୁ ଫେରିବା ପରେ ଘରେ କିଛି ଶବ୍ଦ ଶୁଣି ଯାଇ ଦେଖିଥିଲେ ଓ ଦେଖି ସେମାନେ ଭୟ ଭୀତ ହୋଇ ବନ ବିଭାଗକୁ ସୂଚନା ଦିଆଯିବା ପରେ ସେମାନେ ଘଟଣାସ୍ଥଳକୁ ଆସି ଖୋଜାଖୋଜି ଆରମ୍ଭ କରିଥିଲେ। ସାପ ଓ ତା ଛୁଆ ଗୁଡ଼ିକ ମିଳିବା ପରେ ବନ ବିଭାଗ କର୍ମଚାରୀମାନେ ପ୍ରାୟ 20ଟି ବିଷାକ୍ତ କେଉଁଟ ସାପ ଉଦ୍ଧାର କରିଥିଲେ। ଏତେ ସାପ ଏକାଠି ଦେଖିବା ସମ୍ଭବ ନୁହେଁ। ଅନେକ ଲୋକ ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରିବାରେ ଭୁଲ କରି ନଥିଲେ। ଏହି ଘଟଣା ଜଣାପଡିବା ମାତ୍ରେ ଏହି…

Read More

ପ୍ରଶାନ୍ତ ରାଉଳକୋଲକାତାରାଜ୍ୟ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ନଳହାଟି ଥାନା ଅନ୍ତର୍ଗତ ବାନିଓର ପଞ୍ଚାୟତର ଖୟରବୁନି ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ପରିବାର ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ୧୨ ବର୍ଷୀୟ ଆଦିବାସୀ ନାବାଳିକା ଗତକାଲି ଅପରାହ୍ନରେ ଗାଁ ପାଖରେ କଙ୍କଡ଼ା ଧରିବାକୁ ଯାଇଥିଲା। ସେହି ସମୟରେ ଜଣେ ସ୍ଥାନୀୟ ଯୁବକ ନାବାଳିକାକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଆଜି ନଳହାଟି ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା। ଅଭିଯୋଗ ଆଧାରରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ନଳହାଟି ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ ନିର୍ଦ୍ଦିଷ୍ଟ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

Read More

ପ୍ରଶାନ୍ତ ରାଉଳକୋଲକାତାଏଥର ବିଶେଷ ଅଭିଯାନ ଚଳାଇ ଉଦ୍ଧାର ବିଦେଶୀ ବନ୍ଧୁକ ସହ ଦୁଇ ରାଉଣ୍ଡ ଗୁଳି। ପୋଲିସ ଜାଲରେ ଗିରଫ ଅଭିଯୁକ୍ତ । ଘଟଣାଟି ରାଜ୍ୟ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ହରିଣଘାଟା ଥାନା ଅଞ୍ଚଳର। ପୋଲିସ ସୂତ୍ର ଅନୁଯାୟୀ, ହରିଣଘାଟା ଥାନା ଅଞ୍ଚଳର ଏକ ହୋଟେଲ ନିକଟରେ ଜଣେ ଯୁବକ ବନ୍ଧୁକ ଧରି ବୁଲୁଥିବାର ସୂଚନା ପୋଲିସ ପାଇଥିଲା। ସେହି ଅନୁଯାୟୀ, ପୋଲିସ ଏକ ଅଭିଯାନ ଚଳାଇ ଯୁବକଙ୍କୁ ଧରିଲା। ତାଙ୍କଠାରୁ ଏକ ବିଦେଶୀ ବନ୍ଧୁକ ଏବଂ ଦୁଇ ରାଉଣ୍ଡ ଗୁଳି ଜବତ କରାଯାଇଛି। ପୋଲିସ ସୂତ୍ର ଅନୁଯାୟୀ ଅଭିଯୁକ୍ତଙ୍କ ଘର ଅହମ୍ମଦାବାଦ। ଏଦିନ ଅଭିଯୁକ୍ତଙ୍କ ବିରୋଧରେ ବିଚାର ବିଭାଗୀୟ କୋର୍ଟରେ ଏକ ନିର୍ଦ୍ଦିଷ୍ଟ ମାମଲା ରୁଜୁ କରାଯାଇଥିଲା। ଅନ୍ୟପକ୍ଷରେ, ହରିଣଘାଟା ଥାନାର ପୋଲିସ ଯୁବକଙ୍କୁ ଏହି ବନ୍ଧୁକ କିପରି ମିଳିଲା ଏବଂ ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା ସେ ବିଷୟରେ ତଦନ୍ତ ଆରମ୍ଭ କରିଛି। ସମ୍ପ୍ରୀତି ସମାଜରେ ଦୁର୍ନୀତି ରୋକିବା…

Read More