ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଯାତିଲି ଗ୍ରାମର ମହିଳା ମାନେ ମଦ ବନ୍ଦ କରିବା ସକାଶେ ଅଣ୍ଟା ଭିଡିଛନ୍ତି।ଦିନ୧୧ଟା୩୦ରୁ ଗୋଟେ ପର୍ଯ୍ୟନ୍ତ ମହିଳା ମାନେ ଆସି ମଦ ବିକ୍ରି ବନ୍ଦ କରାଯାଉ ବୋଲି କହିବା ସହ ଏହି ରାସ୍ତା ଉପରୁ ଏହି ଦେକାନ କୁ ହଟା ଯାଉ ବୋଲି କହିଥିଲେ।ଅଭିଯୋଗ ଅନୁଯାୟୀ ମହିଳା ଏବଂ ଛାତ୍ରୀମାନେ ଏହି ରାସ୍ତା ରେ ଯିବା ଆସିବା ସମୟରେ ଅସୁରକ୍ଷିତ ମନେ କରୁଛନ୍ତି। ମଦ୍ୟପ ମାନେ ସେମାନଙ୍କୁ ଅଶ୍ଳୀଳ ଭାଷାରେ କମେଣ୍ଟ ମାରିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଛାତ୍ରୀମାନେ ସ୍କୁଲ ଯାଇ ଫେରିବା ପର୍ଯ୍ୟନ୍ତ ଅଭିଭାବକ ମାନେ ଚିନ୍ତାରେ ରହୁଥିବା କଥା ମହିଳାମାନେ ପ୍ରକାଶ କରିଛନ୍ତି । ଏହି ସମସ୍ୟାକୁ ନେଇ ଆଜି ଜାତିଲି ସରପଞ୍ଚଙ୍କ ନେତୃତ୍ୱରେ ମହିଳାମାନେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମଦ ଦୋକାନରେ ତାଲା ପକାଇ ଦେଇଥିଲେ। ଖବର ପାଇ ପଦ୍ମପୁର ଥାନା ଅଧିକାରୀ ଧରଣୀଧର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରି ଆନ୍ଦୋଳନରୁ ଓହରେଇ ଥିଲେ। ସେ ମହିଳାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଜିଲ୍ଲାପାଳଙ୍କ ନିକଟରେ ଏହି ଅଭିଯୋଗ କରାଯିବ ଏବଂ ଜିଲ୍ଲାପାଳଙ୍କ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ମଦ ଦୋକାନ ବନ୍ଦ ରହିବ। ଏହି ପ୍ରତିଶ୍ରୁତି ପରେ ମହିଳାମାନେ ଆନ୍ଦୋଳନରୁ ଓହରି ଯାଇଥିଲେ।
ମୁଖ୍ୟ ରାସ୍ତା ଉପରେ ଥିବା ମଦ ବାରକୁ ବିରୋଧ କରି ତାଲା ପକାଇଲେ ଶତାଧିକ ମହିଳା
By Charcha News











