Rabindranath mohapatro / Rayagadaଜଣେ ମହିଳାଙ୍କ ଠାରୁ ସାଇବର ଠକେଇ ହୋଇଥିବା ବେଳେ ନିଜ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ 1ଲକ୍ଷ 92 ହଜାର ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ରାୟଗଡା ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ଉପରକୋଟିଗାଁ ଗ୍ରାମର ରାଜୁ ସାହୁଙ୍କ ସ୍ତ୍ରୀ ସୁନେମୀ ସାହୁଙ୍କ ମୋବାଇଲ୍ ନମ୍ବରକୁ ଗତ 2 ତାରିଖ ଦିନ ଏକ ମେସେଜ୍ ଆସିଥିଲା । ମେସେଜ୍ ରେ ଏପିକେ ନାମକ ଆପ୍ ଡାଉନ୍ ଲୋଡ୍ କରିବା ପାଇଁ କୁହାଯାଇଥିଲା । ତେବେ ପରବର୍ତ୍ତି ସମୟରେ ସୁନେମୀ ଉକ୍ତ ଆପ୍ କୁ ଡାଉନ୍ ଲୋଡ୍ କରିବାରୁ ବିନା ଓଟିପିରେ ତାଙ୍କ 7ଟି କିସ୍ତିରେ ପର୍ଯ୍ୟାୟକ୍ରମେ 1 ଲକ୍ଷ 92 ହଜାର ଟଙ୍କା ବ୍ୟାଙ୍କ ଖାତାରୁ ଉଠାଣ ହୋଇଯାଇଥିଲା । ତେବେ ଏନେଇ ସୁନେମୀ ସ୍ଥାନୀୟ ବ୍ୟାଙ୍କ ଶାଖା ପରିଚାଳଙ୍କ…
Author: Charcha News
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାମାଲ ବ୍ଲକର ତୁଡିବାଡି ଲିମ୍ବୁ ବସ୍ତିର ବାସିନ୍ଦା ୭୦ ବର୍ଷୀୟ ଦୁର୍ଗା ଥାପା ଗତ ୪୨ ବର୍ଷ ଧରି ଖାଲି ପାଦରେ ଚଲାବୁଲା କରୁଥିଲେ। ଏତେ ବର୍ଷ ଧରି ଖାଲି ପାଦରେ ଚାଲିବାର ମୁଖ୍ୟ କାରଣ ହେଉଛି ଅଞ୍ଚଳର ସାମଗ୍ରିକ ବିକାଶ। କିନ୍ତୁ ଏବେ ସେ ଅବଶେଷରେ ଜୋତା ପିନ୍ଧିଲେ। ଗାଁର ବିକାଶ ବହୁତ ଆଗକୁ ବଢ଼ିଛି। ତେଣୁ, ଏହି ନିଷ୍ପତ୍ତି ନିଆଯାଇଥିବାର କୁହାଯାଉଛି।ପିଲାଟି ଦିନରୁ ଦୁର୍ଗା ଥାପା ଏହି ଗାଁର ବିକାଶ ଚାହୁଁଥିଲେ। ସ୍କୁଲରେ ପଢ଼ୁଥିବା ସମୟରେ ସେ ଭାବିଥିଲେ ଯେ ତାଙ୍କୁ ଗାଁର ବିକାଶ ପାଇଁ କିଛି କରିବାକୁ ପଡିବ। ସେ ସେହି ଅନୁତାପକୁ ନିଜ ମନରେ ରଖିଥିଲେ। ପରେ, ସେ ବିବାହ କରିଥିଲେ ଏବଂ ଏକ ପରିବାର ଗଢିଥିଲେ। ଏତେ ବର୍ଷ ପରେ ମଧ୍ୟ ସେ ଦେଖିଲେ ଯେ ଏହି ଅଞ୍ଚଳରେ କୌଣସି ବିକାଶ ହୋଇନାହିଁ। ବିଭିନ୍ନ ସ୍ଥାନ ବୁଲିବା ସତ୍ତ୍ୱେ, ସେ ଗାଁର…
ଗତକାଲି ଲୋକସେଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ୨୬ ତମ କ୍ୟାବିନେଟ ବୈଠକ ବସିଥିଲା। ୫ ଟି ବିଭାଗର ୫ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର।୧_ ଗୃହ ଓ ନଗର ଉନ୍ନୟନ ବିଭାଗ, ନୂଆ ସହର ବିକାଶ ଯୋଜନା ପାଇଁ ଏହି ନୂଆ ସହର ପାଇଁ ମାଷ୍ଟର ପ୍ଲାନ୍ ହେବ। ସିଙ୍ଗାପୁରର ସୁବର୍ଣ୍ଣଜୋଡଙ୍ଗ ପ୍ରାଇଭେଟ୍ ଲିମିଟେଡକୁ ୧୬ କୋଟି ୨୩ ଲକ୍ଷର ପ୍ରୋଜେକ୍ଟ ଦିଆଯାଇଛି । ଅନୁମାନ କରାଯାଇଛି ୧୫ ବର୍ଷରେ ୮ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ୫ ବର୍ଷ ପାଇଁ ଏକ ହଜାର ୩୪୨ କୋଟିର ବ୍ୟବସ୍ଥା ହେବ।୮୦୦ ଏକର ଜମିରେ ହେବ ନୂଆ ସହର୨ ବାଣିଜ୍ୟ ଓ ପରିବହନ ବିଭାଗ ୩୧ ଲକ୍ଷ କୋଟିର ଲାଇନ୍ ବକେୟା ଅଛି । ୬ ମାସ ଭିତରେ ଚାଲାଣ ପ୍ରଦାନ କଲେ ୫୦ ପ୍ରତିଶତ ରିହାତି ଦିଆଯିବା। ଏହା ଦ୍ବାରା ରାଜକୋଷକୁ…
ରାୟଗଡ଼ା /ରବୀନ୍ଦ୍ର ନାଥ ମହାପାତ୍ର ଯାତ୍ରୀ ଙ୍କ ସୁବିଧା ଲାଗି ସରକାର ପ୍ରତି ବ୍ଲକ ରେ ନିର୍ମାଣ କରୁଛନ୍ତି ମଡେଲ ବସଷ୍ଟାଣ୍ଡ ।ବସଷ୍ଟାଣ୍ଡ ନଥିବା ଫଳରେ ରାସ୍ତା ଉପରେ ଘଣ୍ଟା ଘଣ୍ଟା ରହୁଛି ବସ।ଫଳରେ ସହର ରେ ଟ୍ରାଫିକ ସମସ୍ୟା ଲୋକଙ୍କୁ ଏବେ ଦୁଇ ଗୁଣିତ କରିଛି।ଏପଟେ ଦୂର ଦୁରାନ୍ତରୁ ଆସିଥିବା ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ସେପଟେ ପୂର୍ବ ସରକାର ନୂତନ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଜାଗା ୨ଏକର୩୦ସେଣ୍ଟ ଜାଗା ଚିହ୍ନଟ କରିଥିଲେ।ଏବେ ସରକାର ବଦଳିଛନ୍ତି ହେଲେ ବି ଜାଗା ରେ ମାଟି ମୁଠେ ହେଲେ ପଡିନି ଫଳରେ ମଡେଲ ବସଷ୍ଟାଣ୍ଡ ନିର୍ମାଣ ଏବେ ସୀମିତ ହୋଇ ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ ଯାତ୍ରୀଙ୍କୁ ନାହି ନ ଥିବା ଅସୁବିଧାର ସମୁଖୀନ ହେବାକୁ ପଡୁଛି । ଏପରି ଏବେ ଦେଖିବା ମିଳିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ରେ ଆସନ୍ତୁ ଦେଖିବା ଆମର ସ୍ଵତନ୍ତ୍ର ରିପୋର୍ଟ। ରାସ୍ତା…
ସାମ୍ବଡିକ: ପ୍ରଶାନ୍ତ ରାଉଳକୋଲକାତାଦୁଇ ବାଘୁଣୀର ମୃତ୍ୟୁକୁ କାରଣକୁ ନେଇ ଆଲିପୂର ଚିଡିଆ ଖାନାରେ ଏକ ୫ ଜଣିଆ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି ମଙ୍ଗଳବାର ଏବଂ ବୁଧବାର ଦୁଇଟି ବାଘୁଣୀର ମୃତ୍ୟୁ ହୋଇଥିଲା। ମଙ୍ଗଳବାର ଦିନ ପାୟଲ ବାଘୁଣୀର ମୃତ୍ୟୁ ହୋଇଥିଲା। ପାୟଲ ହେଉଛି ହଳଦିଆ ଏବଂ କଳା ଧାରୁଆ ବାଘୁଣୀ। ପାୟଲକୁ ବାହାରୁ ଅଣାଯାଇଥିଲା। ସେ ୧୭ ବର୍ଷ ବୟସର ଥିଲା। ଅପରପକ୍ଷରେ, ଗତକାଲି ଆଉ ଏକ ବାଘୁଣୀର ମୃତ୍ୟୁ ହୋଇଥିଲା। ତା’ର ନାମ ରୂପା। ରୂପା ୨୧ ବର୍ଷ ବୟସର। ରୂପା ଏଠାରେ ଜନ୍ମଗ୍ରହଣ କରିଥିଲା। ରୂପା ହେଉଛି ଧଳା ବାଘୁଣୀ। ୩ ଜଣ ପଶୁଚିକିତ୍ସା ବିଶେଷଜ୍ଞଙ୍କ ଏକ ଦଳ ଗଠନ କରାଯାଇଛି। ସେମାନେ ଶବ ବ୍ୟବଚ୍ଛେଦ କରିବେ ଏବଂ ମୃତ୍ୟୁର କାରଣ ତଦନ୍ତ କରିବେ। ସୂତ୍ର ଅନୁଯାୟୀ, ମୃତ୍ୟୁର କାରଣ ବାର୍ଦ୍ଧକ୍ୟ ଥିଲା। ଆଲିପୁର ଚିଡ଼ିଆଖାନା କର୍ତ୍ତୃପକ୍ଷ ତଦନ୍ତ କରୁଛନ୍ତି। ପାୟଲଙ୍କୁ ୨୦୧୬ ମସିହାରେ…
ମାଲକାନଗିରି/ସାମ୍ୱାଦିକ ମାନସ୍ ନେତାମ୍ ଆଜି କୋରାପୁଟ ଠାରୁ ସ୍ୱତନ୍ତ୍ର କାର ଯୋଗେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ପ୍ରଥମ ଥର ପାଇଁ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ପଞ୍ଚାୟତର ବଣ୍ଡାଘାଟି ଗସ୍ତ କରିଛନ୍ତି।ରାଜ୍ୟପାଳ ଡ. କମ୍ଭମପାଟି କୋରାପୁଟ ରୁ , ମାଲକାନଗିରି ଜିଲ୍ଲାର ପ୍ରବେଶ ଦ୍ୱାର ଗୋବିନ୍ଦପାଲି ଠାରେ ପହଁଚିବା ପରେ ତାଙ୍କୁମାଲକାନଗିରି ବିଧାୟକ ନରସିଂହ ମାଡକାମି,ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ,ଜିଲ୍ଲାପାଳ ସୋମେଶ ଉପାଧ୍ୟୟ , ଏସପି ବିନୋଦ ପାଟିଲ, ଡିଏଫଓ ସାଇ କିରନ ରାଜ୍ୟପାଳ ଙ୍କୁ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ବନ ବିଭାଗ ଡାକ ବଙ୍ଗଳା କୁ ପାଛୋଟି ନେଇଥିଲେ । ଏହା ପରେ ରାଜ୍ୟପାଳ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ବଣ୍ଡାଘାଟି ଗସ୍ତ କରିଥିଲେ । ଘାଟିରେ ପହଁଚିବା ପରେ ବଣ୍ଡା ପୁରୁଷ ଓ ମହିଳା ମାନେ ରାଜ୍ୟପାଳ ଙ୍କୁ ପାରମ୍ପରିକ ସଙ୍ଗୀତ ଓ ନୃତ୍ୟ ମାଧ୍ୟମ ରେ ସ୍ୱାଗତ ଜଣାଇ ଫୁଲ…
ମାଲକାନଗିରି/ସାମ୍ୱାଦିକ ମାନସ୍ ନେତାମ୍ : ଓଡ଼ିଶାର ରାଜ୍ୟପାଳ ଡ଼ ହରିବାବୁ କମ୍ଭମପାଟି ଦିନିକିଆ ମାଲକାନଗିରି ଗସ୍ତରେ ଆସି ମୁଦୁଲିପଡ଼ା ସ୍ଥିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଛାତ୍ରୀ ମାନଙ୍କ ମଧ୍ୟରେ ଦେଖା ଯାଉଥିବା ରକ୍ତ ହୀନତା ଓ ଦୃଷ୍ଟି ଜନିତ ସମସ୍ୟା ଉପରେ ସଚେତନ କରିଛନ୍ତି ରାଜ୍ୟପାଳ । ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ପାଇଁ ୧୨ ଗୋଟି ଦୃଷ୍ଟି ଜନିତ ସମସ୍ୟା ଚିହ୍ନଟ କରିବା ଯନ୍ତ୍ର (ଫୋଲ୍ଡିଙ୍ଗ ଓରପ୍ଟର) ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ ଏଲ ଭି ଆଇ ପ୍ରସାଦ ଆଇ ଇନଷ୍ଟିଟ୍ୟୁଟ୍ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗ ସହଯୋଗ ରେ ଏହାକୁ ପ୍ରଦାନ କରାଯାଇଛି।ତତ୍ ସହିତ ୫୦ ଜଣ ଶିକ୍ଷକଙ୍କୁ ଦୃଷ୍ଟି ଜନିତ ସମସ୍ୟା ଚିହ୍ନଟ କରିବା ଯନ୍ତ୍ର(ଫୋଲ୍ଡିଙ୍ଗ ଓରପ୍ଟର)ର ବ୍ୟବହାର ସମ୍ପର୍କରେ ତାଲିମ୍ ଦିଆଯାଇଛି। ଆଜି ଏସଏସଡି ଉଚ୍ଚ ବିଦ୍ୟାଳୟ ପରିସରରେ ଏକ କ୍ୟାମ୍ପ କରାଯାଇ ଛାତ୍ରୀ ମାନଙ୍କ ଚକ୍ଷୁ…
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତା ଆଙ୍କର: ରାଜ୍ୟ ପଶ୍ଚିମ ବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ସଲାନପୁର ଥାନାର କଲ୍ୟାଣେଶ୍ୱରୀ ଫାଣ୍ଡି ଅନ୍ତର୍ଗତ ହଦଲା ଗାଁରେ ଥିବା ଦେଶୀ ମଦ ଏବଂ ମହୁଆ ମଦ କାରଖାନାରେ ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବରେ ଚଢାଉ କରିଥିଲେ। ଏହି ଅଭିଯାନରେ ପ୍ରାୟ ୮୦୦ ଲିଟର ଏଫ-ୱୋସା (ଦେଶୀ ମଦ ଏବଂ ମହୁଆ ମଦ ତିଆରି ପାଇଁ କଞ୍ଚାମାଲ), ୨୦ଟି ଆଲୁମିନିୟମ ପାତ୍ର ଏବଂ ୫୦ ଲିଟର ପ୍ରସ୍ତୁତ ମହୁଆ ମଦ ଜବତ କରାଯାଇଛି। ସଲାନପୁର ଥାନା ଏବଂ କଲ୍ୟାଣେଶ୍ୱରୀ ଫାଣ୍ଡି ପୋଲିସ ସହିତ, ବାରବାଣୀ ଅବକାରୀ ବିଭାଗର କର୍ମଚାରୀମାନେ ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଏହି ଅଭିଯାନରେ ପୁରୁଷ ଏବଂ ମହିଳା ପୋଲିସ କର୍ମଚାରୀଙ୍କ ସମେତ ମୋଟ ୨୦ ଜଣ ଅଂଶଗ୍ରହଣ କରିଥିଲେ।ପୋଲିସ ଅନେକ ମଦ ଓ କାରଖାନା ନଷ୍ଟ କରାଯାଇଥିଲା। ତଥାପି, ଅଭିଯାନର ଖବର ପାଇବା ପରେ ସମ୍ପୃକ୍ତ ବ୍ୟକ୍ତିମାନେ ଘଟଣାସ୍ଥଳରୁ…
ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା ରାଜ୍ୟପଶ୍ଚିମ ବଙ୍ଗର ଉତ୍ତର 24 ପର ଗଣା ଜିଲ୍ଲା ସ୍ଥିତ ସୁନ୍ଦରବନରେ ମାଛ ଧରିବା ଜାଲରେ ଏକ ବିଷାକ୍ତ ସାପ ଫସିଗଲା। ସୁନ୍ଦରବନର ମତ୍ସ୍ୟଜୀବୀ ସୁକୁମାର ମଣ୍ଡଳ ବସିରହାଟ ଉପଖଣ୍ଡର ହିଙ୍ଗଲଗଞ୍ଜ ବ୍ଲକର ସୁନ୍ଦରବନର ବାଙ୍କରା ଅଞ୍ଚଳରେ ପାଣିରେ ମାଛ ଧରିଥିଲେ। ବୁଧବାର ସକାଳେ, ଜାଲ କାଢିବାକୁ ଚେଷ୍ଟା କରୁଥିବା ସମୟରେ, ସେ ଜାଲରେ ଏକ ବିଷାକ୍ତ ସାପ ଖସି ଯାଉଥିବାର ଦେଖିଲେ। ସେ ତୁରନ୍ତ ସେଠାରୁ ଦୌଡ଼ି ପଳାଇଲେ ଏବଂ ଗାଁ ଲୋକଙ୍କୁ ଖବର ଦେଲେ। ଗାଁ ଲୋକ ଏକାଠି ହୋଇ ଜାଲଟିକୁ କୂଳକୁ ଆଣିଲେ, ତା’ପରେ ଜାଲରେ ସାତ ଫୁଟରୁ ଅଧିକ ଲମ୍ବା ଏକ ବିଷାକ୍ତ ସାପ ଦେଖାଗଲା। ବନ ବିଭାଗକୁ ଖବର ଦିଆଯାଇଥିଲା। ବନ ବିଭାଗର କର୍ମଚାରୀମାନେ ଆସି ସାପଟିକୁ ଉଦ୍ଧାର କରି ସାପଟିକୁ ଶାରୀରିକ ପରୀକ୍ଷା କରାଯିବା ପରେ, ଏହାକୁ ପୁଣି ସୁନ୍ଦରବନ ଜଙ୍ଗଲରେ ଛାଡି ଦିଆଯିବ ବୋଲି କହିଛନ୍ତି ଅନ୍ୟ…








