ରାୟଗଡା ରବୀନ୍ଦ୍ର ନାଥ ମହାପାତ୍ରରାୟଗଡ଼ା ଜିଲ୍ଲା ଗୁଣୁପୁର ତାଲୁକ ସ୍ଥରୀୟ ଆଇନ ସେବା ପ୍ରାଧିକରଣ ତରଫରୁ ସୁରକ୍ଷିତ ସୋସିଆଲ ମିଡ଼ିଆ ଓ ସାଇବର ଆଇନ୍ କୁ ନେଇ ପଦ୍ମପୁର ର ଆର ଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗୁଣୁପୁର ତାଲୁକ ସ୍ଥରୀୟ ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏଥିରେ ସାଇବର କ୍ରାଇମ୍ ଓ ସୋସିଆଲ ମିଡିଆ ସୁରକ୍ଷା ସମ୍ବନ୍ଧୀୟ ନେଇ ଛାତ୍ର ଛାତ୍ରୀ ମାନଙ୍କୁ ବୁଜାଇଥିଲେ।କାର୍ଯ୍ୟକ୍ରମ ରେ ଗୁଣପୁର ଅତିରିକ୍ତ ଜିଲ୍ଲା ଜର୍ଜ ତଥା ଗୁଣୁପୁର ତାଲୁକ ସ୍ଥରୀୟ ଆଇନ ସେବା ପ୍ରାଧିକରଣ ଅଧକ୍ଷ ଦେବଦତ୍ତ ପଟ୍ଟନାୟକ, ସିଭିଲ ଜର୍ଜ ସୁମିତ୍ରା ସାହୁ , ବିଜୟ ଲକ୍ଷ୍ମୀ ମହାପାତ୍ର ଏସ ଡ଼ି ଜେ ଏମ, ଶୁଭଙ୍କର ମହାନ୍ତି ପଦ୍ମପୁର ପ୍ରଥମ ଶ୍ରେଣୀ ବିଚାରପତି,ଗୁଣପୁର ଉପ ଜିଲ୍ଲାପାଳ ଦୁଦ୍ଧାଲ ଅଭିଷେକ ଦିଲ୍ଲୀପ ସମେତ ଅନୁଷ୍ଠାନ ପ୍ରିନସିପାଲ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Author: Charcha News
ରାଜ୍ୟ ପଶ୍ଚିମ ବଙ୍ଗର ପଶ୍ଚିମ ବର୍ଦ୍ଧମାନ-ଦୁର୍ଗାପୁର ର ତୃଣମୂଳ କଂଗ୍ରେସ ଦଳର ସାଂସଦ ତଥା ଭାରତୀୟ କ୍ରିକେଟ ଦଳ ର ପୂର୍ବତନ ଖେଳାଳୀ କୀର୍ତ୍ତି ଆଜାଦ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ଉପରେ କେନ୍ଦ୍ର ସରକାର ଏବଂ ବିଜେପି ଉପରେ କଡ଼ା ଆକ୍ରମଣ କରିଥିଲେ। ବର୍ଦ୍ଧମାନ ଲାୟନ୍ସ କ୍ଲବରେ ତୃଣମୂଳ ବିଧାୟକ ଖୋକନ ଦାସ ଏବଂ ଜିଲ୍ଲା ତୃଣମୂଳ ଛାତ୍ର ପରିଷଦ ଦ୍ୱାରା ଆୟୋଜିତ କ୍ରୀଡା ଆଘାତ ଏବଂ ଫିଜିଓଥେରାପି ଉପରେ ଏକ ଆଲୋଚନାରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ, “ପାକିସ୍ତାନ ୨୬ ଜଣଙ୍କୁ ହତ୍ୟା କରିଛି, ଏବଂ ଭାରତ ପୁଣି ସେହି ଦେଶ ସହିତ ଏକ କ୍ରିକେଟ୍ ମ୍ୟାଚ୍ ଖେଳୁଛି! ଏହା ସମ୍ପୂର୍ଣ୍ଣ ଦେଶ ବିରୋଧୀ।” ସେ ଅଭିଯୋଗ କରିଥିଲେ ଯେ ଆଇସିସି ଅଧ୍ୟକ୍ଷ ଜୟ ଶାହ, ଯିଏକି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ, ମୋଦି ସରକାରଙ୍କ ଅନୁମତି ନେଇ ଆର୍ଥିକ ଲାଭ ପାଇଁ ଏହି ମ୍ୟାଚ୍ ଆୟୋଜନ…
୧୨/୦୯/୨୫ ସାମ୍ୱାଦିକ ମାନସ୍ ନେତାମ୍ ମାଲକାନଗିରୀ : ଜିଲ୍ଲା ଓରକେଲ ପୋଲିସ ୨୬ କିଲୋ ଗଂଜେଇ ସମେତ ଗୋଟିଏ ବାଇକ ଏବଂ ୨ ଜଣଙ୍କୁ କୋର୍ଟ ଚାଲାଣ କରିଛି। ମିଳିଥିବା ସୁଚନାନୁଯାୟୀ ଓରକେଲ ଥାନାଧିକାରୀ ଧୀରେନ ପଟ୍ଟନାୟକ ବିଶେଷ ସୂତ୍ରରୁ ଖବର ପାଇ ଅଜିତ ସିଂ ବରିହାଙ୍କ ନେତୃତ୍ୱରେ ଏକ ଟିମ ନିଳାକାମ୍ବେରୁ ଗ୍ରାମ ନିକଟସ୍ଥ ସୋରଲୁକୋଣ୍ଡା ବ୍ୟାରେଜ ନିକଟରେ ଯାଞ୍ଚ ନିମନ୍ତେ ଗୁରୁବାର ମଧ୍ୟାହ୍ନ ସମୟରେ ପଠାଇଥିଲେ। ଗୋଟିଏ ବାଇକ ଏମଭି-୧୨୦ ଗ୍ରାମ ପଟୁ ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ଟିମ ଅଟକାଇଥିଲେ। ବାଇକରେ ବସିଥିବା ୨ ଯୁବକ ଏକ ବସ୍ତା ନେଇ ଆସୁଥିବା ବେଳେ ବସ୍ତାରେ କଣ ଅଛି ବୋଲି ପୋଲିସ ପଚାରିବାରୁ ଦୁହିଁଙ୍କ କଥାରେ ତାଳମେଳ ଖାଇନଥିଲା। ଯାଞ୍ଚ ପରେ ଉକ୍ତ ବସ୍ତାରେ ୨୬ କିଲୋ ଗଞ୍ଜେଇ ଥିବା ପୋଲିସ ଦେଖିବାକୁ ପାଇଥିଲେ। ପରେ ଦୁହିଁଙ୍କୁ ଓରକେଲ ଥାନା କୁ ନିଆଯାଇଥିଲା। ତେବେ ସେମାନେ ଏହି…
ଗୁଣୁପୁର/ ରବୀନ୍ଦ୍ର ନାଥ ମହାପାତ୍ରବିବାହିତ ମହିଳା ଙ୍କ ସଂନ୍ଦେହ ଜନକ ମୃତ୍ୟୁ। ମୃତକ ମହିଳା ଜଣକ ହେଲେ ରଂଞ୍ଜିତା ତ୍ରିପାଠୀ। ଗୁଣୁପୁର ଡମ୍ବସରା ପଞ୍ଚାୟତ ର ନାୟବ ସରପଞ୍ଚ ରହିଛନ୍ତି। ମହିଳା ଜଣକ ନିଜ ଘର ପଦ୍ମପୁର ବ୍ଲକ୍ ପେରୁପାଙ୍ଗ ଗ୍ରାମ ରହିଥିବା ବେଳେ ଗୁଣୁପୁର ବ୍ଲକ୍ ଡମ୍ବସରା ପଞ୍ଚାୟତ ର ଆପନାଗୁଡା ଗ୍ରାମରେ ନରସିଂହ ତ୍ରିପାଠି କୁ ବିବାହ କରି ରହୁଥିଲେ। ସ୍ବାମୀ କୁ ଅଟକ ରଖି ଗୁଣୁପୁର ପୋଲିସ୍ ତଦନ୍ତ ଜାରି ରଖିଛି। ମୃତକ ମହିଳା ଙ୍କୁ ତାଙ୍କ ସ୍ବାମୀ ନିର୍ଯ୍ୟାତନା ଦେଇଆସୁଥିବା ସହ ମରଣାନ୍ତକ ମାଡ ମାରୁଥିଲେ। ଗତକାଲି ଅପରାହ୍ନରେ ମୃତକ ମହିଳା ଙ୍କ ଝିଅ ତାଙ୍କ ମାମୁଁ ମୃତ୍ୟୁ ଖବର ଜଣାଇଥିଲେ । ମହିଳା ଙ୍କ ଭାଇ ଶବକୁ ଦେଖି ଗୁଣୁପୁର ଥାନାରେ ଦ୍ବାରସ୍ତ ହୋଇଥିଲେ। ନିର୍ଯ୍ୟାତନା ଦିଆଯାଇଥିବା ଅଭାଯୋଗ କରିବା ସହ ଘଟଣାର ତଦନ୍ତ କରିବା ପାଇଁ ଅନୁରୋଧ କରିଥିଲେ। ଏହା ହତ୍ୟା ନା…
ମାଲକାନାଗିରି/ସାମ୍ୱାଦିକ ମାନସ୍ ନେତାମ୍ ମାଲକାନଗିରି ସଦରମହକୁମା ବିଜେପି କାର୍ଯ୍ୟାଳୟ ଠାରେ ନୂତନ ନଗର୍ ମଣ୍ଡଳ ସ୍ତରୀୟ କମିଟି ଗଠନ କରାଯାଇଛି। ଏହାସହ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଜେପି ପକ୍ଷରୁ ନୂତନ ମଣ୍ଡଳ କମିଟିର ସ୍ବାଗତ ସମ୍ବଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଅଶୋକ କୁମାର୍ ପରିଡା ,ସମ୍ମାନୀୟ ଅତିଥି ଭାବେ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲ, ମାଲକାନଗିରି ବିଧାୟକଙ୍କ ପ୍ରତିନିଧି ନିହାର ରାୟ,ବରିଷ୍ଠ ବିଜେପି ନେତା ମାଣିକ ଚକ୍ରବର୍ତ୍ତୀ ସମେତ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରତନ ବନିକ ଉପସ୍ଥିତ ରହିଥିଲେ, ନୂତନ ମଣ୍ଡଳ ନଗର୍ କମିଟିର ସାଧାରଣ ସମ୍ପାଦକ ଭାବେ ସୁବ୍ରତ କୁମାର ଗୈଡ଼, ଅନ୍ୟତମ ସାଧାରଣ ସଂପାଦକ ଭଗିରଥି ଦଳେଇ, ମହିଳା ମୋର୍ଚ୍ଚା ସଭାପତି ଲକ୍ଷ୍ମୀପ୍ରିୟା ବାରିକ, କିଶାନ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ଜେନା, ଏସ.ସି ମୋର୍ଚ୍ଚା ସଭାପତି ମହେଶ୍ୱର ସଗରୀୟା, ଏସ.ଟି ମୋର୍ଚ୍ଚା ସଭାପତି…
ବଲାଙ୍ଗୀର ,୧୨।୦୯( ଦେବେନ୍ଦ୍ର ପୋଡ଼) ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଛକ ରାସ୍ତା ରେ ପାଇଥିବା ୨ ଲକ୍ଷ ଟଙ୍କାର ଚେକ ଫେରାଇ ମହାନତା ଦେଖାଇଲେ ଅଞ୍ଚଳର ଯୁବ ୨ ଗଣମାଧ୍ୟମ ପ୍ରତିନିଧି । ସୂଚନା ଅନୁସାରେ,ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଗଁରେଇ ପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ଡୋଲାମଣି ଛୁରା ସେ ବ୍ୟାଙ୍କ ରେ ଟଙ୍କା ଉଠାଣ ପାଇଁ ଗ୍ରାହକ ଙ୍କ ଦସ୍ତଖତ କରି ଏକ ଚେକ ବଙ୍ଗୋମୁଣ୍ଡା ବ୍ଲକ ଛକ ଠାରେ ତାଙ୍କ ବ୍ୟାଗରୁ ଅସାବଧାନତା ବଶତଃ ଖସି ପଡିଯାଇଥିଲା। ଦୀର୍ଘ ସମୟ ଧରି ରାସ୍ତାରେ ପଡି ଯାଇଥିଲା । ଏତିକି ସମୟରେ ସେହି ଅଞ୍ଚଳକୁ ଖବର ସଂଗ୍ରହ କରିବା ପାଇଁ କଣ୍ଟାବାଞ୍ଜି ଅଞ୍ଚଳ ର ୨ ଯୁବ ସାମ୍ବାଦିକ କଣ୍ଟାବାଞ୍ଜି ନିୟୁଜ -୭ ପ୍ରତିନିଧି ଅଶୋକ ନାରାୟଣ ଭୋଇ ଓ କଣ୍ଟାବାଞ୍ଜି ଅର୍ଗସ ନ୍ୟୁଜ ପ୍ରତିନିଧି ହୁଲେଶ୍ୱର ହଂସ ଯାଉଥିବା ବେଳେ…
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାସେତେବେଳେ ଦେଶ ବିଭାଜିତ ହୋଇନଥିଲା। କଣ୍ଟା ତାର ବାଡ଼ ଲାଗି ନଥିଲା। ସମସ୍ତଙ୍କର ପୂଜା ଥିଲା। ମୁସଲମାନମାନେ ମଧ୍ୟ ଦାନ ଦେଇ ଦୁର୍ଗା ପୂଜା ଆୟୋଜନ କରୁଥିଲେ। ଏବେ ସେ ସବୁ ଅତୀତର କଥା। ବଙ୍ଗ ବିଭାଜିତ ହୋଇଛି। ବିଏସ୍ଏଫ୍ ଏହାକୁ ଜଗି ରହିଛି। ବାଂଲାଦେଶର ମେହେରପୁରର ଜମିଦାରଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଦୁର୍ଗା ପୂଜା କେବଳ ପରିବର୍ତ୍ତନ ହୋଇନାହିଁ। ଏହି ଦୁର୍ଗା ମନ୍ଦିର ନଦିଆର ତେହଟ୍ଟା ଥାନା ଅନ୍ତର୍ଗତ ଭାଟୁପଡା ଗାଁରେ ଭାରତ-ବାଂଲାଦେଶ ସୀମାନ୍ତରେ କଣ୍ଟା ତାର ବାଡ଼ ପାଖରେ ଅଛି! ସେହି ବାଡରେ ଏକ ବିଏସ୍ଏଫ୍ ସେନା ଶିବିର ମଧ୍ୟ ଅଛି। ଯଦି କଣ୍ଟା ତାର ବାଡ଼ରୁ ମନ୍ଦିରର ଦୂରତା ବହୁତ ଅଧିକ, ୧୫ ଫୁଟ। ତେବେ କ’ଣ! ଏହିପରି ପୂଜିତ ହୋଇ ଆସୁଛନ୍ତି ମା’ ଉମା।ମେହେରପୁରର ଜଣେ ଜମିଦାରଙ୍କ ଦ୍ୱାରା ଭାଟୁପଡା ଗାଁରେ ପ୍ରଥମ ଦୁର୍ଗା ପୂଜା ଆରମ୍ଭ ହୋଇଥିଲା। ସେତେବେଳେ କୌଣସି ଜାତିଭେଦ…
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାମାତ୍ର କିଛି ଘଣ୍ଟାର ମତଭେଦ। ଅପରାହ୍ନରେ ଦଳବଦ୍ଦଳ, ଏବଂ ପରେ ପୁଣି ମନ ବଦଳାଇ ପୁରୁଣା ଦଳକୁ ଫେରିବା! ବିଷ୍ଣୁପୁରରେ ଏପରି ଏକ ଘଟଣା ଘଟିଗଲା। ବୁଧବାର ଅପରାହ୍ନରେ, ୨୬୦ (କ) କମରକଟା ବୁଥ୍ର ବିଜେପି ସଦସ୍ୟ ତାରାପଦ ପାଲ ଏବଂ ୨୬୦ (ଖ) କମରକଟା ବୁଥ୍ର ବିଜେପି ସଦସ୍ୟ ଗଣେଶ ମଲ୍ଲ ବିଷ୍ଣୁପୁର ସାଂଗଠନିକ ଜିଲ୍ଲା ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟକୁ ଯାଇ ଶାସକ ଦଳରେ ଯୋଗଦେଇଥିଲେ। ସ୍ୱାଭାବିକ ଭାବରେ, ଏହା ସ୍ପଷ୍ଟ ହୋଇଯାଇଥିଲା ଯେ ବିଜେପି ପଞ୍ଚାୟତରେ ତାର ସଂଖ୍ୟାଗରିଷ୍ଠତା ହରାଉଛି। କିଛି ଘଣ୍ଟା ମଧ୍ୟରେ ମନ ବଦଳ।ସନ୍ଧ୍ୟା ହେବା ମାତ୍ରେ ଗଣେଶ ମଲ୍ଲଙ୍କ ସ୍ୱରରେ ଏକ ଭିନ୍ନ ସ୍ୱର ଶୁଣାଯାଇଥିଲା। ଗଣେଶ ଓନ୍ଦା ବ୍ଲକର ରାମସାଗରରେ ଥିବା ବିଜେପି କାର୍ଯ୍ୟାଳୟକୁ ଯାଇ ପୁଣି ଥରେ ଗେରୁଆ ଶିବିରରେ ଯୋଗ ଦେଇଥିଲେ। ସେ ଦାବି କରିଛନ୍ତି ଯେ ଭୁଲ ବୁଝାଇ ଟଙ୍କା ଏବଂ ଚାକିରି ପ୍ରଦାନ କରି…
ମାଲକାନଗିରି/ସାମ୍ୱାଦିକ ମାନସ୍ ନେତାମ୍ସୀ : ମାନ୍ତ ଛତିଶଗଡ଼ର ଗାରିଆବନ୍ଦ ଜିଲ୍ଲାର ମୈନପୁର ଥାନା ଅଞ୍ଚଳର ଜଙ୍ଗଲରେ ଆଜି ସକାଳରୁ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ପ୍ରାଥମିକ ସୂଚନା ଅନୁଯାୟୀ, ଯବାନ ଗୁଳିରେ ୧୦ ଜଣ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷା ବାହିନୀ। କୁହାଯାଉଛି ଯେ ନକ୍ସଲ କମାଣ୍ଡର ମନୋଜ ଓରଫ ମୋଡେମ, ବାଲକୃଷ୍ଣ ଓରଫ ଭାସ୍କର ଏବଂ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ ଏସଜେଡସିଏମ ପ୍ରମୋଦ ଓରଫ ପାଣ୍ଡୁ ମଧ୍ୟ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ତେବେ ଏପର୍ଯ୍ୟନ୍ତ ଯେହେତୁ ପୋଲିସ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇନାହିଁ। ସୂତ୍ର ଅନୁସାରେ, ମାଓବାଦୀ ମାନେ ଏବେ ବି ଜଙ୍ଗଲ ଭିତରେ ଉପସ୍ଥିତ ଅଛନ୍ତି ଉଭୟଙ୍କ ମଧ୍ୟ ରେ ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି। ସୂଚନା ମିଳିବା ମାତ୍ରେ ଗାରିଆବନ୍ଦରୁ ଇ-30, ଏସଟିଏଫ ଏବଂ କୋବ୍ରାର ମିଳିତ ଦଳ…








