ଗତକାଲି ଏନ୍.ଭାସ୍କର ରାଓ ବିଜେଡି ଛାଡିବା ପରେ ଆଜି ଗଣମାଧ୍ୟମ ଆଗରେ ବିବୃତ୍ତି ରଖି ବର୍ଶିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ରାୟଗଡା ଜିଲ୍ଲା ସଭାପତି ଜଗନ୍ନାଥ ସାରକା। ଭାସ୍କର ରାଓ ଦଳ ଛାଡିଲେ ଜିଲ୍ଲାରେ ଦଳର କୈଣସି କ୍ଷତି ହେବ ନାହିଁ ବୋଲି ସେ କହିବା ସହ ତାଙ୍କ ପାଇଁ ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀରେ ଧରାଶାୟୀ ହେଲା। ଭାସ୍କର ରାଓ ଦୀର୍ଘ 50 ବର୍ଷ ରାଜନିତୀ କରି ଦଳରୁ ଅନେକ ପଦପଦବୀ ରେ ରହିବା ସହ ବହୁତ ଫାଇଦା ଉଠାଇଛନ୍ତି ବୋଲି ଜଗନ୍ନାଥ ସାରକା କହିଛନ୍ତି। ଜିଲ୍ଲାରେ ଦଳକୁ ସେ ତଳି ତଳାନ୍ତ କରି ସବୁବେଳେ ନିଜସ୍ବାର୍ଥ ପାଇଁ କାମ କଲେ ବୋଲି କହିଛନ୍ତି। ତାଙ୍କ ପାଖରେ କୈଣସି ନିର୍ବାଚନ ପ୍ରତିନିଧି ନାହାନ୍ତି ବୋଲି କହିବା ସହ ଆଗକୁ ଜିଲ୍ଲାରେ ବିଜୁ ଜନତା ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ସେ…
Author: Charcha News
ବଦଳିଲେ ବଡ଼ଚଣା ଥାନାଧିକାରୀଣି ମଧୁସ୍ମିତା ବେହେରା , ଅପରାହ୍ନ ୩ ଘଟିକା ରେ ଯାଜପୁର ଜିଲ୍ଲା ପୋଲିସ ମୁଖ୍ୟାଳୟ କୁ ବଦଳି ହୋଇଛି। ସୂଚନା ଥାଉ କି, ଗତ ଦୁଇ ମାସ ତଳେ ବହୁ ଚର୍ଚ୍ଚିତ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି କଟିକଟା ବଜାରରେ ଥିବା ଟୁକୁନା ଔଷଧ ବ୍ୟବସାୟୀ ଙ୍କୁ ବିନା ଅଭିଯୋଗରେ ତିନି ଦିନ ବଡଚଣା ଥାନାରେ ଅଟକ ରଖି ଧମକ ଚମକ୍ ଦେବା ସହିତ ଦଲାଲ୍ ମାଧ୍ୟମରେ 2 ଲକ୍ଷ୍ୟ 50 ହଜାର ଟଙ୍କା ନେଇ ଥିବା ପୋଲିସ ପୁଖ୍ୟାଳୟରେ ଅଭିଯୋଗ ହୋଇଥିଲା, ବାରମ୍ବାର ପ୍ରସାରଣ ମୁଖ୍ୟ ମନ୍ତ୍ରୀ, ଡିଜି,ଏସପି ଙ୍କୁ ଲିଖିତ ଅଭିଯୋଗ ହୋଇ ଥିବା ବେଳେ ଶେଷରେ ଗୃହ ବିଭାଗ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି।
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାଆଙ୍କର: ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର 24 ପର ଗଣା ଜିଲ୍ଲା ସ୍ଥିତ ଖୁଦିରାମ ପଲ୍ଲୀର କାଞ୍ଚରାପଡାର ୨୨ ନମ୍ବର ୱାର୍ଡରେ ପାରିବାରିକ କଳହ ଯୋଗୁଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜର ସନ୍ତାନକୁ ନେଇ ପଳାଇଲେ ସ୍ବାମୀ। କୌଶିକ ମଣ୍ଡଳ (୨୮) ତାଙ୍କ ସ୍ତ୍ରୀ ଅଙ୍କିତା ବର୍ମନ (୨୫)ଙ୍କୁ ହତ୍ୟା କରିବା ପରେ ତାଙ୍କ ଛୋଟ ସନ୍ତାନକୁ ନେଇ ପଳାଇ ଯାଇଥିଲା। ବିଜପୁର ଥାନାର ପୋଲିସ ଘଟଣାର ତଦନ୍ତ କରି ପଣ୍ଡୁଆରୁ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତକୁ ପୋଲିସ ରିମାଣ୍ଡରେ ନେବା ପାଇଁ ଆବେଦନ କରି କୋର୍ଟକୁ ପଠାଯାଇଥିଲା।
ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା ରାଜ୍ୟ ପଶ୍ଚିମ ବଙ୍ଗର ମାଲଦା ଜିଲ୍ଲା ସ୍ଥିତ ପୁଣି ବିପୁଳ ପରିମାଣର ଜାଲ ଟଙ୍କା ଜବତ! ମାଲଦାର କାଳିଆଚକ ପୋଲିସ ଷ୍ଟେସନର ଗୋଲାପଗଞ୍ଜ ତଦନ୍ତ କେନ୍ଦ୍ରର ପୋଲିସ ପାଞ୍ଚ ଲକ୍ଷ ଟଙ୍କା ମୂଲ୍ୟର ଜାଲ ଟଙ୍କା ଜବତ କରିବାରେ ବଡ଼ ସଫଳତା ହାସଲ କରିଛି। ପାଞ୍ଚ ଲକ୍ଷ ଟଙ୍କା ମୂଲ୍ୟର ଜାଲ ଟଙ୍କା ସହିତ ଦୁଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛନ୍ତି ପୋଲିସ। ପୋଲିସ ସୂତ୍ର ଅନୁଯାୟୀ, ଗିରଫ ଚୋରା ଚାଲାଣକାରୀଙ୍କ ମଧ୍ୟରୁ ଜଣଙ୍କର ନାମ ମୁଜିବୁର ଶେଖ ଏବଂ ଅନ୍ୟ ଜଣଙ୍କର ନାମ ସୁକମାନ ଶେଖ। ସେମାନେ ଦୁହେଁ କାଳିଆଚକ ପୋଲିସ ଷ୍ଟେସନର ସୁଲତାନଗଞ୍ଜ ମଧ୍ୟପଡ଼ା ଅଞ୍ଚଳରେ ରୁହନ୍ତି। ସେହି ଦିନ ସେମାନେ କାଳିଆଚକର ମୋଜାମପୁର ବ୍ରିଜ ସଂଲଗ୍ନ ଶାହବାଜପୁର ଅଞ୍ଚଳରେ ସନ୍ଦେହଜନକ ଭାବରେ ବୁଲୁଛନ୍ତି। ସେହି ସମୟରେ, ଏକ ବିଶେଷ ସୂତ୍ରରୁ ସୂଚନା ପାଇ ଗୋଲାପଗଞ୍ଜ ତଦନ୍ତ କେନ୍ଦ୍ରର ପୋଲିସ ସେମାନଙ୍କୁ ଧରିଥିଲା। ଖୋଜାଖୋଜି…
ରାୟଗଡ଼ାରବୀନ୍ଦ୍ର ନାଥ ମହାପାତ୍ର ବିଜୁ ଜନତା ଦଳ କୁ ବାଏ ବାଏ କଲେ ରାୟଗଡ଼ା ର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ ଏବଂ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମରିକା।ଦଳ ର ପ୍ରାଥମିକ ସଦସ୍ୟ ରୁ ଛାଡି ନୂତନ ଭାବରେ ବିଜୁ ସ୍ୱାଭିମାନ ଦଳ ଗଠନ କରିଛନ୍ତି ବୋଲି ଆଜି ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ସେ ଦଳ କାହିଁକି ଛାଡିଲେ ତାହା କିଛି କହିଲେ ନାହିଁ।
ବଲାଙ୍ଗୀର:(ଦେବେନ୍ଦ୍ର ପୋଡ଼) ବଲାଙ୍ଗୀର ଜିଲା ବାର ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ବାର ହଲ ଠାରେ ‘ହାଓ ଟୁ ରିଭର୍ସ ସି ପ୍ରୋସେସ୍ ଅଫ୍ ଏ ଡେକ୍ଳୋଇନିଂ ବାର ଏଣ୍ଡ ରେଷ୍ଟୋର ଇଟ୍ସ ପ୍ରିଷ୍ଟାଇନ୍ ଗ୍ଳୋରି’ ଶୀର୍ଷକ ସେମିନାର ଅନୁଷ୍ଠିତ ହୋଇଥିଲା। ଜିଲା ଓକିଲ ସଂଘ ସଭାପତି ବାସୁଦେବ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସେମିନାରରେ ମୁଖ୍ୟଅତିଥି ଭାବେ ଓଡିଶା ଷ୍ଟେଟ୍ ବାର କାଉନସିଲର ଚେୟାରମେନ୍ ସୀତାଂଶୁ ମୋହନ ଦ୍ୱିବେଦୀ ଏବଂ ମୁଖ୍ୟବକ୍ତା ଭାବେ ବଲାଙ୍ଗୀରର ବରିଷ୍ଠ ଆଇନଜୀବୀ ବାଳକୃଷ୍ଣ ନନ୍ଦ ଯୋଗଦାନ କରିଥିଲେ। ଆଇନବୃଦ୍ଧିର ସାମ୍ପ୍ରତିକ ଅଧୋଗତି ଏବଂ ଏହାର ହୃତ୍ ଗୌରବ ସ୍ଥାପନ ପାଇଁ ଆଇନଜୀବୀ ମାନଙ୍କୁ ସଚ୍ଚୋଟତାର ସହ ଆଇନବୃତ୍ତିର ମାନବୃଦ୍ଧି କରିବାକୁ ପଡିବ ଏବଂ ଏହାଦ୍ୱାରା ଆଇନଜୀବୀଙ୍କ ସମ୍ମାନ ବଢ଼ିବା ସହ ଆଇନବୃତ୍ତିର ସମ୍ମନ ବଢ଼ିବ ବୋଲି ମୁଖ୍ୟବକ୍ତା ନନ୍ଦ କହିଥିଲେ। ଆଇନଜୀବୀଙ୍କ ବିଭିନ୍ନ ଅସୁବିଧାର ଦୂରୀକରଣ, ଆଇନ ବ୍ୟବସାୟର ସମୃଦ୍ଧିକରଣ ଦିଗରେ ଷ୍ଟେଟ୍ ବାର କାଉନସିଲ ପ୍ରତିବଦ୍ଧ…
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣାରୁ ଶିକ୍ଷା। ଦୁର୍ଗା ପୂଜା ସମୟରେ ସିଆଲଦା ରେଳ ଷ୍ଟେସନ ଏବଂ ଡିଭିଜନରେ ବିଶେଷ ବ୍ୟବସ୍ଥା। ୧. ପୂଜା ଦିନଗୁଡ଼ିକରେ, ଅର୍ଥାତ୍ ୨୮ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ, ସିଆଲଦା ଡିଭିଜନର ସମସ୍ତ ଡିଭିଜନରେ ସମସ୍ତ ଦ୍ରୁତଗାମୀ ଟ୍ରେନଗୁଡ଼ିକ ସମସ୍ତ ଷ୍ଟେସନରେ ଅଟକିବ। ପୂଜା ଦିନଗୁଡ଼ିକରେ ଟ୍ରେନ ଚଳାଚଳର ସମୟାନୁବର୍ତ୍ତିତା ସର୍ବୋଚ୍ଚ ସ୍ତରରେ ମନିଟର କରାଯିବ।୨. ସିଆଲଦା ଷ୍ଟେସନରେ ଅତିରିକ୍ତ ୧୦ଟି ମୋବାଇଲ ୟୁଟିଏସ୍ ସିଷ୍ଟମ୍ ରଖାଯିବ। ସିଆଲଦା ଷ୍ଟେସନରେ ୧୭ଟି ଏଟିଭିଏମ୍ କାର୍ଯ୍ୟକ୍ଷମ ହେବ ଏବଂ ଯାତ୍ରୀଙ୍କ ଉପସ୍ଥିତି ସୁନିଶ୍ଚିତ କରିବା ପାଇଁ ସିଆଲଦାରେ ଜଣେ ଅତିରିକ୍ତ ସେବା ଇଞ୍ଜିନିୟରଙ୍କୁ ୨୪ ଘଣ୍ଟା ନିୟୋଜିତ କରାଯିବ। ସକାଳ ଏବଂ ସନ୍ଧ୍ୟା ସିଫ୍ଟରେ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ୨୧ଟି ଟିକେଟ୍ ବୁକିଂ କାଉଣ୍ଟର ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବ। ସ୍ୱତନ୍ତ୍ର କାଉଣ୍ଟରଗୁଡ଼ିକୁ ପରିଚାଳନା କରିବା ପାଇଁ ଅତିରିକ୍ତ ବୁକିଂ କ୍ଲର୍କମାନଙ୍କୁ ଅସ୍ଥାୟୀ ଭାବରେ…
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାକଲଚରାଲ ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଅଲ୍ ଇଣ୍ଡିଆ ଆର୍ଟ ଆଣ୍ଡ କଲଚର କମିଟି ଗଠନ ରାଜ୍ୟ ପଶ୍ଚିମବଙ୍ଗର କୋଲକାତା ସ୍ଥିତ ଦମ୍ଦମ୍ର ଇଣ୍ଡୋଶ୍ରୀ ଷ୍ଟୁଡିଓରେ ହୋଇଯାଇଛି ଏହି ବୈଠକରେ ସଭାପତି ଭାବରେ ଓଡିଶର ଶ୍ରୀଯୁକ୍ତ ଚୈତନ୍ୟ ପାଇକ ମନୋନୀତ ହୋଇଛନ୍ତି ଉପ-ସଭାପତି ଭାବରେ ପଶ୍ଚିମବଙ୍ଗର ଡକ୍ଟର ଅର୍ପିତା ଚାଟାର୍ଜୀ, ବାରାଣାସୀ ଉତ୍ତରପ୍ରଦେଶର ଡକ୍ଟର ଦିବ୍ୟା ଶ୍ରୀବାସ୍ତବ, ଆନ୍ଧ୍ରପ୍ରଦେଶ ତିରୁପତ୍ତିର ଡକ୍ଟର ପି. ଶାର୍ଥ ଚନ୍ଦ୍ର, ତ୍ରିପୁରା ଅଗରତଲାର ଡକ୍ଟର ରିମା ବାନାର୍ଜୀ, ମଣିପୁରର ଡକ୍ଟର ନଗନବି ଚାନୁ, ମନୋନୀତ ହୋଇଥିବା ବେଳେ ସାଧରଣ ସଂପାଦକ ଭାବରେ ଓଡିଶାର ଡକ୍ଟର ଉପେନ୍ଦ୍ର କୁମାର ଶର୍ମା, ଯୁଗ୍ମ ସଂପାଦକ ଭାବରେ ରାଜସ୍ଥାନ କୋଟାର ଡକ୍ଟର ଗଣିମା ଭାରଗବ, କୋଲକାତାର ପ୍ରଫେସର ବାବୁ ମାନ୍ନା, ଆସାମର ଗୁରୁ ଚିତ୍ରଲେଖା ଗୋଗେଇ, ନ୍ୟୁଦିଲ୍ଲୀର ଡକ୍ଟର ଲଭଲି ରାୟ, ଓଡିଶାର ନାଟ୍ୟ ନିର୍ଦ୍ଦେଶକ ତୁଷାରକାନ୍ତ ବେହେରା, କୋଷାଧ୍ୟକ ଭାବରେ ଓଡିଶାର ସମାଜସେବୀ ଅରୁଣ କୁମାର ପାତ୍ର…
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ସମ୍ମୁଖରେ ଥିବା ଏକ ପୁରୁଣା ଗଛ ଅପ୍ରତ୍ୟାଶିତ ଭାବରେ ଭାଙ୍ଗି ପଡ଼ିବାରୁ ସୋମବାର ଅପରାହ୍ନ ରେ ଖପ୍ରାଖୋଲ ବିଡ଼ିଓ ଓ କର୍ମଚାରୀ ଅଳ୍ପ କେ ବର୍ତ୍ତିଛନ୍ତି। ସୂଚନା ଅନୁସାରେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ନିଜ ସରକାରୀ ଗାଡ଼ି ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ନାଏକ ଓ ଅନ୍ୟ ଦୁଇଜଣ କର୍ମଚାରୀ ମହରାପଦର ରୁ ଅଭିଯୋଗ ଶୁଣାଣୀ ଶିବିର ଶେଷ କରି ଅପରାହ୍ନ ରେ ଫେରୁଥିବା ବେଳେଥାନା ସମ୍ମୁଖ ରେ ଥିବା ଏକ ପୁରୁଣା ଗଛ ଅପ୍ରତ୍ୟାଶିତ ଭାବରେ ଭାଙ୍ଗି ଗାଡ଼ି ସମ୍ମୁଖରେ ଭାଙ୍ଗି ପଡ଼ିଥିଲା।ଯାହାଫଳରେ ଏକ ବଡ ଅଘଟଣ ରୁ ବିଡ଼ିଓ ସମେତ ଅନ୍ୟମାନେ ବର୍ତ୍ତି ଯାଇଥିଲେ। ଗଛଟି ବିଦ୍ୟୁତ୍ ତାର ଉପରେ ପଡିବାରୁ କରେଣ୍ଟ ମଧ୍ୟ ଚାଳି ଯାଇଥିଲା। ଏହା ପରେ ବିଡ଼ିଓ ଅଗ୍ନିଶମ ବିଭାଗ କୁ ଖବର ଦେଲା ପରେ ବିଦ୍ୟୁତ୍ କର୍ମଚାରୀ ଓ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ଗଛ…








