Author: Charcha News

ମାଲକାନଗିରି, ସାମ୍ୱାଦିକ ମାନସ୍ ନେତାମ୍ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ମାଲକାନାଗିରି ଜିଲ୍ଲା ର ବସନ୍ତ କୁମାର ରଣା, କନ୍ଦେଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କୋରାପୁଟ ଜିଲ୍ଲାରେ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟ ରେ କାର୍ଯ୍ୟରତ ତରୁଣ କୁମାର ଦାସ ଙ୍କୁ ଆଜି ଜାତୀୟ ଶିକ୍ଷକ ପୁରସ୍କାର ରେ ସମ୍ମାନିତ କରା ଯାଇଛି।ବିଜ୍ଞାନ ଭବନ , ନୂଆଦିଲ୍ଲୀ ରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାରୋହ ରେ ଦେଶର ମହାମହିମ ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରି ଛନ୍ତି। ଏହି ପୁରସ୍କାର ସ୍ୱରୂପ ତାଙ୍କୁ ୫୦ ହଜାର ଟଙ୍କା ନଗଦ ରାଶି ଓ ମାନପତ୍ର ସହିତ ସମ୍ବର୍ଦ୍ଧନା କରା ଯାଇଥିଲା। କାର୍ଯ୍ୟ କ୍ରମ ରେ ଭାରତର ମହାମହିମ ରାଷ୍ଟ୍ରପତି, ଭାରତ ର ମାନ୍ୟବର ଶିକ୍ଷାମନ୍ତ୍ରୀ , ଶିକ୍ଷା ରାଜ୍ୟ ମନ୍ତ୍ରୀ, ଭାରତ ର ଶିକ୍ଷା ସଚିବ ମଧ୍ୟ ଉପସ୍ଥିତ ଥିଲେ।ପୁରସ୍କାର ପୂର୍ବ ସନ୍ଧ୍ୟା ରେ ଦେଶର ମାନନୀୟ…

Read More

ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାଅସ୍ଥାୟୀ ସଫେଇ କର୍ମଚାରୀମାନେ ମଜୁରୀ ବୃଦ୍ଧି ଦାବିରେ ବିନା ନୋଟିସରେ ବାରମ୍ବାର ପୌରସଭା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଦେଖାଇଛନ୍ତି। ରାସ୍ତା ଅବରୋଧ ହୋଇଛି। ସେବା ଆଂଶିକ ଭାବରେ ଠପ୍ ହୋଇଯାଇଛି। ଏହା ସହିତ, ରାସ୍ତାରେ ଟ୍ରାଫିକ ଜାମ ହୋଇଛି। ଅନୁମତି ବିନା ଏହି ପ୍ରତିବାଦ କରିବା ପାଇଁ ପୋଲିସ ହାଓଡ଼ା ପୌରସଭାର ପ୍ରତିବାଦ କରୁଥିବା ସଫେଇ କର୍ମଚାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ମାମଲା କାହିଁକି ପଞ୍ଜିକୃତ ହେଲା ବୋଲି ପ୍ରଶ୍ନ କରି କର୍ମଚାରୀମାନେ ଗୁରୁବାର ପୁଣି ହାଓଡ଼ା ପୌରସଭା ସମ୍ମୁଖରେ ପ୍ରତିବାଦ କରିବାକୁ ଯାଇଥିଲେ। ଯଦି ସେମାନଙ୍କ ଦାବି ପୂରଣ ନ ହୁଏ ତେବେ ସେମାନେ ଧର୍ମଘଟ କରିବାକୁ ଚେତାବନୀ ଦେଇଛନ୍ତି।ହାୱଡା ପୌରସଭାର ଅସ୍ଥାୟୀ କର୍ମଚାରୀମାନେ ଦାବି କରିଛନ୍ତି ଯେ ସେମାନଙ୍କର ଦୈନିକ ମଜୁରୀ ବୃଦ୍ଧି କରି ମାସିକ ୨୦ ହଜାରରୁ ୨୫ ହଜାର ଟଙ୍କା ଦିଆଯାଉ। ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ଦାୟର ହୋଇଥିବା…

Read More

ବଲାଙ୍ଗୀର (ଦେବେନ୍ଦ୍ର ପୋଡ଼): ବଲାଙ୍ଗିର ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ପ୍ରାନ୍ତକୁ ଚାଉଳ ପରିବହନରେ ନିୟୋଜିତ ହୋଇଥିଲା ବଲାଙ୍ଗୀରର ଏକାଧିକ ଟ୍ରକ୍ l ତେବେ ଟ୍ରକଭଡା ବାବଦକୁ ବକେୟା ଥିବା ନିଜ ପାଉଣା ନପାଇ ଆଜି ବଲାଙ୍ଗୀର ଜିଲ୍ଲା ଟ୍ରକ୍ ଅପରେଟରସ୍ ଏସୋସିଏସନ୍ ର ଏକ ପ୍ରତିନିଧି ଦଳ ବଲାଙ୍ଗୀର ସଦର ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି l ଅଭିଯୋଗରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ଜୁନାଗଡ ର ପରିବହନ ଠିକାଦାର ନିରଞ୍ଜନ ସତପଥୀ ଓ କଳହାଣ୍ଡିର ଆଉ ଜଣେ ପରିବହନ ଏଜେଣ୍ଟ ଚାଉଳ ପରିବହନ ପାଇଁ ଟ୍ରକ୍ କୁ ଭଡା ସୂତ୍ରରେ ନେଇଥିଲେ l ତେବେ ଚାଉଳ ପରିବହନ ବାବଦକୁ ବିଭିନ୍ନ ଟ୍ରକ୍ ମଲିକଙ୍କୁ ଏମାନେ ତାଙ୍କର ପ୍ରାପ୍ୟ ନ ଦେଇ ଆଜି ଦେବୁ କାଲି ଦେବୁ ବୋଲି କହି ଦିନ ଗଡେଇ ଚାଲିଛନ୍ତି l ଟ୍ରକ୍ ମାଲିକ୍ ମାନଙ୍କ ଅଭିଯୋଗ ମୁତାବକ ବକେୟା ଥିବା ପ୍ରାୟ ୭…

Read More

ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତର ଦକ୍ଷିଣ ଜମାଲପୁରରେ ଥିବା ଏହି ଭଙ୍ଗା ଅଙ୍ଗନୱାଡି କେନ୍ଦ୍ରର ଆଠ ବର୍ଷ ଧରି ମରାମତି କରାଯାଇ ନାହିଁ। ଅଙ୍ଗନୱାଡି କେନ୍ଦ୍ରର ଟିଣ ଛାତ କଳଙ୍କି ଲାଗି ପଡ଼ିଯାଇଛି। କାନ୍ଥଗୁଡ଼ିକ ଫାଟି ଯାଇଛି। ପ୍ଲାଷ୍ଟର ଖସି ପଡ଼ିଛି ଏବଂ ଇଟା ଖୋଲା ପଡ଼ିଛି। ବର୍ଷା ଋତୁରେ ପରିସ୍ଥିତି ଆହୁରି ଶୋଚନୀୟ ହୋଇଯାଇଛି। ଘରେ ପାଣି ପ୍ରବେଶ କରି ଜମାଟ ବାନ୍ଧିଛି। ଫଳସ୍ୱରୂପ, ପିଲାମାନଙ୍କୁ ଅସ୍ୱଚ୍ଛ ପରିବେଶରେ ଖାଦ୍ୟ ପ୍ରସ୍ତୁତ କରିବାକୁ ପଡ଼ୁଛି। ଏହି ସମ୍ପର୍କରେ ତପନର ବିଡିଓ ତୀର୍ଥଙ୍କର ଘୋଷ କହିଛନ୍ତି, ଏହି ଅଙ୍ଗନୱାଡି କେନ୍ଦ୍ରର ନବୀକରଣ କାର୍ଯ୍ୟ ‘ଆମର ପଡା, ଆମର ସମାଧାନ’ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ। ଖୁବ୍ ଶୀଘ୍ର କାମ ଆରମ୍ଭ ହେବ। ସ୍ଥାନୀୟ ବାଇନ୍ଦାଙ୍କ ଅଭିଯୋଗ ଯେ ପ୍ରବଳ ବର୍ଷା ସମୟରେ ଅଙ୍ଗନୱାଡି କେନ୍ଦ୍ରରେ ରୋଷେଇ ବନ୍ଦ କରିବାକୁ ପଡ଼ିଥାଏ। ହାଲୁକା ବର୍ଷା କିମ୍ବା ଝଡ଼ ସମୟରେ ସହାୟକ ଏବଂ କର୍ମୀମାନଙ୍କୁ ଅସ୍ୱଚ୍ଛ ଅବସ୍ଥାରେ…

Read More

ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାଅଭିଷେକ ବାନାର୍ଜୀଙ୍କ ଘନିଷ୍ଠ ବୋଲି ପରିଚୟ ଦେଇ ଜମି ବିକ୍ରୟ ନାମରେ ପ୍ରତାରାଣା, ଲକ୍ଷାଧିକ ଟଙ୍କା ହରାଇବା ପରେ ସୋଦପୁରର ଏକ ଦମ୍ପତି କନ୍ଦାକଟାରେ ଭାଙ୍ଗି ପଡିଛନ୍ତି। ଝିଅର ଅସୁସ୍ଥତାର ପାଇଁ ଟଙ୍କା ଆବଶ୍ୟକ ଥିବାରୁ ସେମାନେ ଜମି ବିକ୍ରୟ କରିବାକୁ ରାଜି ହୋଇଥିଲେ। କିନ୍ତୁ ଦମ୍ପତି ଅଭିଯୋଗ କରିଛନ୍ତି ଯେ ସେମାନେ ଅତି କମରେ ୩ ଲକ୍ଷ ଟଙ୍କା ହରାଇଛନ୍ତି। ଅଭିଯୁକ୍ତ ସହିତ ଯୋଗାଯୋଗ କରିବାକୁ ବାରମ୍ବାର ଚେଷ୍ଟା କରିବା ସତ୍ତ୍ୱେ ସେ ଫୋନ୍ ଉଠାଉ ନାହାଁନ୍ତି। ତାଙ୍କର କୌଣସି ପତ୍ତା ମିଳୁନାହିଁ। ଏହି ମାମଲା ସମ୍ପର୍କରେ ଥାନାକୁ ଯିବା ବାଟରେ ସେହି ଦମ୍ପତି ପ୍ରତାରଣାର ଶିକାର।ଅଭିଯୁକ୍ତଙ୍କ ନାମ ମାସୁଦ ମଣ୍ଡଳ। ସେ ନିଜକୁ ତୃଣମୂଳ ଅଖିଳ ଭାରତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଜଣେ ଘନିଷ୍ଠ ସହଯୋଗୀ ଭାବରେ ପରିଚୟ ଦେଇଥିଲେ ଏବଂ ସ୍ଥାନୀୟ ଲୋକଙ୍କ ବିଶ୍ୱାସ ହାସଲ କରିଥିଲେ ଏବଂ ମୂଳତଃ ଦଲାଲ ଭାବରେ…

Read More

ବଲାଙ୍ଗିର (ଦେବେନ୍ଦ୍ର ପୋଡ଼): ସ୍ଥାନୀୟ ବ୍ଲକ୍ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତାଲିମ କକ୍ଷ ରେ ପ୍ରାକୃତିକ କୃଷି ସଂପର୍କିତ ତାଲିମ ଶିବିର ଆତ୍ମା ତରଫରୁ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ କୃଷି ଅଧିକାରୀ ସନ୍ତୋଷ କୁମାର ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ ଶିବିର ରେ ତାଲିମ ଦାତା ରୁପେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଯିନୀତା ବରୁଆ, ଏଫ୍ ଇ ଏସ ମାଷ୍ଟର ଟ୍ରେନର ଡ: ଅଭୟ ତ୍ରିପାଠୀ, ସହକାରୀ କୃଷି ଅଧିକାରୀ ସୁମନ୍ତ ଖମାରୀ ଯୋଗଦେଇ ସାଂପ୍ରତିକ ସମୟ ରେ ପ୍ରାକୃତିକ କୃଷି ର ଆବଶ୍ୟକତା ଉପରେ ଆଲୋଚନା କରିବା ସହିତ ସ୍ୱାସ୍ଥ୍ୟ କୁ ଗୁରୁତ୍ଵ ଦେବାକୁ କହିଥିଲେ। ସେହି ପରି ଗୋମୂତ୍ର, ଗୋବର, ବିଭିନ୍ନ ଗଛର ପତ୍ର କୁ ବ୍ୟବହାର କରି ମାଟିର ଉର୍ବରକ ଓ ରୋଗ ପୋକ ନିୟନ୍ତ୍ରକ ପ୍ରସ୍ତୁତି କରି ବ୍ୟବହାର କଲେ…

Read More

ବଲାଙ୍ଗିରି (ଦେବେନ୍ଦ୍ର ପୋଡ଼): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଫୁଲକିମୁଣ୍ଡା ପଂଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଜୋନ ସ୍ତରୀୟ ହ୍ୟାଣ୍ଡ ବଲ ଚୟନ ଶିବିର ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି I ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସାହାଯ ପାଣି ସରପଞ୍ଚ ପ୍ରଫୁଲ୍ଲ ମାଝୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ନନ୍ଦ ଲାଲ ମାଝୀ, ମୋହନ ସୁନା, ରଜତ ଦାସ ଯୋଗ ଦେଇଥିଲେ I ବିଭିନ୍ନ ସ୍କୁଲ ର ମୋଟ 91ଜଣ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ I ସ୍କୁଲ ର ପ୍ରଧାନ ଶିକ୍ଷକ ଗୋପାଳ ବେହେରା ସଭାପତି ତ୍ୱ କରିଥିଲେ I ଚୟନ ଶିବିର ରେ କୃତି ଛାତ୍ର ଛାତ୍ରୀ ଙ୍କୁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଥିଲାI ପ୍ରତିଯୋଗିତା କୁ ପ୍ରମୋଦ ବାଗ, ସନାତନ କୁମ୍ଭାର, ଡୋଲମଣୀ ପଧାନ, ରୋଜି ମାଲିକ, ପଞ୍ଚାନନ ବିଶାଳ, ଗଗନ ସାହୁ, ଶ୍ରୀରାମ ସାହୁ ପ୍ରମୁଖ…

Read More

ରାୟଗଡ଼ା ରବୀନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଭୌରଵ ସାହୁ କୁ ଗୁଣିଗାରେଡି ସନ୍ଧେହ ରେ ହତ୍ୟା ଘଟଣାରେ ପଦ୍ମପୁର ପୋଲିସ ଥା ନା କେସ ନମ୍ବର ୬୦/ ୨୦୨୫ ରେ ହୋଇଥିବା ମାମଲା ରେ ଓଡ଼ିଶା ହାଇକୋର୍ଟ ୭ଜଣ ଙ୍କୁ ଜାମିନ ପ୍ରଦାନ କରିଥିବା ଜଣାପଡିଛି । ଏହି ଘଟଣା ରେ ସାତ ନାବାଳକ ସହ ୩୪ ଜଣ ଙ୍କୁ ଗିରଫ ହୋଇ ଜେଲ ରେ ଥିଲେ। ଆଜି ୮ଜଣ ଙ୍କୁ ଜାମିନ ମିଳିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ୨୧ ତାରିଖ ରାତିରେ ପଦ୍ମପୁର ଥାନା ଜୁମୁରୁଗୁଡା ତେଲି ସାହି ଗୁଣି ଗାରେଡ଼ି ସନ୍ଦେହରେ ସଂଘବଦ୍ଧ ଆକ୍ରମଣ ରେ ଭୌରଵ ସାହୁ ଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୨୨ ଜଣ ଅଭିଯୁକ୍ତ ଙ୍କ ସହ ୭ ନାବାଳିକକୁ ପୋଲିସ ପୂର୍ବ ରୁ ଗିରଫ କରିଥିଲା ଓ ପରେ ଆଉ ୫ ଜଣ…

Read More

ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ ବିକ୍ରମ ପୁର ଛକ ରେ ଗୁରୁବାର ଅପରାହ୍ନ ରେ ଏକ ଅଟୋ ରିକ୍ସା ଦୁର୍ଘଟଣା ରେ ଗୁଣପୁର କେନ୍ଦ୍ରୀୟ ବିଦ୍ୟାଳୟ ର ୬ ଛାତ୍ର ଆହତ ହୋଇଥିବା ଜଣାପଡିଛି । ସ୍କୁଲ୍ ଛୁଟି ପରେ ଏହି ଅଟୋ ୬ଜଣ ପିଲାଙ୍କୁ ନେଇ କୁଜେନ୍ଦ୍ରୀ ପେଟ ଯାଉଥିବା ବେଳେ ବିକ୍ରମ ପୁର ଛକ ରେ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଇଥିଲା ।ଏହି ଦୁର୍ଘଟଣା ରେ ଜଣେ ୫ମ ଶ୍ରେଣୀ ର ପି:ସିଦ୍ଧାର୍ଥ ଗୁରୁତର ଆହତ ହୋଇଥିବାରୁ ତାଙ୍କ ପରିବାର ଲୋକେ ତାକୁ ଶ୍ରୀକାକୁଲମ ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିବା ବେଳେ ଅନ୍ୟ ୪ ଜଣ ଙ୍କୁ ଗୁଣପୁର ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା କରାଯାଇଛି ଓ ସମସ୍ତେ ସୁସ୍ଥ ଥିବା ଚିକିତ୍ସା କରିଥିବା ଡଃ ନିଶି କ୍ରାନ୍ତ ସାହୁ କହିଛନ୍ତି ।ଦୁର୍ଘଟଣା ରେ ଆହତ ଛାତ୍ର ଛାତ୍ରୀ ହେଲେ କୁଜେ…

Read More