ରାୟଗଡ଼ା /ରବୀନ୍ଦ୍ର ନାଥ ମହାପାତ୍ର: ରାୟଗଡ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ଆଜି ଦିନିକିଆ ରାମନାଗୁଡ଼ା ବ୍ଲକ ପରିଦର୍ଶନ କରିଥିଲେ।ଏହି ପରିଦର୍ଶନ ରେ ପ୍ରଥମେ କରଡା ଗ୍ରାମ କୁ ଯାଇ ସ୍ଵଂୟ ସହାୟକ ଗୋଷ୍ଠୀ ଙ୍କ ତେନ୍ତୁଳି ପ୍ରକ୍ରିୟାକରଣ ୟୁନିଟ ବୁଲିଦେଖିଥିଲେ।ପରେ ଖାମ୍ବାଗୁଡ଼ା ରେ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଙ୍କ ଦ୍ଵାରା ଗୋଲାପ ବଗିଚା , ରମାନାଗୁଡ଼ା ଇ ଲାଇବ୍ରେରୀ,ଗୋସାଇଁ ଗୁଲୁମୁଣ୍ଡା ରେ ଇଣ୍ଡଷ୍ଟ୍ରିଆଲ ପାର୍କ ,ନିଳକଣ୍ଠପୁର ରେ ସ୍ଵଂୟ ସହାୟିକ ସଦସ୍ୟା ଙ୍କ ଦ୍ଵାରା ମଲ୍ଲି ଫୁଲ ବଗିଚା, ଗଦଗଦା ଜଳ ପ୍ରପାତ , କୁଜେନ୍ଦ୍ରି ଗ୍ରାମାଞ୍ଚଳ ପାର୍କ, କୁଜେନ୍ଦ୍ରୀ ଉଚ୍ଚ ବିଦ୍ୟାଳୟ, ଓମଡିଂ ରେ ନିର୍ମାଣଧିନ ପୋଲ, ଗଟା ରେ ଡ୍ରାଗନ ଫଳ ଚାଷ ଆଦି ପ୍ରକଳ୍ପ ବୁଲି ଦେଖିଥିଲେ। ବ୍ଲକ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରିବା ସହ ଗୋଲାପ ଚାଷ କରୁଥିବା ସଦସ୍ୟା ଙ୍କୁ ଦେଶୀ ଗୋଲାପ ଚାଷ କରି ସେଥିରୁ…
Author: Charcha News
Reporter- rabindra nath mohapatroPlace-Rayagadaଖାକି ପୋଷାକ ରେ ପୁଣି ଲାଗିଲା ଦାଗ। ଜଣେ ବ୍ଯବସାୟୀ ଙ୍କ ଠାରୁ ଜୋରଜୋବରଦସ୍ତ ପୁଲିସ ର ଭୟ ଦେଖାଇ 9ଲକ୍ଷ ଟଙ୍କା ଲୁଟ କରିଥିବା ରାୟଗଡା ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ପୁଲିସ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି। ଖାଲି ଏତିକି ନୁହେଁ ତିନି ଜଣ ହୋମଗାର୍ଡଙ୍କ ସମେତ ଜଣେ ମହିଳା ଓ ଅନ୍ଯ ତିନି ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ କଲ୍ଯାଣସିଂହପୁର ଓ ବିଷମକଟକ ଥାନାର ହୋମଗାର୍ଡ ଇନ୍ଦ୍ର କରକରିଆ, ତାମନା ବିଡିକା ଓ ଦିଲିପ ଗରଡିଆକୁ ଟାଉନ୍ ଥାନା ପୁଲିସ ଗିରଫ୍ କରିଛି।ସମସ୍ତ 7 ଜଣ ଅଭୁଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ଚୋରୀରେ ବ୍ୟବହୃତ ବୁଲେର ଗାଡି ସମେତ 6ଗୋଟି ମୋବାଇଲ ଏବଂ ଗୋଟେ ମୋଟର ସାଇକେଲ ସହିତ 2ଲକ୍ଷ 83 ହଜାର ଟଙ୍କା ନଗଦ ଜବତ କରିଛି ରାୟଗଡା ପୋଲିସ। ଗତକାଲି…
ବଲାଙ୍ଗୀର(ଦେବେନ୍ଦ୍ର ପୋଡ଼)ବଲାଙ୍ଗୀର ଦୁଇ ନମ୍ବର ରେଂଜର ନୂତନ ଡ୍ରଗ୍ସ ଇନିସପେକ୍ଟର ଭାବରେ ଗତକାଲି ଅଙ୍କୁଶ କୁମାର ଅଗ୍ରୱାଲ ନିଯୁକ୍ତ ହୋଇଛନ୍ତି । ତମାଖୁଜାତୀୟ ସାମଗ୍ରୀ ସେବନ ଓ ଏହାର ହାନୀକାରତା ସଂପର୍କରେ ଲୋକଙ୍କୁ ସଚେତନ କରିବା ତଥା ସିଗାରେଟ୍, ଗୁଟକା, ଚଇନି ଓ ନିଶାଜାତୀୟ ସାମଗ୍ରୀ ବିକ୍ରୀ କରୁଥିବା ଲୋକଙ୍କୁ ସାବାଡ କରିବା ଦିଗରେ ନୂତନ ଭାବେ ନିଯୁକ୍ତ ହୋଇଥିବା ଯୁବ ଅଫିସର ଶ୍ରୀ ଅଗ୍ରୱାଲ ନିଷ୍ଠା ଓ ଦକ୍ଷତାର ସହ କାମ କରିବା ବୋଲି ଆଶା କରାଯାଇଛି । ଶ୍ରୀ ଅଗ୍ରୱାଲ ବଲାଙ୍ଗୀର ସଦର ଥାନା ସମେତ ଲୋଇସିଂହା, ପୁଇଁନ୍ତଳା, ଦେଓଗାଁ, ତୁଷୁରା, ସଇଁନ୍ତଳା ପାଟଣାଗଡ଼, ଲରମ୍ଭା, ବେଲପଡା,ଖପ୍ରାଖୋଲ ଓ ଲାଠୋର ଥାନା ଅଧୀନରେ ଥିବା ଅଂଚଳ ଗୁଡିକରେ ନିଶାଦ୍ରବ୍ୟ ଚାଲାଣ ଓ ବିକ୍ରୀ ଉପରେ କଡା ନଜର ରଖି ଦୋଷୀ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଠିକ ସେହି…
ବଲାଙ୍ଗିର (ଦେବେନ୍ଦ୍ର ପୋଡ଼) ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଡ଼ାକ୍ତରଖାନା ଉପରେ ନିର୍ଭର କରନ୍ତି ଖପ୍ରାଖୋଲ , ବେଲପଡା ଓ ସ୍ଥାନୀୟ ଲୋକଙ୍କ ପାଇଁ ବ୍ୟବହାର କରିଥାନ୍ତି | କାଲି ଏସରାଏ ବର୍ଷା ହେବା ଫଳରେ ଡାକ୍ତରଖାନାକୁ ପାଣି ପସି ଯାଇଥିଲା । ଯାହାଫଳରେ ରୋଗୀ ଓ ଡାକ୍ତର ହନ୍ତସନ୍ତ ହୋଇଥିଲେ । ଡାକ୍ତରମାନେ ପାଣି ଭିତରେ ରୋଗୀ ସେବା କରିଥିଲେ ।ଲାଇନ ନ ଥିବାର ରୋଗୀ ଆହୁରୀ ଛଟପଛ ହୋଇ ରହିଥିଲେ । ଡାକ୍ତରଖାନାର ଏକମାତ୍ର ଜେନେଟର ବହୁଦିନ ହେଲା ଅଚଳ ହୋଇ ପଡ଼ିରହିଛି । ପାଟଣାଗଡ଼ ଡ଼ାକ୍ତରଖାନା ଏତେ ସମସ୍ୟା ରହିଥିଲେ ମଧ୍ୟ କାହାରୀ ନଜର ନାହିଁ । ବୃଦ୍ଧଜାବି ନାଁ ବିଧାୟକ କାହାର ଏହା ଉପରେ ପଦକ୍ଷେପ ନେଉ ନାହାନ୍ତି |ଯାହାଫଳରେ ଡାକ୍ତରଖାନାର ଅବସ୍ଥା କେବେ ସୁଧୁରିବ ଭଗବାନକୁ ହିଁ ଜଣା ?
rabindra nath mohapatroPlace Rayagadaପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ରାୟଗଡା ସହରର ରେଲି ସାହିରେ ଜଣେ 52 ବର୍ଷୀୟ ବ୍ଯକ୍ତିଙ୍କୁ ମରାଣାନ୍ତକ ଆକ୍ରମଣ ହୋଇଛି। ଟାଙ୍ଗିଆ ମାଡରେ ବ୍ଯକ୍ତିଙ୍କ ଗୋଟିଏ ଗୋଡ ଓ ଅନ୍ଯ ଏକ ଗୋଡର ତିନୋଟି ଆଙ୍ଗୁଳି ଛିଡି ଯାଇଛି। ଗୁରୁତର ଆହାତ ବ୍ଯକ୍ତି ଜଣକ ହେଲେ ରେଲି ସାହିର ଆର୍.ଜେମସ୍। ଆଜି 11 ଟା ସମୟରେ ଜେମସ୍ ସାହିରେ ଠିଆ ହୋଇଥିବା ବେଳେ ତିନି ଜଣ ଯୁବକ ଆସି ତାଙ୍କ ସହ ପାଟିତୁଣ୍ଡ କରିଥିଲେ। ପରେ ଉଭୟଙ୍କ ମଧ୍ଯରେ କଥା କଟାକଟି ହୋଇଥିଲା। ତାନି ଜଣ ଯୁବକ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଟାଙ୍ଗିଆରେ ଜେମସ୍ କୁ ଆକ୍ରମଣ କରିଥିଲେ। ତେବେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ଯଚିକିତ୍ସିଳୟରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇବା ପରେ ସ୍ବାସ୍ଥ୍ଯବସ୍ତ ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଏନେଇ ପରିବାର ପକ୍ଷରୁ ରାୟଗଡା ଟାଉନ୍ ଥାନାରେ…
ମାଲକାନାଗିରି ସାମ୍ୱାଦିକ ମାନସ୍ ନେତାମ୍ ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ସଙ୍ଗଠନ ସୂର୍ଯ୍ୟନ କାର୍ଯ୍ୟକ୍ରମ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ଜିଲ୍ଲା କଂଗ୍ରେସ କମିଟି ର କୋରଡିନେଟର ଜି ଶ୍ରୀନିବାସ ରାଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରହି କାର୍ଯ୍ୟକ୍ରମ ରେ ଛତିଶଗଡ଼ ରାଜ୍ୟ ଅକଲତାରା ନିର୍ବାଚନ ମଣ୍ଡଳୀର ବିଧାୟକ ରାଘବେନ୍ଦ୍ର କୁମାର ସିଂ, ମୋହନା ବିଧାୟକ ଦଶରଥୀ ଗମାଙ୍ଗ, ଦଳୀୟ ଅବଜର୍ଭର ପାଣ୍ଡବ କର୍ଣ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା କଂଗ୍ରେସ କମିଟି କୁ ସୁଦୃଢ଼ କରିବା ପାଇଁ ଆଲୋଚନା କରାଯାଇଥିଲା। ତୃଣମୂଳ ସ୍ତରରୁ ଦଳକୁ ସଂଗଠିତ କରିବା ପାଇଁ ବୈଠକରେ ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଥିଲେ। ପୁନଃ ନୂତନ ଜିଲ୍ଲା କଂଗ୍ରେସ କମିଟି ସଭାପତି ଚୟନ ପାଇଁ ଆଜିଠାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ପୂର୍ବରୁ ଯଦିଓ ଜିଲ୍ଲା ସଭାପତି ଚୟନ କରାଯାଇଥିଲା ତେବେ ଏଥିରେ…
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାବକ୍ସା ବାଘ ସଂରକ୍ଷଣ ସଂଲଗ୍ନ ଜଙ୍ଗଲ ଅଞ୍ଚଳରେ ଏକ ଅବୈଧ ବିଦ୍ୟୁତ୍ ତାରରେ ଫସି ଏକ ହାତୀର ମୃତ୍ୟୁ ହୋଇଛି। ବନ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଲିପୁରଦୁଆର ଜିଲ୍ଲାର କାଳଚିନି ବ୍ଲକର ବିଜୟପୁର ଅଞ୍ଚଳରେ ବିଦ୍ୟୁତ୍ ଆଘାତରେ ଏକ ବୟସ୍କ ହାତୀର ଦୁଃଖଦ ମୃତ୍ୟୁ ହୋଇଛି। ଗୁଆ ବଗିଚାକୁ ରକ୍ଷା କରିବାକୁ ଏହାର ଚାରିପାଖରେ ଏକ ବିଦ୍ୟୁତ୍ ବାଡ଼ ଲଗାଯାଇଥିଲା। ବାଡ଼ରେ ଫସି ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ଜାଣିବାକୁ ପାଇଛି।ସ୍ଥାନୀୟ ସୂତ୍ର ଅନୁଯାୟୀ, ଜଣେ ବ୍ୟକ୍ତି ତାଙ୍କ ଗୁଆ ବଗିଚାକୁ ବନ୍ୟପ୍ରାଣୀଙ୍କ କବଳରୁ ରକ୍ଷା କରିବା ପାଇଁ ବିଦ୍ୟୁତ୍ ତାର ଦ୍ବାରା ବାଡ଼ ଲଗାଇଥିଲେ। ଅଭିଯୋଗ ହୋଇଛି ଯେ ବ୍ୟକ୍ତି ଜଣକ ବିଦ୍ୟୁତ୍ ତାର ଟାଣି ବେଆଇନ ଭାବରେ ବାଡ଼ ଲଗାଇଥିଲେ। ତାରରେ ଫସି ରହିଥିବା ସମୟରେ ହାତୀଟିର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରେ ବନ ବିଭାଗ ନିଶ୍ଚିତ କରିଛି। ସୂଚନା ପାଇ…
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାଏହି ମୁହୂର୍ତ୍ତରେ ଦେଶର ବିଭିନ୍ନ ସ୍ଥାନରେ ବଙ୍ଗାଳୀମାନଙ୍କ ଉପରେ ଆକ୍ରମଣ ହେଉଥିବା ଖବର ମୁଖ୍ୟ ଖବରରେ ରହିଛି। ଯଦି ରାଜ୍ୟ ବାହାରେ ଜଣେ ବଙ୍ଗାଳୀ ବଙ୍ଗାଳୀ ଭାଷାରେ କଥା ହୁଅନ୍ତି, ତେବେ ତାଙ୍କୁ ‘ବାଂଲାଦେଶୀ’ ବୋଲି କୁହାଯାଉଛି। ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଦୀର୍ଘ ଦିନ ଧରି ବଙ୍ଗାଳୀ ଜାତୀୟ ଗର୍ବ ଉପରେ ପଡ଼ିଥିବା ଏହି ଅନ୍ଧକାର ବିରୁଦ୍ଧରେ ଠିଆ ହୋଇଛନ୍ତି। ବଙ୍ଗାଳୀମାନଙ୍କ ପ୍ରତି ଏହି ଘୃଣା ଏବଂ ଅତ୍ୟାଚାର ବିରୁଦ୍ଧରେ ତାଙ୍କର ଦୃଢ଼ ଆଭିମୁଖ୍ୟ ସମଗ୍ର ବଙ୍ଗାଳୀଙ୍କୁ ଆତ୍ମବିଶ୍ୱାସ ଦେଇଛି। ଦେଶ ଏବଂ ବିଶ୍ୱର ପ୍ରତ୍ୟେକ ବଙ୍ଗାଳୀ ତାଙ୍କ ପ୍ରତିବାଦରେ ସାମିଲ ହୋଇଛନ୍ତି।ଏପରି ପରିବେଶରେ, ବାଗୁଇଆଟି ଅଶ୍ୱିନୀନଗର ବନ୍ଧୁ ମହଲ ଏଥର ପୂଜାର ବିଷୟବସ୍ତୁ ଭାବରେ ବଙ୍ଗଳା, ବଙ୍ଗଳୀ ଏବଂ ବଙ୍ଗଳା ଭାଷାକୁ ବାଛିଛନ୍ତି। ଏଥର ସେମାନଙ୍କର ବିଷୟବସ୍ତୁ ହେଉଛି ‘ଗର୍ବର ବଙ୍ଗଳା ଓ ବଙ୍ଗଳୀ। ସମୃଦ୍ଧିର ଆରମ୍ଭ।’ ଏହି ବର୍ଷ, ସେମାନଙ୍କ ପୂଜା ୪୫ ତମ ବର୍ଷରେ…
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାଭାଷା ହିଂସା ବିରୋଧରେ ମେୟୋ ରୋଡରେ ତୃଣମୂଳର ଧାରଣା କାର୍ଯ୍ୟକ୍ରମରେ ସେନା ବାଧା ସୃଷ୍ଟି କରିଛି। ହଠାତ୍ ମଞ୍ଚ ଖୋଲିବା ଖବର ପାଇବା ପରେ ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ନିଜେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସେଠାରୁ ମମତା ମଞ୍ଚ ଖୋଲିବା ବିରୋଧରେ ଏକ କାର୍ଯ୍ୟକ୍ରମର ଡାକରା ଦେଇଛନ୍ତି। ଆସନ୍ତାକାଲି, ଅର୍ଥାତ୍ ମଙ୍ଗଳବାର, ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ୱାର୍ଡ, ପ୍ରତ୍ୟେକ ବ୍ଲକରେ ତୃଣମୂଳ ନେତା, କର୍ମୀ ଏବଂ ସମର୍ଥକମାନେ ପ୍ରତିବାଦ ଶୋଭାଯାତ୍ରାରେ ଯୋଗଦେବେ।ବାଂଲାଦେଶୀ ସନ୍ଦେହରେ ଭିନ୍ନ ରାଜ୍ୟରେ ବଙ୍ଗଳାରେ କଥା କହିବାରୁ ପ୍ରବାସୀ ଶ୍ରମିକଙ୍କୁ ନିର୍ଯାତନା ଦିଆଯାଉଥିବାର ଅଭିଯୋଗକୁ ନେଇ ରାଜ୍ୟ ରାଜନୀତି ଅସ୍ଥିର। ମମତା ବାନାର୍ଜୀ ନିଜେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସେ କୋଲକାତା, ବୋଲପୁର ଏବଂ ଝାଡଗ୍ରାମ ସମେତ ଏକାଧିକ ଜିଲ୍ଲାରେ ରାସ୍ତାକୁ ଓହ୍ଲାଇଛନ୍ତି। ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ପୁନର୍ବାସ ପାଇଁ ‘ଶ୍ରମଶ୍ରୀ’ ପ୍ରକଳ୍ପ ଆରମ୍ଭ କରିସାରିଛନ୍ତି। ଭିନ୍ନ ରାଜ୍ୟରୁ…








