Author: Charcha News

ଦୀର୍ଘ ବର୍ଷ ଧରି କେନ୍ଦ୍ରରେ ନିଜର ମଜଭୁତ ପତିଆରା ବଜାୟ ରଖିଥିବା ବିଜେପି ପାଇଁ ଏହି ଫଳାଫଳ କେବଳ ଆଶ୍ଚର୍ଯ୍ୟଜନକ ନୁହେଁ, ବରଂ ଆଗାମୀ ନିର୍ବାଚନୀ ସମୀକରଣ ପାଇଁ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ବୋଲି ରାଜନୀତି ସମୀକ୍ଷକ କହୁଛନ୍ତି । BY-SUBHASMitA-Dt-18.4.2026 ଭୁବନେଶ୍ଵର : Dt-18.4.2026 :ଦୀର୍ଘ ସମୟ ଧରି କେନ୍ଦ୍ରରେ ଦୃଢ଼ ପକଡ଼ ରଖିଥିବା ବିଜେପି ପାଇଁ ଏବେର ଘଟଣା ଏକ ଚେତାବନୀ ସୂଚନା ଭାବେ ଦେଖାଯାଉଛି। ସଂସଦରେ ମୁଖ୍ୟ ବିଧେୟକଗୁଡ଼ିକ ପାରିତ ହୋଇପାରିନଥିବାରୁ ଦଳର ରଣନୀତି ଓ ପରିଚାଳନା ଉପରେ ପ୍ରଶ୍ନ ଉଠିଛି। ଏହାକୁ ଗତ ଏକ ଦଶକରେ ସବୁଠାରୁ ବଡ଼ ରାଜନୈତିକ ଚ୍ୟାଲେଞ୍ଜ ବୋଲି ବିଶ୍ଳେଷକମାନେ ମତ ପ୍ରକାଶ କରୁଛନ୍ତି। ମହିଳା ସଂରକ୍ଷଣ ବିଲ୍‌ ଓ ସୀମା ନିର୍ଦ୍ଧାରଣ ସମ୍ବନ୍ଧୀୟ ପ୍ରସ୍ତାବ ଲୋକସଭାରେ ଅଟକିଯିବା ସରକାର ପାଇଁ ଏକ ବଡ଼ ଝଟକା ହୋଇଛି। ଏହି ବିଲ୍‌ଗୁଡ଼ିକୁ ମହିଳାଙ୍କ ରାଜନୈତିକ ଭାଗୀଦାରୀ ବଢ଼ାଇବା ଓ ନିର୍ବାଚନୀ…

Read More

ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ସାର ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଛି। ଖରିଫ ୠତୁରେ ଚାଷୀ ଉଚିତ ମୂଲ୍ୟରେ ସାର ପାଇବା ଦରକାର। ଆଜି ଲୋକସେବା ଭବନରେ ସାର ଉପଲବ୍ଧି ଓ ସୁଷମ ବଣ୍ଟନ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି । BY-SUBHASMITA-DT-18.4.2026 ଭୁବନେଶ୍ୱର: ଖରିଫ ଋତୁକୁ ଲକ୍ଷ୍ୟ କରି ଚାଷୀମାନଙ୍କୁ ସମୟରେ ଓ ଉଚିତ ମୂଲ୍ୟରେ ସାର ଯୋଗାଣ ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର କଡ଼ା ଭାବରେ ମାଇଦାନକୁ ନାମିଛନ୍ତି। ଲୋକସେବା ଭବନରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ସାର ଅଭାବର କୌଣସି ଅବସରକୁ ନେଇ କଳାବଜାରୀ କିମ୍ବା ଚୋରା ଚାଲାଣ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଅନିବାର୍ୟ। ପଶ୍ଚିମ ଏସିଆରେ ଚାଲୁଥିବା ଯୁଦ୍ଧ ପରିସ୍ଥିତି ସାର ଉତ୍ପାଦନ ଓ ଆମଦାନୀ ଉପରେ ପ୍ରଭାବ ପକାଇଥିବାରୁ ସରକାର ପୂର୍ବ…

Read More

BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡା :କଳାହାଣ୍ଡି ଜିଲ୍ଲାର ସିଜିମାଳି ପର୍ବତ ଅଂଚଳରେ ବେଦାନ୍ତର ପ୍ରସ୍ତାବିତ ବକ୍ସାଇଟ୍ ଖଣି ପ୍ରକଳ୍ପର ବାତିଲ ଦାବିରେ ଓ ତା’କୁ ବିରୋଧ କରୁଥିବା ସାଧାରଣ ଲୋକଙ୍କ ଉପରେ ପୋଲିସର ଦମନ ବିରୁଦ୍ଧରେ ତଥା ଅନ୍ୟାନ୍ୟ ଦାବି ନେଇ ଆଜି 4ଟି ବାମପନ୍ଥୀ ଦଳଙ୍କ ପକ୍ଷରୁ ରାଜ୍ୟବ୍ୟାପି ପ୍ରତିବାଦ ଦିବସର ପାଳିତ ହୋଇଯାଇଛି । ଏସ୍‌ୟୁସିଆଇ(କମ୍ୟୁନିଷ୍ଟ), ସିପିଆଇ(ଏମଏଲ) ରେଡ଼ଷ୍ଟାର, ସିପିଆଇ(ଏମଏଲ) ଓ ସିପିଆଇ(ଏମଏଲ) ନିଉ ଡ଼େମୋକ୍ରାସି ପକ୍ଷରୁ ଦିଆଯାଇଥିବା ଏହି ପ୍ରତିବାଦ ଦିବସ ଡାକରା ପରିପ୍ରେକ୍ଷୀରେ ଆଜି ରାୟଗଡା ଜିଲ୍ଲା ଗୁଣପୁର ଠାରେ ଚାଷୀ, ମୂଲିଆ ଓ ଆଦିବାସୀମାନଙ୍କ ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ସିପିଆଇ(ଏମଏଲ) ନିଉ ଡ଼େମୋକ୍ରାସି ପାର୍ଟି ପକ୍ଷରୁ ସ୍ଥାନୀୟ ଜିଆଇଇଟି ୟୁନିଭେର୍ସିଟି ଛକ ଠାରୁ ଏକ ବିଶାଳ ପଟୁଆର ବାହାରି ସରକାର ଓ କମ୍ପାନୀ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ଗୁଣୁପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିବା…

Read More

BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ :: ରାୟଗଡ଼ା ଜିଲ୍ଲାରେ ଏପ୍ରିଲ ଷୋହଳ ତାରିଖରୁ ଆରମ୍ଭ ହେଲା ଗୃହ ଗଣନା | ଏପ୍ରିଲ ଷୋହଳ ରୁ ଅଠର ତାରିଖ ମଧ୍ୟରେ ସମସ୍ତ ଗୃହକୁ ନମ୍ବର ଦିଆଯିବା ସହ ପ୍ରତି ଗୃହ ଗଣନା ବ୍ଳକର ମ୍ୟାପ୍ ପ୍ରସ୍ତୁତି କାର୍ଯ୍ୟ ଚାଲୁରହିଛି |ପ୍ରଥମ ଦିନ ରାୟଗଡ଼ ବ୍ଲକର ସମସ୍ତ ଗ୍ରାମ ଓ ପଡା ଗୁଡିକ ଗଣନାକାରୀ ଓ ସୁପରଭାଇଜର ପରିଦର୍ଶନ କରି ଅବସ୍ଥିତି ଅନୁସାରେ ଗୃହ ଗୁଡିକୁ ସଂଖ୍ୟାୟନ କରିବା ସହ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି | ରାୟଗଡ଼ ବ୍ଳକର ମୋଟ ଚାରିଶହ ଦଶ ଗୋଟି ଗୃହ ଗଣନା ବ୍ଳକ ନିମନ୍ତେ ଦୁଇ ଶହ ଚୌରାଳିଶି ଜଣ ଗଣନାକାରୀ ଓ ବୟାଳିଶି ଜଣ ପରିଦର୍ଶକ ନିଯୁକ୍ତ ହୋଇଥିବା ତହସିଲଦାର ତଥା ଚାର୍ଜ ଅଧିକାରୀ ଶ୍ରୀମତୀ ପ୍ରିୟଦର୍ଶିନୀ ସ୍ଵାଇଁ ପ୍ରକାଶ କରିଛନ୍ତି | ପ୍ରଥମ ଦିନରେ ଏକତୃତୀୟାଂଶ କାର୍ଯ୍ୟ ସମ୍ପାଦନ ହୋଇଥିବା ସ୍ଥଳେ ଏପ୍ରିଲ…

Read More

ମହିଳା ଓ କନ୍ୟାମାନଙ୍କ ଅଧିକାର ଏବଂ ଯୌନ ଉତ୍ପୀଡ଼ନ ପ୍ରତିରୋଧ ଉପରେ ଆଲୋଚନା BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼: ରାୟଗଡ଼ରେ ବ୍ଳକ୍ ସ୍ତରୀୟ ମହିଳା ଆଇନ୍ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ଠାରେ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିଲା। ଜିଲ୍ଲା ସାମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମିନତୀ ଦେଓ, ଜିଲ୍ଲା ପରିଷଦ୍ ସଭ୍ୟା ଶ୍ରୀମତୀ ପଦ୍ମାବତୀ ମାଡ଼ିଙ୍ଗା ଓ ସୁଶ୍ରୀ ସନ୍ଧ୍ୟା ପୁଲକା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଜିତ ମିଶ୍ର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ, ସ୍ୱାସ୍ଥ୍ୟ ଅଧିକାରୀ, ଡିପିଏମ ଓଏଲଏମ , ମୁଖ୍ୟ ବକ୍ତା ଶ୍ରୀମତୀ ପ୍ରଣତି ପାତ୍ର, ଅନ୍ୟତମ ବକ୍ତା ଶ୍ରୀମତୀ ଶାନ୍ତିଲତା ମିଶ୍ର, ସିଡିପିଓମାନେ, ଆଶା କର୍ମୀ, ଛାତ୍ରୀ, ଶିକ୍ଷକମାନଙ୍କ ସମେତ ବିଭିନ୍ନ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟସଭାରେ ମହିଳା ଓ…

Read More

ମହିଳା ସଂରକ୍ଷଣକୁ ତ୍ୱରାନ୍ୱିତ କରିବା ପାଇଁ ନୂତନ ଜନଗଣନା ବିନା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଶେଷ କରିବାକୁ ଆସିଥିବା ସମ୍ବିଧାନ ସଂଶୋଧନ ବିଲ୍‌ ଆଜି ଲୋକସଭାରେ କାଟ ଖାଇଛି। ସରକାରଙ୍କୁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ନ ମିଳିବାରୁ ଏ ବାବଦ ବିଲ୍‌ ସଂସଦରେ ବିଫଳ ହୋଇଛି। BY-SUBHASMITA-DT-18.4.2026 ନୂଆଦିଲ୍ଲୀ: ଦେଶରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବା ଉଦ୍ଦେଶ୍ୟରେ ଆଣାଯାଇଥିବା ସମ୍ବିଧାନ ସଂଶୋଧନ ବିଲ୍‌ ଲୋକସଭାରେ ପାସ୍‌ ହେବାରେ ବିଫଳ ହୋଇଛି। ଦୁଇ-ତୃତୀୟାଂଶ ସମର୍ଥନ ନ ମିଳିବାରୁ ବିଲ୍‌ଟି କାଟ ଖାଇଥିବାରୁ ମହିଳା ସଂରକ୍ଷଣ ପ୍ରକ୍ରିୟା ଉପରେ ଅନିଶ୍ଚିତତା ଘନୀଭୂତ ହୋଇଛି।ଲୋକସଭାରେ ମୋଟ ୫୨୮ ସଦସ୍ୟ ଉପସ୍ଥିତ ଥିଲେ ସପକ୍ଷରେ: ୨୯୮ ଭୋଟ ବିରୋଧରେ: ୨୩୦ ଭୋଟ ବିଲ୍‌ ପାଇଁ ଆବଶ୍ୟକ ଥିଲା ୩୨୬ ଭୋଟ, ଯାହା ନ ମିଳିବାରୁ ବିଲ୍‌ ଧସିପଡ଼ିଲା। ନୂତନ ଜନଗଣନା ବିନା ସୀମା ନିର୍ଦ୍ଧାରଣ ୨୦୧୧ ଜନଗଣନା ଆଧାରରେ ମଣ୍ଡଳୀ ପୁନର୍ଗଠନ୨୦୨୯ ପୂର୍ବରୁ ମହିଳା ସଂରକ୍ଷଣ…

Read More

ମେଷ- ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ। ବୃଷ- ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ କାର୍ଯ୍ୟସ୍ଥଳୀରେ ଉଚସ୍ଥ ଅଧିକାରୀ ପ୍ରଶଂସା କରିବେ ବ୍ୟାପାର ଲାଭଦାୟକ ରହିବ ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିବେ ମିଥୁନ- ଆଜି ଅଯଥା ଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ ସାହିତ୍ୟ, କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳ କଥା କହିବା ଯୋଗୁଁ ପରିସ୍ଥିତି ବିଗଡିଯାଇପାରେ | ବ୍ୟାପାର ମଧ୍ୟମ ରହିବ ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି…

Read More

ପୁରୀ : ଉପଜିଲ୍ଲାପାଳ ରାଜକିଶୋର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ ହୋଇଯାଇଅଛି । ଏଥିରେ ସମିତିର ସଦସ୍ୟ ଏବଂ ଆଦିତ୍ୟ ବାହିନୀର ପ୍ରାକ୍ତନ ରାଜ୍ୟ ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ପ୍ରସ୍ତୁତି ବୈଠକର ବିବରଣୀ ଆଲୋଚନା କରିଥିଲେ । ଭଗବତ୍‌ତ୍ପାଦ ଆଦିଶଙ୍କରାଚାର୍ଯ୍ୟଙ୍କ ୨୫୩୩ତମ ଜୟନ୍ତୀ ଉପଲକ୍ଷେ ବୈଶାଖ ଶୁକ୍ଳ ପଞ୍ଚମୀ ଆସନ୍ତା ତା.୨୧.୦୪.୨୦୨୬ରିଖ ମଙ୍ଗଳବାର ଦିନ ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଉତ୍ସବ ପାଳିତ ହେବ । ଉକ୍ତଦିନ ଅପରାହ୍ନ ୩ଘଂଟିକା ସମୟରେ ତାଙ୍କର ଚଳନ୍ତି ପ୍ରତିମାଙ୍କୁ ନଗର ପରିକ୍ରମା ପୂର୍ବକ ଶୋଭାଯାତ୍ରାରେ ଶ୍ରଦ୍ଧା, ଭକ୍ତି, ସୁମନ ଅର୍ପଣ କରିବା ସହିତ ଉକ୍ତ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ କରାଯିବ । ଏହି ଶୋଭାଯାତ୍ରା ଗୋବର୍ଦ୍ଧନ ମଠରୁ ବାହାରି ବାଲିସାହି, ସିଂହଦ୍ଵାର, ଦୋଳମଣ୍ଡପ ସାହି, ମୋଚିସାହି ଛକ, ରାମଚଣ୍ଡି ସାହି, ମରଚିକୋଟ ଗଳି, ବଡଦାଣ୍ଡ, ରାଜା ନଅର, ଦୋଳବେଦୀ, ଲକ୍ଷ୍ମୀମାର୍କେଟ, ମଣିକର୍ଣିକା ସାହି, ହରଚଣ୍ଡି ସାହି,…

Read More

ଭୁବନେଶ୍ୱର ତା. ୧୭.୪- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଓକାକର ଟେଣ୍ଡର ପ୍ରକ୍ରିୟାକୁ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ରଞ୍ଜିତ ପାତ୍ର ତିରସ୍କାର କରିଛନ୍ତି । ଓକାକ ମାଧ୍ୟମରେ ଟେଣ୍ଡରକରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଆଇଟି ସଚିବ ବିଶାଳ କୁମାର ଦେବ, ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓଡ଼ିଶାର ରାଜସ୍ୱରୁ କୋଟି କୋଟି ଟଙ୍କା ହଡ଼ପ କରିବାପାଇଁ ଚକ୍ରନ୍ତ କରିଛନ୍ତି ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି । ୧୨୮ଟି ଆଦର୍ଶ ବିଦ୍ୟାଳୟରେ କମ୍ପ୍ୟୁଟର ଲ୍ୟାବ ପ୍ରତିଷ୍ଠା କରି ସେଥିରୁ ଅର୍ଥ ହରିଲୁଟ କରିବାପାଇଁ ଏକ ଠକ କମ୍ପାନୀ ଆଇଏନପି ଟେକ୍ନୋଲୋଜିସ ଲିମିଟେଡକୁ କାର୍ଯ୍ୟାଦେଶ ଦିଆଯିବାର ବ୍ୟବସ୍ଥା ସରିଛି । ଏହି କମ୍ପାନୀ ଏହି ଧଳାହାତି ମାନଙ୍କୁ ସନ୍ତୁଷ୍ଟ କରି କମ୍ପ୍ୟୁଟର ଲ୍ୟାବ ପ୍ରତିଷ୍ଠା କରିବ ଏବଂ ନିମ୍ନମାନର କାର୍ଯ୍ୟକରି ଏମାନଙ୍କ ଲାଞ୍ଚଦେବ । ଏହି କମ୍ପାନୀ ନାମରେ ନିମ୍ନମାନର…

Read More