ପ୍ରଶାନ୍ତ ରାଉଳ / କୋଲକତା
NRC ଭୟରେ ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର 24 ପର ଗଣା ଜିଲ୍ଲା ସ୍ଥିତ ଆଗରପଡ଼ାର ମହାଜାତି ନଗରର ଜଣେ 57 ବର୍ଷୀୟ ପ୍ରଦୀପ କର ତାଙ୍କ ବାସଗୃହରେ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଯାଇ ପ୍ରଦୀପ କରଙ୍କୁ ବେକରେ ରଶି ଲଗାଇ ଝୁଲୁଥିବାର ଦେଖିଥିଲେ। ମୃତଦେହ ପାଖରେ ଏକ ଡାଏରୀ ଅଛି। ସେହି ଡାଏରୀରେ NRC ସମ୍ବନ୍ଧୀୟ ବିଷୟ ଲେଖା ହୋଇଛି। ଡାଏରୀର ତଳ ଭାଗରେ ଲେଖା ଅଛି ମୋ ମୃତ୍ୟୁ ପାଇଁ NRC ଦାୟୀ। ଖବର ପାଇ ଖରଦା ଥାନା ପୋଲିସ ଘଟଣାସ୍ଥଳକୁ ଆସି ମୃତଦେହ ଉଦ୍ଧାର କରିଛି। ପ୍ରଦୀପ ବାବୁଙ୍କ ମୃତ୍ୟୁ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଖରଦା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।











