ସାମ୍ବାଦିକ ରାଜୀବ କୁମାର ଦାସ
କୋଲକତା : ରାଜ୍ୟ ପଶ୍ଚିମବଙ୍ଗରେ ବିଧାନ ସଭା ନିର୍ବାଚନ ଆଉ ଏକ ମାସ ମଧ୍ୟରେ ହେବାକୁ ଯାଉଛି ଅନ୍ୟ ପଟେ ନିର୍ବାଚନ କମିଶନ SIR ଯୋଗୁଁ ପଶ୍ଚିମବଙ୍ଗ ରାଜ୍ୟର ସବୁ ଜିଲ୍ଲାରେ ଭୋଟର ତାଲିକା ନାମ କାଟି ଦିଆ ଯାଇଛି ବିଧାନସଭା ନିର୍ବାଚନ ମାତ୍ର ଏକ ମାସ ମଧ୍ୟରେ ରହିଛି ଯାହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ର ବିଧାନ ସଭା ପ୍ରାର୍ଥୀ ମାନେ ନିଜ ନିଜ ବିଧାନ ସଭା ମଣ୍ଡଳୀରେ ପ୍ରଚାର କରିବା ଆରମ୍ଭ କରିଛନ୍ତି ଅନ୍ୟ ପଟେ କୁଚବିହାର ଜିଲ୍ଲା ସ୍ଥିତ-କୁଚବିହାର ଦକ୍ଷିଣ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀଙ୍କ ବିରୋଧରେ ସ୍ଥାନୀୟ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଘଟଣା କୁଚବିହାର ସହରର ୱାର୍ଡ ନମ୍ବର 3ର କାଲା ବାଗାନା ଅଞ୍ଚଳରେ ଘଟିଛି। ଅଭିଯୋଗ ହେଉଛି ଯେ SIR ଯୋଗୁଁ ଅଞ୍ଚଳର ପ୍ରାୟ ୨୦୦ ଜଣଙ୍କ ନାମ ବାଦ ଦିଆଯାଇଛି, ଯାହା କାରଣରୁ ଏହି ପ୍ରତିବାଦ କରାଯାଉଛି। ଏହି ପ୍ରତିବାଦରେ ସ୍ଥାନୀୟ ମହିଳା ପୁରୁଷ ମିଳିତ ଭାବେ ଚଢ଼ାଉ କରିଥିଲେ ବିଜେପି ଦଳର କୁଚବିହାର ଦକ୍ଷିଣ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀକୁ ନେଇ












