BY-shubhrakanta routray
ଭଦ୍ରକ :ଜଣେ ଅଭିନେତା କିନ୍ତୁ ନୂଆ ଯାତ୍ରା ଋତୁ ରେ ଦୁଇ ଯାତ୍ରା ପାର୍ଟି ରୁ ନେଇଛନ୍ତି ଅଗ୍ରୀମ । ଚୁକ୍ତି ପରେ ଦୁଇ ଯାତ୍ରା ପାର୍ଟି ନିଜ ନିଜ ଷ୍ଟାର୍ କାଷ୍ଟ ରେ ଅଭିନେତା ଙ୍କ ପୋଷ୍ଟର ଜାରି କରିଛନ୍ତି । ସେହି କଳାକାର ହେଉଛନ୍ତି ଟିକିନା ପାଣିଗ୍ରାହୀ । ରାଜନନ୍ଦିନି ଯାତ୍ରା ପାର୍ଟି ସହ ଚୁକ୍ତି କରିବା ପରେ ମଧ୍ୟ ସେ ତୁଳସୀ ସହ 26 ଓ 27 ଯାତ୍ରା ଋତୁ ପାଇଁ ମଧ୍ୟ ଚୁକ୍ତି କରିବା ପରେ ବିବାଦ ଆରମ୍ଭ ହୋଇଚି । କିନ୍ତୁ ଏହି ବିବାଦ ଭିତରେ ଯାତ୍ରା ରାଜନନ୍ଦିନୀ ଭଦ୍ରକ ସ୍ଥିତ କାର୍ଯ୍ୟାଳୟ କୁ ଆସି ପରିଚାଳକଙ୍କ ସହ ଆଲୋଚନା ପରେ 26/27 ଯାତ୍ରା ଋତୁ ପାଇଁ ରାଜନନ୍ଦିନୀ ରେ ରହିବା ପାଇଁ କହିଥିବା ବେଳେ ଅଭାବେ ସ୍ଵଭାଵ ନଷ୍ଟ ପରି ଘଟଣା ଘଟିଥିଲା ଆଉ ଯାହାର ସୁଧାର କରିବାକୁ ଚେଷ୍ଟା କରିବି ପ୍ରଥମେ ଚୁକ୍ତି କରିଥିବା ଯାତ୍ରା ରାଜନନ୍ଦିନୀ ରେ ରହିବି ଦ୍ୱିତୀୟ ଚୁକ୍ତି କରିଥିବା ଯାତ୍ରା ତୁଳସୀ ମାଲିକ ଙ୍କୁ ବୁଝାଇବା କୁ ଚେଷ୍ଟା କରିବି ବୋଲି କହିଛନ୍ତି ଟିକିନା ପାଣିଗ୍ରାହୀ |ଅନ୍ୟପଟେ ପରିଚାଳକ ଭାନୁ ମିଶ୍ର କହିଛନ୍ତି ଆମ ସହିତ ଚୁକ୍ତି କରିଛନ୍ତି ଆମ ସହିତ ରହିବେ ଏବଂ ଏଭଳି ଘଟଣା କେଉଁ କଳାକାର ଓ ମାଲିକ ଙ୍କ ସାଙ୍ଗରେ ହେବା ନିହାତି ନିନ୍ଦାର ବିଷୟ |
ଚର୍ଚ୍ଚା news












