Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Sunday, April 26
    Facebook X (Twitter) YouTube Instagram
    Trending
    • ଖାଉଥିଲେ ଟ୍ରମ୍ପ, ବନ୍ଧୁକ ଧରି ପଶିଗଲେ ଦୁର୍ବୃତ୍ତ: ନିଜ ଦେଶରେ ଅସୁରକ୍ଷିତ ଆମେରିକା ରାଷ୍ଟ୍ରପତି
    • ଆଜି ବି କଲବଲ କରୁଛି ତାତି, ଦିନ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୦ଡିଗ୍ରି ତାପମାତ୍ରା ରେକର୍ଡ :
    • ଭାରତର ବିକାଶ ପାଇଁ ସୌର ଓ ପବନ ଶକ୍ତି ଅତ୍ୟନ୍ତ ଜରୁରୀ: ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ :
    • ମଧୁପାଟଣାରେ ଟ୍ରକ୍ ଦୁର୍ଘଟଣା: ଗଛ ଭାଙ୍ଗି ରାସ୍ତା ଅବରୋଧ, ଯାତାୟାତ ବାଧାଗ୍ରସ୍ତ :
    • ତ୍ରିବେଣୀର ଛାତ୍ରଙ୍କର JEE Mainରେ ବଡ ସଫଳତା :
    • ଅବୈଧ ଖଣିଜ ପଦାର୍ଥ ଉତ୍ତଳୋନ ରୋକିବା ପାଇଁ ଉପଜିଲ୍ଲାପାଳ, ରାୟଗଡ଼ଙ୍କ ନେତୃତ୍ୱରେ ଅଚାନକ ଚଢ଼ାଉ l
    • କୁକୁର ନୁହେଁ, ଏକ ଦେବଦୂତ: ‘କାଳି’ର ବଳିଦାନରେ ଇତିହାସ ଲେଖିଲା ମୟୂରଭଞ୍ଜ :
    • ଜାଣନ୍ତୁ ଏ ସପ୍ତାହର ରାଶିଫଳ :
    • ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରିକୁ ନା! ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ :
    • ମହାନଦୀ ଜଳବିବାଦ ମାମଲା ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
    • ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ବ ବୌଦ୍ଧିକ ସମ୍ପତି ଦିବସ ପାଳିତ
    • OCAC ଟେଣ୍ଡର ଅନିୟମିତତା ନେଇ ପୁଣି ତୀବ୍ର ହେଲା ରାଜନୀତି, IT ମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ ::
    • ବ୍ରହ୍ମପୁର ସୁଧୀର ପାତ୍ର ହତ୍ୟା ମାମଲା : ଆଜି ୫ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇପାରେ ପୁଲିସ୍
    • ଭୁବନେଶ୍ବର:୯୦% ସରକାରୀ ହସ୍ପିଟାଲରେ ନାହିଁ ଫାୟାର ସେଫ୍ଟି ସର୍ଟିଫିକେଟ୍‌ SCB ଘଟଣା ପରେ ବଢ଼ିଲା ଚିନ୍ତା
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଖେଳ»ପୁଣି ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ୍‌: ଡିସେମ୍ବରରେ ଭାରତ-ଶ୍ରୀଲଙ୍କା ଟ୍ବେଣ୍ଟି-୨୦ ମ୍ୟାଚ୍‌ ::

    ପୁଣି ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ୍‌: ଡିସେମ୍ବରରେ ଭାରତ-ଶ୍ରୀଲଙ୍କା ଟ୍ବେଣ୍ଟି-୨୦ ମ୍ୟାଚ୍‌ ::

    By Charcha NewsMarch 27, 2026
    Share
    Facebook Twitter Email WhatsApp

    ଚଳିତ ବର୍ଷ ଡିସେମ୍ବର ୨୪ ତାରିଖରେ ଐତିହାସିକ ବାରବାଟୀ ‌ଷ୍ଟାଡିୟମ୍‌ରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବା । ବିସିସିଆଇର ଘୋଷଣା ପରେ ସାରା ଓଡ଼ିଶାରେ ଖୁସିର ଲହରି ଖେଳିଯାଇଛି ।
    BY-SHUBHASMITA -March 26, 2026,
    ଭୁବେନଶ୍ୱର :: March 26, 2026:: ଫୁଣି କ୍ରୀଡା ପ୍ରେମୀ ମାନଙ୍କ ପାଇଁ ଆସିଲା ଖୁସିର ଖବର |ଠିକ୍‌ ବର୍ଷକ ପରେ କଟକସ୍ଥିତ ଐତିହାସିକ ବାରବାଟୀ ‌ଷ୍ଟାଡିୟମ୍‌ରେ ଖେଳାଯିବ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ । ଗତ ବର୍ଷ ଫେବ୍ରୁଆରି ୯ରେ ଦିନିକିଆ ମ୍ୟାଚ୍‌ (ଭାରତ-ଇଂଲଣ୍ଡ) ଓ ଡିସେମ୍ବର ୯ରେ ଟ୍ବେଣ୍ଟି-୨୦ (ଭାରତ-ଦକ୍ଷିଣ ଆଫ୍ରିକା) ମ୍ୟାଚ୍‌ ଖେଳାଯାଇଥିଲା ଏହି ପଡ଼ିଆରେ । ଏହି ଦୁଇଟି ଯାକ ମ୍ୟାଚ୍‌ ମଧ୍ୟ ଭାରତ ଜିତିଥିଲା । ଚଳିତ ବର୍ଷ ଡିସେମ୍ବର ୨୪ ତାରିଖରେ ଏଠାରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବା । ବିସିସିଆଇର ଘୋଷଣା ପରେ ସାରା ଓଡ଼ିଶାରେ ଖୁସିର ଲହରି ଖେଳିଯାଇଛି ।
    ମ୍ୟାଚ୍‌ ଆୟୋଜନ ନେଇ ଆମେ ଉତ୍ସାହିତ । ଦୁଇ ବର୍ଷ ମଧ୍ୟରେ ୩ଟି ମ୍ୟାଚ୍‌ ହେବା ଏକ ରେକର୍ଡ । ଏଥିଲାଗି ଆମେ ବିସିସିଆଇକୁ ଧନ୍ୟବାଦ ଦେଉଛୁ । ଗତ ୧୫ ତାରିଖରେ ବିସିସିଆଇର ନମନ କାର୍ଯ୍ୟକ୍ରମ ଅବସରରେ ବିସିସିଆଇ ଅଧ୍ୟକ୍ଷ ଦେବଜିତ ସାଇକିଆଙ୍କ ସହ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ସମ୍ପାଦକ ସଂଜୟ ବେହେରା ଆଲୋଚନା ବେଳେ ବାରବାଟୀକୁ ଆଉ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ ଦେବାକୁ ଅନୁରୋଧ କରିଥିଲେ । ଗତ ବର୍ଷ ଓସିଏ ଦୁଇଟି ଅନ୍ତର୍ଜାତୀୟ ମ୍ୟାଚ୍‌ ସଫଳତା ସହ ଆୟୋଜନ କରିଥିବାରୁ ଆଉ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ ଲାଗି ସକ୍ଷମ ବୋଲି ଜଣାଇଥିଲେ । ଶ୍ରୀ ବେହେରାଙ୍କ ଅନୁରୋଧ ରକ୍ଷା କରି ବିସିସିଆଇ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ଆୟୋଜନ ଅଧିକାର ପ୍ରଦାନ କରିଛି ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା କହିଛନ୍ତି । ଏହି ଅବସରରେ ସହଯୋଗ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଓସିଏ ପକ୍ଷରୁ ଶ୍ରୀ ବେହେରା ଧନ୍ୟବାଦ ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଓସିଏ କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଉପସ୍ଥିତ ଥି‌ଲେ ।
    ବାରବାଟୀ ଷ୍ଟାଡିୟମ୍‌ରେ ଏପର୍ଯ୍ୟନ୍ତ ୨୯ ମ୍ୟାଚ୍‌ ଖେଳାଯାଇଛି । ଏଥିରେ ୨୩ ଦିନିକିଆ, ୨ ଟେଷ୍ଟ୍‌ ଓ ୪ ଟ୍ବେଣ୍ଟି-୨୦ ମ୍ୟାଚ୍‌ ରହିଛି । ଡିସେମ୍ବର ୨୪ ତାରିଖରେ ବାରବାଟୀରେ ପଞ୍ଚମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ ।

     ଚର୍ଚ୍ଚା NEWS
    Share. Facebook Twitter WhatsApp

    Related Posts

    ଫିଡେ ବିଶ୍ୱ ଚେସ୍ ପ୍ରତିଯୋଗିତା ଆୟୋଜନକୁ ଭାରତର ଉଦ୍ୟମ, ଫାଇନାଲ୍‌ରେ ଦୁଇ ଭାରତୀୟ ଖେଳାଳି ::

    April 19, 2026 ଆଜିର ଖବର

    ଓ୍ବାଙ୍ଖଡ଼େରେ କ୍ରିକେଟ୍ ଫୁଟବଲ୍‌ର ସୁନ୍ଦର ସମ୍ମିଳନ :

    April 15, 2026 ଆଜିର ଖବର

    ସେମିରେ ଗ୍ରିନ୍ସ-ରେଡ୍‌ ଷ୍ଟାର୍‌, ପାରାମାଉଣ୍ଟ୍‌-ଆଇଆଇସି ::

    April 6, 2026 ଖେଳ

    କଟକର ବିଭିନ୍ନ ମାଇଦାନରେ ଆୟୋଜିତ ହୋଇଛି ପ୍ରିଲିମିନାରୀ ଲିଗ୍ କ୍ରିକେଟ୍ ମ୍ୟାଚ

    March 18, 2026 ଆଜିର ଖବର

    ସିଲଭର କପ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

    January 29, 2026 ଖେଳ

    ମନ୍ତ୍ରୀଙ୍କ ଗ୍ରସ୍ତ ପରେ କେବେ ବଦଳିବ ଗୁଣପୁର ମିନିଷ୍ଟାଡିୟମର ଭାଗ୍ୟ?

    November 17, 2025 ଖେଳ

    କୁଶଙ୍ଗ ଠାରେ ଚାଲିଥିବା ଫୁଟବଲ ମ୍ୟାଚ୍ ରେ କୁଶଙ୍ଗ ଚମ୍ପିଆନ

    August 16, 2025 ଖେଳ
    Watch YouTube

    You May Like

    ଖାଉଥିଲେ ଟ୍ରମ୍ପ, ବନ୍ଧୁକ ଧରି ପଶିଗଲେ ଦୁର୍ବୃତ୍ତ: ନିଜ ଦେଶରେ ଅସୁରକ୍ଷିତ ଆମେରିକା ରାଷ୍ଟ୍ରପତି

    April 26, 2026

    ଆଜି ବି କଲବଲ କରୁଛି ତାତି, ଦିନ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୦ଡିଗ୍ରି ତାପମାତ୍ରା ରେକର୍ଡ :

    April 26, 2026

    ଭାରତର ବିକାଶ ପାଇଁ ସୌର ଓ ପବନ ଶକ୍ତି ଅତ୍ୟନ୍ତ ଜରୁରୀ: ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ :

    April 26, 2026

    ମଧୁପାଟଣାରେ ଟ୍ରକ୍ ଦୁର୍ଘଟଣା: ଗଛ ଭାଙ୍ଗି ରାସ୍ତା ଅବରୋଧ, ଯାତାୟାତ ବାଧାଗ୍ରସ୍ତ :

    April 26, 2026

    ତ୍ରିବେଣୀର ଛାତ୍ରଙ୍କର JEE Mainରେ ବଡ ସଫଳତା :

    April 26, 2026

    ଅବୈଧ ଖଣିଜ ପଦାର୍ଥ ଉତ୍ତଳୋନ ରୋକିବା ପାଇଁ ଉପଜିଲ୍ଲାପାଳ, ରାୟଗଡ଼ଙ୍କ ନେତୃତ୍ୱରେ ଅଚାନକ ଚଢ଼ାଉ l

    April 26, 2026

    କୁକୁର ନୁହେଁ, ଏକ ଦେବଦୂତ: ‘କାଳି’ର ବଳିଦାନରେ ଇତିହାସ ଲେଖିଲା ମୟୂରଭଞ୍ଜ :

    April 26, 2026

    ଜାଣନ୍ତୁ ଏ ସପ୍ତାହର ରାଶିଫଳ :

    April 26, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.