ଭାରତୀୟ ରିଜର୍ଭ ବ୍ୟାଙ୍କ ଋଣ ଆଦାୟ ସହିତ ଜଡିତ ବ୍ୟାଙ୍କ ଏବଂ NBFC ପାଇଁ ନୂତନ ଡ୍ରାଫ୍ଟ ନିୟମ ପ୍ରଚଳନ କରିଛି। ଏହି ନିୟମ ଅନୁଯାୟୀ ବ୍ୟାଙ୍କଗୁଡ଼ିକ ଏବେ ଅଣ-କାର୍ଫିଙ୍ଗ ସମ୍ପତ୍ତି ପୁନରୁଦ୍ଧାର ପାଇଁ ଜମି କିମ୍ବା ଘର ଭଳି ବନ୍ଧକ ଅସ୍ଥାବର ସମ୍ପତ୍ତିର ଦଖଲ ନେଇପାରିବେ।
BY-SUBHASMITA-DT-6.5.2026
ଋଣ ଖେଳାପୀଙ୍କ ବିରୋଧରେ କଡ଼ା ହେଲା ଆରବିଆଇ। ବ୍ୟାଙ୍କ ଓ NBFC ମାନଙ୍କ ପାଇଁ ନୂଆ ଡ୍ରାଫ୍ଟ ନିୟମ ଆଣିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବେ ଯେଉଁମାନେ ଋଣ ନେଇ ସମୟରେ ଶୋଧ କରିବେ ନାହିଁ, ସେମାନଙ୍କ ବନ୍ଧକ ରଖାଯାଇଥିବା ଘର କିମ୍ବା ଜମିକୁ ବ୍ୟାଙ୍କ ଦଖଲକୁ ନେଇପାରିବ। ତେବେ ବ୍ୟାଙ୍କ ସେହି ସମ୍ପତ୍ତିକୁ ସ୍ଥାୟୀଭାବେ ରଖିପାରିବ ନାହିଁ। ନୂଆ ନିୟମ ଅନୁଯାୟୀ ୭ ବର୍ଷ ମଧ୍ୟରେ ସେଗୁଡ଼ିକୁ ବିକ୍ରି କରିବାକୁ ପଡିବ। ଋଣ ଆଦାୟ ପ୍ରକ୍ରିୟାକୁ ଆଉ ଶକ୍ତିଶାଳୀ କରିବା ପାଇଁ RBI ଏହି ପଦକ୍ଷେପ ନେଇଛି। ଏହି ଡ୍ରାଫ୍ଟ ନିୟମ ଉପରେ ମେ ୨୬ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ମତାମତ ମାଗିଛି RBI। ନିୟମ ଲାଗୁ ହେଲେ ଋଣ ଖେଳାପୀଙ୍କ ପାଇଁ ଆସିପାରେ ବଡ଼ ସମସ୍ୟା।
ଚର୍ଚ୍ଚା news












