ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ଖେଳାଳି ଙ୍କୁ ପ୍ରୋତ୍ସାହିତ କରିବା ସକାଶେ ସରକାର ବିଭିନ୍ନ ବ୍ଲକରେ ମିନି ଷ୍ଟାଡିୟମ ତିଆରି କରୁଛନ୍ତି।ହେଲେ ସରକାରଙ୍କ ଉଦାସୀନତା ଅଧିକାରୀ ଙ୍କ ମନମୁଖୀ ଲାଗି ବିକାଶ ହୋଇ ପାରୁନି ମିନିଷ୍ଟାଡିୟମ ।ଫଳରେ ଖେଳାଳି ମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।ଏମିତି ଏବେ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଣପୁର ସହରରେ।ଏପଟେ ଶନିବାର କ୍ରୀଡା ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅଧିକାରୀ ମାନଂକ ସହ ଷ୍ଟାଡିୟମ୍ କୁ ଗ୍ରସ୍ତ କରି ଫେରିବା ପରେ କ୍ରୀଡାବିତ ମାନଙ୍କ ମଧ୍ୟରେ କିଛି ବିକାଶ ର ହେବ ବୋଲି ଆଶା ବାନ୍ଧିଛନ୍ତି।ଏ ହେଉଛି ରାୟଗଡା ଜିଲ୍ଲା ଗୁଣପୁର ସହରର ମିନି ଷ୍ଟାଡିୟମ।ପ୍ରତିବର୍ଷ ଏଠାରେ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ହୋଇଥାଏ।ଏଠାରୁ ବ୍ଲକ ରୁ ଜିଲ୍ଲା ସହ ରାଜ୍ୟ ସ୍ତରୀୟ ଅନେକ ଖେଳାଳି ମାନେ ଯିବା ପାଇଁ ଆଶା ବାନ୍ଧିଥାନ୍ତି।ହେଲେ ଏବେ ଏଇ ଆଶା ମଉଳି ଯାଉଛି।ସହର ୧୯ନମ୍ୱର ର୍ୱାର୍ଡରେ ଥିବା ମିନି ଷ୍ଟାଡିୟମ ରେ ୨୦ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ କିଛି ଆଖି ଦୃଷ୍ଟିଆ କାମ ହୋଇନି।ପଡିଆ ସାରା ଖାଲଖମା ରେ ଭର୍ତ୍ତି।ସାମାନ୍ୟ ବର୍ଷା ହେଲେ ପାଣି ଜମୁଛି।ଟୋଏଲେଟ କବାଟ ଗୁଡ଼ିକ ଭାଙ୍ଗି ଗଲାଣି।ପାନୀୟ ଜଳ କି ଆଲୋକି କରଣ ର ସୁବିଧା ନାହିଁ। ଗ୍ୟାଲେରୀ ର ବ୍ୟବସ୍ଥା ନାହିଁ । ଏବେ ଚାରି ଆଡେ଼ ଖୋଲମେଲା ପଡ଼ିଛି।ପଡିଆ ସାରା ଯୁଆଡେ ଚାହିଁବ ଖାଲି ମଦ ବୋତଲ ଭର୍ତ୍ତି। ଅସାମାଜିକ ବ୍ୟକ୍ତି ମାନଙ୍କ ଆଡ୍ଡା ସ୍ଥଳୀ ଜମିଛି।ପାଚେରୀ ନିର୍ମାଣ ଅଧାରେ ଅଟକିଛି। ଏ ସବୁ ଦୃଷ୍ଟି ଦେବାପାଇଁ ସମସ୍ତ ଙ୍କୁ ବିଭିନ୍ନ ସମୟରେ ଗୁହାରି କଲେ ବି କିଛି କାମ ଦେଉନି ବୋଲି ସ୍ଥାନୀୟ ଖେଳାଳି ମାନେ ଅଭିଯୋଗ କରିଛନ୍ତି । ବିଭିନ୍ନ ସମୟରେ ଷ୍ଟାଡିୟମ୍ ପାଚେରୀ,ଡ୍ରେନ,ରୁମ୍ ଏବଂ ରାସ୍ତା ନିର୍ମାଣ ସକାଶେ ଟଙ୍କା ଖର୍ଚ୍ଚ ହୋଉଛି।ତଥାପି ଅନେକ କାମ ବାକି ରହିଛି ।ତେବେ ଏହି ଶନିବାର କ୍ରୀଡ଼ା ଓ ଉଚ୍ଚ ଶିକ୍ଷା ବିଭାଗ ର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନି ଷ୍ଟାଡିୟମ୍ କୁ ଅଧିକାରୀ ମାନଙ୍କ ସହ ପରିଦର୍ଶନ କରିଥିଲେ।ପରିଦର୍ଶନ କରିବା ସହ ଅତି ଶୀଘ୍ର ଏହାର ବିକାଶ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ସେହିପରି ପୌର ପରିଷଦ ଉପାଧ୍ୟକ୍ଷ ମଧ୍ୟ ଅତି ଶୀଘ୍ର ଏହାର ଆନୁସାଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଥିଲେ। ତେବେ ମନ୍ତ୍ରୀଙ୍କ ମିନିଷ୍ଟାଡିୟମ କୁ ଗ୍ରସ୍ତ ପରେ କେବେ ଏହାର ରୂପ ରେଖା ବଦଳୁଛି ତାହା ଏବେ ଦେଖିବାକୁ ବାକି ରହିଲା।









