ଉକ୍ତ କାର୍ଯ୍ୟକ୍ରମଟିକୁ ବିଧିବଦ୍ଧ ଭାବରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ଶବର,ଭାରପ୍ରାପ୍ତ ଥାନା ଅଧିକାରୀ ଯୁଗଳ ଶବର ଏବଂ ଉପ-ପୁଲିସ ଅଧିକ୍ଷକ ମହିଳା ବିରୋଧୀ ଅପରାଧ ତଦନ୍ତ ୟୁନିଟ୍ ସରୋଜ ପୂନମ କିସପଟ୍ଟା ଉଦଘାଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ଉମରକୋଟ ପୌରପରିଷଦ ଆଲୋକ କୁମାର ଅନୁଗୁଳିଆ, ପରିଚାଳନା ନିର୍ଦ୍ଦେଶକ ଏସ. ଏ. ଏସ ବାଲ ମନ୍ଦିର ରାକେଶ କୁମାର ପଟ୍ଟନାୟକ,ପରିଚାଳନା ନିର୍ଦ୍ଦେଶକ ଏମ.ପି.ଏସ ଏକାଡେମୀ ଏମ. ବିଜୟ କୁମାର,ମହିଳା କ୍ରୀଡା ସଂଯୋଜିକା ଜିଲ୍ଲା କ୍ରୀଡା ସଙ୍ଘ ଇଂ. ଚନ୍ଦନା ମଲ୍ଲିକ ତଥା ସମସ୍ତ ପୋଲିସ କର୍ମଚାରୀଙ୍କ ସମେତ ଗୁରୁକୃପା ଏବଂ ଏସ. ଏ. ଏସ ବାଲ ମନ୍ଦିରର ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖ ଯୋଗ ଦେଇଥିଲେ l
ଏହି ଅବସରରେ ଉମରକୋଟ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ, କ୍ରୀଡ଼ାବିତ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ଦେଶର ସୁରକ୍ଷା ଓ ଏକତା ରକ୍ଷା କରିବା ପାଇଁ ଏକ ସମୂହ ଶପଥ ପାଠ କରାଯାଇଥିଲା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ଏହି ଅବସରରେ ସଂକଳ୍ପ ନେଇଥିଲେ। ପୋଲିସ ପ୍ରଶାସନର ଏହି ଉଦ୍ୟମକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକମାନେ ବେଶ୍ ପ୍ରଶଂସା କରିଛନ୍ତି।
ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଶ୍ରୀକାନ୍ତ ନନ୍ଦ ଙ୍କ ରିପୋର୍ଟ l











