ପ୍ରଚାର ପ୍ରସାର ଅଭାବରୁ ମୌଳିକତା ହରାଉଛି ମହୋତ୍ସବ
ବଲାଙ୍ଗିର (ଦେବେନ୍ଦ୍ର )ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହେଉଛି ହରିଶଙ୍କର ପୀଠ । ଏଠାରେ ବର୍ଷ ତମାମ୍ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାନ୍ତି । ପ୍ରଶାସନ ପକ୍ଷରୁ ଏ ବର୍ଷ ହରିଶଙ୍କର ମହୋତ୍ସବ ପାଇଁ ଦୁଇ ଦୁଇ ଥର ସଭା ବସିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାନରେ ନାଁ ପୋଷ୍ଟର ଲାଗିଛି ନାଁ ବେନର ଲାଗିଛି । ପ୍ରଶାସନର ଜଳ ଜଳ ଅବହେଳା ଦେଖିବାବୁ ମିଳୁଛି । ହରିଶଙ୍କର ମହୋତ୍ସବ ବା ବୈଶାଖ ମେଳା ଆଉ ଗୋଟିଏ ସପ୍ତାହରେ ରହିଲା । ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ଭକ୍ତମାନେ ଆସି ଦର୍ଶନ କରିଥାନ୍ତି । ଗୋଟିଏ ପଟେ ହରିଶଙ୍କର ଓ ଅନ୍ୟ ପଟେ ନୃସିଂହନାଥ ମନ୍ଦିର ରହିଛି । ପାହାଡ଼ ଉପରେ ଲୋକେ ଚଢ଼ି ଆରପଟକୁ ଯାଇଥାନ୍ତି । ଯାହାର ଦୂରତା 16 କି.ମି ରହିଛି । ଏ ବର୍ଷ ୨୭.୪. ରୃ ଆରମ୍ଭ ହେଇ ୧.୫ ପର୍ଯ୍ୟନ୍ତ ମେଳା ଅନୁଷ୍ଠିତ ହେବ । ଏହି ପାଞ୍ଚ ଦିନ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ଏବର୍ଷ ପ୍ରଶାସରେ ଅବହେଳା ଜଳ ଜଳ ଦେଖା ଯାଉଛି । ଏଇଥିପାଇଁ ବୁଦ୍ଧଜୀବି ଉଦବେଗ ପ୍ରକାଶ କରିଛନ୍ତି ।
ରିଶଙ୍କର ମହୋତ୍ସବ (ବୈଶାଖ ମେଳା ) ପାଇଁ ପ୍ରସ୍ତୁତି
By Charcha News












