ବାଚସ୍ପତି ଓମ୍ ବିର୍ଲା ବନ୍ଦେ ମାତରମ୍ ଗାନ କରାଇବା ପରେ ଗୃହର କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି । ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ସମଗ୍ର କ୍ୟାବିନେଟ୍ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ ।
ହଙ୍ଗାମା, ହଟ୍ଟଗୋଳ ଭିତରେ ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ। ଆଜି ଅଧିବେଶନର ଶେଷ ଦିନରେ ମାତ୍ର ୧ ମିନିଟ୍ ପାଇଁ ଚାଲିଥିଲା ଗୃହକାର୍ଯ୍ୟ । ବାଚସ୍ପତି ଓମ୍ ବିର୍ଲା ବନ୍ଦେ ମାତରମ୍ ଗାନ କରାଇବା ପରେ ଗୃହର କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି । ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ସମଗ୍ର କ୍ୟାବିନେଟ୍ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ଏହା ସହିତ ଶାସକ ଓ ବିରୋଧୀ ଦଳର ସାଂସଦମାନେ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ NEET ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ କ୍ରମାଗତ ଭାବେ ହଟ୍ଟଗୋଳ କରୁଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ଜନ୍ତର-ମନ୍ତର ପ୍ରଦର୍ଶନ ଉପରେ ସଂସଦରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇ ବାଚସ୍ପତିଙ୍କୁ ପତ୍ର ଲେଖିଛନ୍ତି ଏବଂ ସମୟ ସ୍ଥିର ହେଲେ ସେ ଗୁରୁବାର ଦିନ ଏହାର ଜବାବ ଦେବେ ବୋଲି କହିଥିଲେ। ଅପରପକ୍ଷରେ ରାହୁଲ ଗାନ୍ଧୀ କହିଥିଲେ ବିରୋଧୀଙ୍କୁ ଶାହଙ୍କ ଭାଷଣ ଶୁଣିବାର ନାହିଁ । ପ୍ରଥମେ ସେ କୁହନ୍ତୁ, ଛାତ୍ରମାନଙ୍କ ଉପରେ ପାଲେଟ୍ ଗନ୍ ଚଳାଇବାକୁ କିଏ ଆଦେଶ ଦେଇଥିଲା ? ଯଦି ସେ ଆଦେଶ ଦେଇଥିଲେ, ତାହାଲେ ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ବିରୋଧୀଙ୍କ ପ୍ରତିବାଦ ଭିତରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲୋକସଭା ସ୍ଥଗିତ ରଖିଛନ୍ତି ବାଚସ୍ପତି ।
ଚର୍ଚ୍ଚା tv











