BY-ରାଜୀବ କୁମାର ବେହେରା
ଉଦଳା ::ଗ୍ରାମରେ ପାଗଳ କୁକୁର ଆତଙ୍କ , ଘରୁ ବାହାରି ଲୋକେ ଭୟ କରୁଛନ୍ତି l ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଧୀନ ନୂଆମାଳିଆ ଗ୍ରାମରେ ପାଗଳ କୁକୁରର ଆତଙ୍କ ଦେଖାଦେଇଛି। ଗ୍ରାମରେ ଏକ ପାଗଳ କୁକୁର ଲୋକଙ୍କୁ ଦେଖିଲେ କାମୁଡ଼ିବା ପାଇଁ ଗୋଡ଼ାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଜଣେ ବୃଦ୍ଧା ଗାଧୋଇ ସାରି ରାସ୍ତାରେ ଘରକୁ ଫେରୁଥିବା ସମୟରେ ଉକ୍ତ କୁକୁର ତାଙ୍କୁ ଆକ୍ରମଣ କରିଥିଲା। ଘଟଣା ଦେଖି ପରିବାରଲୋକେ ତୁରନ୍ତ ଦୌଡ଼ି ଆସି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ବୃଦ୍ଧା ଜଣକ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଆହୁରି ବଢ଼ିଥିବା ବେଳେ, ପାଗଳ କୁକୁରକୁ କାବୁ କରିବା ଏବଂ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।
ତେବେ ଘଟଣା ପରେ ମଧ୍ୟ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମରେ ପୁଣି କୌଣସି ଅଘଟଣ ଘଟିବା ପୂର୍ବରୁ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।
ଚର୍ଚ୍ଚା tv












