ଗତକାଲି ବିଳମ୍ବିତ ରାତିରେ କଟକ ଏସ.ସି.ବି. ମେଡିକାଲ ର ଜରୁରୀକାଳୀନ ଟ୍ରାମା କେୟାର ବିଭାଗରେ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ଯେଉଁଥିରେ ପ୍ରାୟ ୧୦ ଜଣ ଲୋକ ମୃତ୍ୟୁ ବରଣ କରିଥିଲେ ଏବଂ ୨୦ ଜଣ ଆହତ ହୋଇଛନ୍ତି ଏଠି ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପୁର୍ଣ ଅଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଅଛି . ପ୍ରାତଃ 4 ଘଟିକା ସମୟରେ ମାନ୍ୟବର କଟକ ମେୟର ଏହି ଦୁଖଦ ଖବର ଶୁଣି ତତକ୍ଷଣାତ ଏସ.ସି.ବି. ମେଡିକାଲ ପରିସରରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ ଏବଂ ଆହତ ହୋଇଥିବା ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଙ୍କ ସହିତ ଉଦ୍ଧାର କାର୍ଯ୍ୟ କରିବା ସମୟରେ ଆହତ ହୋଇଥିବା ମେଡିକାଲ କର୍ମଚାରୀ ଙ୍କୁ ଭେଟି ଥିଲେ ଏବଂ ଦାୟିତ୍ୱରେ ଥିବା ଡାକ୍ତର ଏବଂ ମେଡିକାଲ ଅଧିକାରିଣ ଠାରୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ସମସ୍ତ ଆହତଙ୍କୁ ଅତ୍ୟାଧୁନିକ ଚିକିଷ୍ୟ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଥିଲେ. ଏହି ସହିତ ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ବିରୋଧୀଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଏସ.ସି.ବି. ମେଡିକାଲ ଠାରେ ସ୍ୱାଗତ କରି ଅଗ୍ନିକାଣ୍ଡରେ ଆହତ ହୋଇଥିବା ଲୋକଙ୍କ ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ କରାଇଥିଲେ| ||
ଏସ.ସି.ବି. ମେଡିକାଲ ଅଗ୍ନିକାଣ୍ଡରେ ଆହତ ହୋଇଥିବା ଲୋକଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ବୁଝିଲେ ::
By Charcha News












