ତାରିଖ ୩୧ .୦୩.୨୦୨୬: କଟକର ମାଲଗୋଦାମ ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ଆକ୍ରମଣ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମାଲଗୋଦାମ ଥାନା କେସ୍ ନଂ ୧୦୧/୨୬, ତାରିଖ ୧୨.୦୩.୨୦୨୬ ଅନୁସାରେ ବିଏନଏସ୍ ଧାରା ୨୯୬/୧୧୫(୨)/୧୧୭(୨)/୧୦୯(୧)/୩(୫) ରେ ରୁଜୁ ହୋଇଥିବା ଏହି ମାମଲାରେ ମଙ୍ଗଳବାଗ ଅଞ୍ଚଳର ଗୁରୁପ୍ରସାଦ ସେଠୀ ଅଲିଆସ୍ ଗୁଣା ସେଠୀ (ବୟସ ୨୦ ବର୍ଷ)ଙ୍କୁ ପୁଲିସ ଗିରଫ କରିଛି। ଗତ ୧୨ ମାର୍ଚ୍ଚ ତାରିଖରେ ଘଟିଥିବା ଏହି ଆକ୍ରମଣ ଘଟଣାରେ ପୀଡିତ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ ଏବଂ ସେ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ପୁଲିସ ତଦନ୍ତକୁ ଜୋରଦାର କରି ଗତ ୨୯ ମାର୍ଚ୍ଚରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ପରେ ତାଙ୍କୁ ଆଦାଲତରେ ପ୍ରସ୍ତୁତ କରାଯାଇଥିବା ସହିତ ରିମାଣ୍ଡ ପାଇଁ ଅନୁରୋଧ କରାଯାଇଛି। ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଚାଲିଥିବାବେଳେ ପୁଲିସ ଅନ୍ୟାନ୍ୟ ସଂପୃକ୍ତ ଦିଗରେ ମଧ୍ୟ ଖୋଜଖବର ଜାରି ରଖିଛି |
ଚର୍ଚ୍ଚା NEWS












