କୣଷ୍ଣପ୍ରସାଦ /ଦେବେଦ୍ର ନାଥ ଦଳାଇ :-ଚିଲିକାର ଅଧିଷ୍ଠାତ୍ରୀ ଦେବୀ ତଥା ପାରିକୁଦ ଇଷ୍ଟ ଦେବୀ ମାଆ କାଳିଜାଈ ଙ୍କ ପୀଠରେ ପାରିକୁଦ ରାଜା ଶ୍ରୀ ଶ୍ରୀ ସନ୍ତୋଷ ଚନ୍ଦ୍ର ମାନସିଂହ ମକର ମେଳା ଉତ୍ସବ ଦିବସରେ ଚତ୍ର ଆଲଟ ଚାମର ବେଦଧ୍ଵନୀ ସହିତ ନିଯୋଗି ସେବକ ଓ ପୁରହିତ ଙ୍କ ଗହଣରେ ମାଆଙ୍କର ଦର୍ଶନ ଓ ପୁଷ୍ପ ମାଲ୍ୟ ଅର୍ପଣ ପ୍ରଦୀପ ପ୍ରଜ୍ଵଳନ ଓ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ଯୋଗ ଦେଇଥିଲେ । କାଳିଜାଈ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସମ୍ବର୍ଦ୍ଧନା ଉତ୍ସବରେ କନ୍ଦା ଖାଇ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ଉତ୍ତରୀୟ ଓ ସାଲୁଟ ପ୍ରଦାନ କରାଯାଇଥିଲା । ଉକ୍ତ ସଭାରେ ଅତିଥି ମାନଙ୍କ ଗହଣରେ ଉପସ୍ଥିତ ଥିଲେ ଉତ୍ତମ ତରେଇ, ଦୀନବନ୍ଧୁ ଜେନା, ଓ ସାଂସଦଙ୍କ ବୁଲୁ ଦାସ ,Dsp ଭାବଗ୍ରାହୀ ରାଉତ,dfo ଅମ୍ଳାନ ନାୟକ, ଗ୍ରେନ୍ ପାରିକୁଦ ହିମାଂଶୁ ଜେନା ଅମିତା ତରେଇ ମୀନାରାଣୀ ଏବଂ ତହସିଲଦାର ଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରାକ୍ତନ ଅଧକ୍ଷ ଶ୍ରୀଯୁକ୍ତ ନୀଳକଣ୍ଠ ତ୍ରିପାଠୀ ଙ୍କ ସମ୍ପାଦନାରେ ଓ ଆମ ପୁସ୍ତକ ମେଳା ସହଯୋଗରେ ମୁଖପତ୍ର ଲିପିକୁ ମାନ୍ୟବର ବିଧାୟିକା ଉନ୍ମୋଚନ କରିଥିଲେ । ଉତ୍ସବକୁ ସମ୍ପାଦକ ତ୍ରିପାଠୀ ପରିଚାଳନା କରିଥିଲେ ଓ କ୍ରୀଡା ଶିକ୍ଷକ ଦୁର୍ଯ୍ୟଧନ ନାୟକ ଓ ସାମ୍ବାଦିକ ଦୁର୍ଗା ଚରଣ ସ୍ବାଇଁ ସଂଯୋଜୋନା କରିଥିଲେ ଆମ ପୁସ୍ତକ ମେଳା ସମ୍ପାଦକ ଶ୍ରୀ ବିଷ୍ଣୁ ପ୍ରସାଦ ଦଳେଇ ଙ୍କ ନେତୃତ୍ବରେ ନୀଳକଣ୍ଠ ତ୍ରିପାଠୀ ଙ୍କ ସଭାପତିତ୍ବରେ ସାହିତ୍ୟ ଆସର ଓ କବିତା ପାଠ ଉତ୍ସବ ଅନୁଷ୍ଠିତ ହେଉଥିଲା ଉକ୍ତ କବି ମାନଙ୍କ ମଧ୍ୟରେ ବିଦ୍ୟାଧର ପ୍ରଧାନ,ମନୋଜ କୁମାର ବାରିକ ,ସୁରେନ୍ଦ୍ର ପ୍ରଧାନ, ରାଧାଶ୍ୟାମ ବିଶ୍ଵାଳ ,ନିର୍ମଳ ରଣସିଂହ ନାରଣ ବେହେରା, ଯୋଗ ଦେଇ କବିତା ପାଠ କରିଥିଲେ । କାଳିଜାଈ ସାଂସ୍କୃତିକ ପରିଷଦର ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ସ୍କାଉଟ ଆଣ୍ଡ ଗାଇଡି ର ନୃତ୍ୟ ସମାରୋହରେ ଲିଟିଲି ଡ୍ୟାନ୍ସ ଗ୍ରୁପ୍ ବଡକୁଳ ,ଗୁଡ଼ି ଡ୍ୟାନ୍ସ ଗ୍ରୁପ୍ ମାଲେଶ୍ୱରି, ପ୍ରମିଳା ଡ଼୍ୟାନ୍ସ ଗ୍ରୁପ୍ ଯୋଗ ଦେଇଥିଲେ । ରାଜେଶ୍ୱରି ଙ୍କ ଓଡ଼ିଶୀ ନୃତ୍ୟ ଅଲିଶା ଓ ଗୁଡ଼ିଙ୍କ ସମ୍ବଲ୍ ପୁରୀ ଙ୍କ ସମ୍ବଲ ପୁରୀ ଅନିତାଙ୍କର ଶିବ ତାଣ୍ଡମ୍ ଉଚ୍ଚ ପ୍ରଶଂସିତ ହୋଇଥିଲା । ଭଜନ ସମାରୋହ ରେ ମୁଖ୍ୟ ଅତିଥି ବିଶ୍ଵନାଥ ବେହେରା କୃତ୍ତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ସିଲକପ ଦେଇ ସମ୍ମାନିତ କରିଥିଲେ ସୁଶାନ୍ତ ,ରିନା,ଲିପି ,ପ୍ରମୁଖ ଖୋର୍ଦ୍ଧା ଭୁବନେଶ୍ୱର ଗଞ୍ଜାମ ପୁରୀ କଳାକାର ମାନେ ସମ୍ମାନିତ ହୋଇଥିଲେ












