BY- ରାଜୀବ କୁମାର ବେହେରା -DT-୩୧.୩. ୨0୨୬
DT-୩୧.୩. ୨0୨୬ :: ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଭୁରୁଡୁବଣି ଗ୍ରାମରେ ଏକ ଚlଞ୍ଚଲ୍ୟକର ଘଟଣା ଘଟିଛି। ଗ୍ରାମରେ ଛେଳି ଚୋରୀ କରିବା ଉଦ୍ଦେଶ୍ୟରେ ଆସିଥିବା ୩ ଜଣ ଦୁର୍ବୁତ୍ତ ଗ୍ରାମବାସୀଙ୍କ ହାତରେ ଧରା ପଡିବା ଭୟରେ ବ୍ୟବହୃତ ବାଇକ୍ ଛାଡି ଘଟଣାସ୍ଥଳରୁ ଫେରାର ମାରିଥିବା ଖବର ମିଳିଛି।
ସୂଚନା ଅନୁସାରେ, ଗ୍ରାମ ନିକଟରେ ଚରୁଥିବା ଏକ ଛେଳିକୁ ଦୁର୍ବୁତ୍ତମାନେ ଚୋରୀ କରି ଉଠାଇ ନେଇ ପଳାଇଯାଉଥିବା ବେଳେ ଗ୍ରାମବାସୀଙ୍କ ନଜରେ ପଡିଥିଲେ। ଏହା ପରେ ଗ୍ରାମବାସୀମାନେ ତୁରନ୍ତ ଏକତ୍ରିତ ହୋଇ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ।
କିନ୍ତୁ ଗ୍ରାମବାସୀଙ୍କ ଭିଡ଼ ଓ ମାଡ଼ ଭୟରେ ଦୁର୍ବୁତ୍ତମାନେ ସେଠାରେ ବ୍ୟବହୃତ ବାଇକ୍ ଛାଡି ଜୀବନ ବଞ୍ଚାଇ ବାକୁ ସୁଯୋଗ ନେଇ ଖସି ପଳାଇଯାଇଥିଲେ।
ଘଟଣା ପରେ ଗ୍ରାମବାସୀମାନେ ଉଦଳା ପୋଲିସକୁ ସୂଚନା ଦେଇଥିବା ବେଳେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଦୁର୍ବୁତ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ଚେଷ୍ଟା ଜାରି ରହିଛି।
ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚlଞ୍ଚଲ୍ୟ ସୃଷ୍ଟି ହୋଇଥିବା ସହ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ସଚେତନତା ବଢିଥିବା ଦେଖାଯାଇଛି।
ଚର୍ଚ୍ଚା news












